ଜିଓ ମାଲିକଙ୍କ ଅଜବ ସଉକ୍ ! ଜାଣନ୍ତୁ କେଉଁ ବ୍ରାଣ୍ଡ ଓ କେତେ ଦାମର ଫୋନ ବ୍ୟବହାର କରନ୍ତି ଅମ୍ବାନୀ

50

କିନ୍ତୁ ଆପଣ ଜାଣିଛନ୍ତି କି, ଯିଏ କି ଭାରତ ତଥା ବିଶ୍ୱର ଧନୀ ତାଲିକାର ସବୁବେଳେ ଶୀର୍ଷରେ ରହିଆସୁଥିବା ମୁକେଶ ଅମ୍ବାନୀ କିଭଳି ଜୀବନ ବିତାଉଛନ୍ତି ।

ଆଜି ଆମେ ଆପଣଙ୍କୁ ଅମ୍ବାନୀ ପରିବାର ବିଷୟରେ କିଛି ଏଭଳି କଥା ଜଣାଇବାକୁ ଯାଉଛୁ ଯାହା ଆପଣଙ୍କୁ କରିପାରେ ଚକିତ । ତେବେ ଆମେ ଆପଣଙ୍କୁ ଅମ୍ବାନୀ ବ୍ୟବହାର କରୁଥିବା ମୋବାଇଲ ସଂପର୍କରେ ଜଣାଇବାକୁ ଯାଉଛୁ କି, ସେ କେତେ ଦାମର ଏବଂ କେଉଁ ବ୍ରାଣ୍ଡର ତଥା କଂପାନୀର ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି । ତେବେ ଆସନ୍ତୁ ଜାଣିବା ।

ମୁକେଶ ଅମ୍ବାନୀ ବିଶ୍ୱର ସବୁଠାରୁ ଦାମୀ ଫୋନ୍ ବ୍ୟବହାର କରୁଛନ୍ତି ଯାହାର ମୂଲ୍ୟ ଯଦି ଆପଣ ଜାଣିବେ ତେବେ ଆପଣ ନିଶ୍ଟୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ମୁକେଶ ଅମ୍ବାନୀଙ୍କ ସଂପୂର୍ଣ୍ଣ ପରିବାର ହିଁ ରୟାଲ୍ ଲାଇଫ୍ ବିତାଉଛନ୍ତି ଏବଂ ପରିବାରର ଅଧିକାଂଶ ସଦସ୍ୟ ବ୍ଲାକବେରୀ କଂପାନୀର ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି । କିନ୍ତୁ ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ ଯେଉଁ ମୋବାଇଲ୍ ବ୍ୟବହାର କରୁଛନ୍ତି ତାହା ଦୁନିଆର ସବୁଠାରୁ ମହଙ୍ଗା ଫୋନ୍ ଅଟେ । ଯାହାର ନାଁ ହେଉଛି ଫାଲକନ୍ ସୁପରନୋଭା ଆଇଫୋନ-୬ ପିଙ୍କ୍ ଡାଏମଣ୍ଡ ଏବଂ ଏହାର ମୂଲ୍ୟ ରହିଛି ପାଖାପାଖି ୩୧୫ କୋଟି ତଥା ୪୮.୫ ମିଲିୟନ୍ ଡଲାର ।

ତେବେ ଏହି ମୋବାଇଲକୁ ସାଧାରଣତଃ ଅର୍ଡର ଦିଆଯିବା ପରେ ହିଁ ତିଆରି କରାଯାଇଥାଏ । ଆପଣ ଜାଣିଲେ ଚକିତ ହେବେ କି ଏହି ଫୋନଟି ସଂପୂର୍ଣ୍ଣ ରୂପେ ସୁନାରେ ତିଆରି ହୋଇଥାଏ ଏବଂ ଏଥିରେ ଯେଉଁ ସୁନା ବ୍ୟବହାର କରାଯାଇଥାଏ ତାହା ପିଙ୍କ୍ ତଥା ଗୋଲାପୀ ରଙ୍ଗର ଅଟେ । ଖାଲି ସେତିକି ନୁହେଁ ଏହି ଫୋନର ପଛ ପଟରେ ଏକ ଗୋଲାପୀ ରଙ୍ଗର ଡାଏମଣ୍ଡ ମଧ୍ୟ ଲଗାଯାଇଥାଏ ।

ଏହାସହ ମଧ୍ୟ ପଢନ୍ତୁ- ଏହି ୫ଟି କାରଣ ପାଇଁ ଫାଇନାଲରେ ହାରିଲା ଟିମ୍ ଇଣ୍ଡିଆ । ଯାହାପରେ ସୋସିଆଲ ମିଡିଆରେ ଆରମ୍ଭ ହେଲା ଚର୍ଚ୍ଚା