କିପରି ଜାଣିବେ ଆପଣ ନର୍କକୁ ଯିବେ ନା ସ୍ୱର୍ଗକୁ ଯିବେ ?

142

ନର୍କ କଣ ? କେଉଁ ପ୍ରକାରର ବ୍ୟକ୍ତି ନର୍କ ଭୋଗ କରିଥାନ୍ତି ? ତେବେ ନର୍କ ହେଉଛି ସେହି ସ୍ଥାନ ଯେଉଁଠି ପାପୀମାନଙ୍କ ଆତ୍ମାକୁ ଦଣ୍ଡ ଭୋଗିବାକୁ ପଠାଯାଇଥାଏ । ଏବଂ ଦଣ୍ଡ ବିଧାନ ପରେ ସେମାନଙ୍କ କର୍ମଫଳ ଅନୁସାରେ ସେମାନଙ୍କ ପରବର୍ତ୍ତୀ ଜନ୍ମ ନିର୍ଦ୍ଧାରଣ କରାଯାଇଥାଏ । କୁହାଯାଏ, ସ୍ୱର୍ଗ ଆକାଶ ଲୋକରେ ହୋଇଥିବେଳେ ନର୍କ ପାତାଳ ଲୋକ ତଥା ମାଟି ତଳେ ଅବସ୍ଥିତ ।

ତେବେ ହିନ୍ଦୁ ଶାସ୍ତ୍ର ଅନୁସାରେ ଗତି ଦୁଇ ପ୍ରକାର ହୋଇଥାଏ , ଗତି ଏବଂ ଅଗ୍ରଗତି । ଆଉ ଅଗ୍ରଗତିରେ ଜୀବକୁ ୪ଟି ଲୋକରେ ଯିବାକୁ ପଡିଥାଏ । ସେଗୁଡିକ ହେଲା- ନର୍କଲୋକ, ପିତୃଲୋକ, ଦେବଲୋକ ଏବଂ ବ୍ରହ୍ମଲୋକ । ତେବେ ଜୀବ ନିଜ କର୍ମ ଅନୁସାରେ ଏହି ଲୋକମଧ୍ୟରୁ କୌଣସି ବି ଲୋକକୁ ଯାଇଥାଏ । ତେବେ ଏଠାରେ ଆମେ ଆଲୋଚନା କରୁଛୁ କି, ନର୍କକୁ କେଉଁ ପ୍ରକାର ଲୋକମାନେ ଯାଆନ୍ତି । ପାପୀମାନେ ହିଁ କେବଳ ନର୍କ ଭୋଗିଥାନ୍ତି ତାହା ନୁହେଁ ଏଥିସହ ଜ୍ଞାନୀରୁ ଅଧିକ ଜ୍ଞାନୀ, ନାସ୍ତିକରୁ ଅଧିକ ନାସ୍ତିକ ଏବଂ ବୁଦ୍ଧିମାନରୁ ଅଧିକ ବୁଦ୍ଧିମାନ ବ୍ୟକ୍ତିଙ୍କୁ ମଧ୍ୟ ନର୍କର ସାମ୍ନା କରିବାକୁ ପଡିଥାଏ ।

ଏଭଳି କୌଣସି ବ୍ୟକ୍ତି ନାହିଁ କି ଯିଏ କି କେବେ ବି କୌଣସି ଭୁଲ କରି ନଥାଏ । ଧର୍ମ, ଇଶ୍ୱର ଏବଂ ଗୁରୁଜନଙ୍କୁ ଅପମାନ କରୁଥିବା ବ୍ୟକ୍ତି , ପାପୀ , କ୍ରୋଧି ଏବଂ କାମନାସକ୍ତ ବ୍ୟକ୍ତିମାନଙ୍କୁ ହିଁ ସାଧାରଣତଃ ନର୍କ ଭୋଗିବାକୁ ପଡିଥାଏ । ପୁରାଣ ଅନୁସାରେ, ଯେବେ କୌଣସି ବ୍ୟକ୍ତିର ମୃତ୍ୟୁ ଘଟେ ଅର୍ଥାତ୍ ତାର ଆତ୍ମା ଶରୀର ତ୍ୟାଗ କରିଥାଏ ସେତେବେଳେ ତାକୁ ୩ଟି ମାର୍ଗ ମିଳିଥାଏ, ତେବେ ସେ କେଉଁ ମାର୍ଗରେ ଯିବ ତାହା ତା’ର କର୍ମ ଉପରେ ହିଁ ନିର୍ଭର କରିଥାଏ ।