ବାପୁଙ୍କ ତିନି ମାଙ୍କଡ ଗଲେ କୁଆଡେ ? ସରକାରଙ୍କୁ ବି ଜଣା ନାହିଁ ନିଖୋଜ ମାଙ୍କଡଙ୍କ ଠିକଣା

70

ଖରାପ କାମ ଦେଖିବା ନାହିଁ, ଖରାପ କଥା କହିବା ନାହିଁ ଆଉ ଖରାପ କଥା ଶୁଣିବା ନାହିଁ ଭଳି ସମାଜକୁ ଶିକ୍ଷା ଦେଉଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ତିନି ମାଙ୍କଡଙ୍କ ବିଷୟରେ ତ ଆପଣଙ୍କ ମନେଥିବ ନିଶ୍ଚୟ । ଯାହାଙ୍କର ମୂର୍ତ୍ତି କୁ ବାପୁ ସବୁବେଳେ ନିଜ ପାଖେ ପାଖେ ରଖୁଥିଲେ ଏବଂ ଅନେକ ନିଜର ଅଭିଭାଷଣରେ ଏମାନଙ୍କ ବିଷୟରେ ଆଲୋଚନା କରୁଥିଲେ । ହେଲେ ବର୍ତ୍ତମାନ ପ୍ରଶ୍ନ ଉଠିଛି କି ଗାନ୍ଧୀଙ୍କ ଏହି ତିନି ମାଙ୍କଡ ଏବେ କେଉଁଠି ? ଆଉ କିଭଳି ଅବସ୍ଥାରେ ଅଛନ୍ତି ? ସବୁଠାରୁ ବଡ କଥା ହେଲା କି ଏସଂପର୍କରେ କୌଣସି ବି ସୂଚନା ଖୋଦ୍ ସରକାରଙ୍କ ନିକଟରେ ବି ନାହିଁ । ତେବେ ଏକଥା ଆମେ କହୁ ନାହୁଁ ବରଂ ଖୋଦ୍ ପିଏମଓରୁ ପ୍ରକାଶ ପାଇଛି ।

ସୂଚନା ମୁତାବକ, ଭୋପାଳର ଜଣେ ବ୍ୟକ୍ତି ଆରଟିଓ ଆଧାରରରେ ପିଏମଓରୁ ଏସଂପର୍କରେ ତଥ୍ୟ ମାଗିଥିଲେ କି ଯେଉଁ ତିନି ମାଙ୍କଡଙ୍କ ମୂର୍ତ୍ତି ବାପୁ ସବୁବେଳେ ନିଜ ସାଥିରେ ଧରି ବୁଲୁଥିଲେ ଏବେ ସେହି ମୂର୍ତ୍ତି କେଉଁଠି ଆଉ ତାହା କେଉଁ ଧାତୁରେ ଗଢା ଯାଇଛି ?

ପିଏମଓ ଆବେଦନକାରୀଙ୍କୁ ଜବାବ ଦେଇ କହିଛି କି, ଏହି ପ୍ରଶ୍ନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସମ୍ବନ୍ଧିତ ନୁହେଁ । ତେଣୁ କେନ୍ଦ୍ର ସରକାରଙ୍କ ସମ୍ବନ୍ଧିତ ଲୋକ ପ୍ରାଧୀକରଣଙ୍କଠାରୁ ହିଁ ଏସଂପର୍କରେ ପଚାରିବାକୁ ବୋଲି । ଖାଲି ଏତିକିରେ କଥା ସରିନଥିଲା, ପିଏମଓ ପକ୍ଷରୁ ତାଙ୍କୁ ଏଭଳି ଉତ୍ତର ମିଳିବା ପରେ ସେ ସଂସ୍କୃତି ମନ୍ତ୍ରାଳୟରେ ମଧ୍ୟ ଏନେଇ ଆବେଦନ କରିଥିଲେ । ହେଲେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ତାଙ୍କର ଏହି ପ୍ରଶ୍ନର ଉତ୍ତର ଦେଇପାରିନଥିଲା ମୋଦିଙ୍କ ମନ୍ତ୍ରାଳୟ । ତେବେ ସଂସ୍କୃତି ମନ୍ତ୍ରାଳୟର ନିୟମ ଆଧାରରେ ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏସଂପର୍କରେ କୌଣସି ବି ଜବାବ ମିଳିପାରି ନାହିଁ ବୋଲି ଆବେଦନକାରୀ ସୂଚନା ଦେଇଛନ୍ତି ।

ସୌଜନ୍ୟ: ଦୈନିକ ଜାଗରଣ