ଯିଏ କେହି ବି ଲଗାଇପାରିବେନି ଗାଡିରେ ତ୍ରିରଙ୍ଗା ପତାକା। କେବଳ ଏହି ଲୋକଙ୍କୁ ଦିଆଯାଇଥାଏ ସ୍ୱତନ୍ତ୍ର ଅଧିକାର

171

ଆପଣ ଦେଖିଥିବେ କି ଅଧିକାଂଶ ଲୋକେ ନିଜ କାର କିମ୍ବା ଗାଡି ଆଗରେ ଭାରତର ରାଷ୍ଟ୍ରୀୟ ଧ୍ୱଜ ତଥା ଜାତୀୟ ପତାକା ଲଗାଇଥାନ୍ତି, କିନ୍ତୁ ଆପଣ ଜାଣିଛନ୍ତି କି ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିଜ ଗାଡି ସାମ୍ନାରେ ଜାତୀୟ ପତାକା ଲଗାଇବାର ଅନୁମତି ନାହିଁ ବୋଲି । ଆଜ୍ଞା ହଁ ! ଜାତୀୟ ପତାକା ଦଣ୍ଡ ସଂହିତା ଅନୁୁସାରେ ଦେଶର କିଛି ଏଭଳି ବିଶେଷ ନାଗରୀକ ଅଛନ୍ତି, ଯାହାଙ୍କୁ ରାଷ୍ଟ୍ରୀୟ ଧ୍ୱଜ ତଥା ଜାତୀୟ ପତାକା ଲଗାଇବାର ଅଧିକାର ଦିଆଯାଇଛି । ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ..

ରାଷ୍ଟ୍ରପତି

ଭାରତର ରାଷ୍ଟ୍ରପତି ନିଜ କାର ଆଗରେ ରାଷ୍ଟ୍ରୀୟ ଧ୍ୱଜ ତଥା ତ୍ରିରଙ୍ଗା ଉଡାଇପାରିବେ । ଏଠାରେ ଆମେ କହି ରଖୁଛୁ କି, ରାଷ୍ଟ୍ରପତିଙ୍କ କାରର ନମ୍ବର ପାଇଁ ଅଲଗା ନିୟମ ରହିଥାଏ । ସେହିପରି ଯେତେବେଳେ କୌଣସି ବିଦେଶୀ ଗଣମାନ୍ୟ ବ୍ୟକ୍ତି ଭାରତ ସରକାରଙ୍କ କାରରେ ଯାତ୍ରା କରନ୍ତି ସେତେବେଳେ ଆମର ଜାତୀୟ ପତାକାକୁ ଗାଡିର ଡାହାଣ ପଟକୁ ଅଣାଯାଇଥାଏ । ଏବଂ ବିଦେଶୀ ବ୍ୟକ୍ତିଙ୍କର ଦେଶର ଧ୍ୱଜାକୁ କାରର ବାମ ପାଶ୍ୱରେ ଲଗାଯାଇଥାଏ ।

ଉପ-ରାଷ୍ଟ୍ରପତି

ଭାରତର ରାଷ୍ଟ୍ରପତି ପରେ ଏହି ଅଧିକାର ଭାରତର ଉପ-ରାଷ୍ଟ୍ରପତିଙ୍କୁ ବି ଦିଆଯାଇଛି ।

ରାଜ୍ୟପାଳ ଏବଂ ଉପ-ରାଜ୍ୟପାଳ

ପ୍ରତ୍ୟେକ ରାଜ୍ୟର ରାଜ୍ୟପାଳ ନିଜ କାରରେ ରାଷ୍ଟ୍ରୀୟ ଧ୍ୱଜ ଲଗାଇପାରିବେ । ଏଠାରେ ଆମେ କହି ରଖୁଛୁ କି, ଅନେକ ରାଜ୍ୟରେ ଉପ ରାଜ୍ୟପାଳ ପଦବୀ ବି ରହିଥାଏ । ଏଥିପାଇଁ ଉପରାଜ୍ୟପାଳଙ୍କ ପାଖରେ ବି ଏହି ଅଧିକାର ରହିଛି ।

ବିଦେଶରେ ଭାରତୀୟ ମିଶନର ମୁଖ୍ୟ

ବିଦେଶରେ ଥିବା ଭାରତୀୟ ମିଶନ ଏବଂ ପୋଷ୍ଟର ଅଧ୍ୟକ୍ଷ ବି ନିଜ କାରରେ ତ୍ରିରଙ୍ଗା ଲଗାଇପାରିବେ ।
ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ପରେ ଲୋକସଭା ଅଧ୍ୟକ୍ଷ, ରାଜ୍ୟସଭା ଉପାଧ୍ୟକ୍ଷ, ଲୋକସଭା ଉପାଧ୍ୟକ୍ଷ, ବିଧାନ ପରିଷଦର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ, ବିଧାନସଭାର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ବି ଏଥିରେ ସାମିଲ ରହିଛନ୍ତି । ସେହିପରି ଭାରତର କିଛି ମୁଖ୍ୟ ନ୍ୟାୟାଧିଶ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତିଙ୍କୁ ବି ଏହି ତାଲିକାରେ ସାମିଲ କରାଯାଇଛି ।