ପ୍ଲେ ଷ୍ଟୋରରେ ଅଛି ଏଭଳି ଆପ୍, ଯାହା କହିଦେବ ଆପଣଙ୍କର ମୃତ୍ୟୁର ତାରିଖ । ଖୁବ ଚର୍ଚ୍ଚାରେ ଥିବା ଏହି ଆପ ବାବଦରେ ଜାଣନ୍ତୁ

62

ମୃତ୍ୟୁ କେତେ ବେଳେ ଆଉ କେଉଁ ସମୟରେ ଆସେ ତାହା କହିବା ଓ ଜାଣିବା ସଂପୂର୍ଣ୍ଣ ରୂପେ ଅସମ୍ଭବ ଅଟେ । ବହୁ ଜ୍ଞାନୀଗୁଣିଙ୍କଠାରୁ ଆରମ୍ଭ କରି ବୈଜ୍ଞାନିକ ପର୍ଯ୍ୟନ୍ତ କେହି ବି ଏହି ରହସ୍ୟକୁ ଭେଦ କରିପାରି ନାହାଁନ୍ତି । ହେଲେ ନିକଟରେ ଏଭଳି ଏକ ଆପ ଲଂଚ ହୋଇଛି, ଯାହାର ଦାବି ରହିଛି କି , ଆପଣଙ୍କର ମୃତ୍ୟୁ କେବେ ଆଉ କେଉଁଠି ହେବ ସେ ସଂପର୍କରେ ତାହା ସୂଚିତ କରିଦେବ । ତେବେ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଏଭଳି କୌଣସି ବି ଯନ୍ତ୍ର ଉଦଭାବନ କରିପାରିନାହାଁନ୍ତି, ଯିଏକି ସଠିକ୍ ରୂପେ କହିପାରିବ କି ଆପଣଙ୍କର ମରଣ କେବେ ହେବ ବୋଲି । ମାତ୍ର ଏଭଳି ଆପ ପ୍ରସ୍ତୁତ କରିଥିବା କଂପାନୀର ଦାବି ରହିଛି, ଏହି ଆପଟି ମୃତ୍ୟୁର ସଠିକ୍ ସମୟ ସଂପର୍କରେ ଅବଗତ କରାଇବ । ତେବେ ଆସନ୍ତୁ ଜାଣିବା ଏହି ଆପଟି ସଂପର୍କରେ . . .

ସର୍ବ ପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଏହି ଆପଟି କେବଳ ଆପଲ ଆଇଫୋନ ୟୁଜର୍ସଙ୍କ ପାଇଁ ହିଁ ଉଦ୍ଦିଷ୍ଟ । ଏହି ଆପଟିର ନାଁ ହେଉଛି ଏରକ୍ସକ୍ଟ ଖସଲରଗ୍ଦକ୍ଟ୍ରବଦ୍ଭ । ଏହି ଆପଟି ଜଣେ ବ୍ୟକ୍ତିର ସାଢେ ୩୬ ଦିନର ଆବଭାବକୁ ଲକ୍ଷ୍ୟ କରି ହିଁ କହିଥାଏ କି ଉକ୍ତ ବ୍ୟକ୍ତିବିଶେଷଙ୍କର ମୃତ୍ୟୁ କେବେ ହେବ ବୋଲି । ଏହି ଆପଟି ଦୀର୍ଘ ସାଢେ ୩୬ ଦିନ ପର୍ଯ୍ୟନ୍ତ ୟୁଜର୍ସଙ୍କର ପ୍ରତିଟି ଗତିବିଧିକୁ ଏକଜୁଟ୍ କରିଥାଏ ଏବଂ ସାଢେ ୩୬ ଦିନ ସରିବା ପରେ ଏହା ପୂରା ତଥ୍ୟର ପର୍ଯ୍ୟବେକ୍ଷଣ କରିଥାଏ ଏବଂ ଜଣାଇଥାଏ କି କେତେ ଦିନ ପରେ ଆପଣଙ୍କର ମୃତ୍ୟୁ ହେବ । ତେବେ ଫିଟନେସ ମନିଟର ଦ୍ୱାରା ଦାଖଲ କରାଯାଇଥିବା ସୂଚନା ସହ ମିଶି ଏହି ଭବିଷ୍ୟବାଣୀଟି ଅଧିକାଂଶରେ ବାସ୍ତବ ହେବାରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ, ଏହି ଆପଟିକୁ ଦ ମାକ୍ସୋ ଇନଷ୍ଟିଟ୍ୟୁଟ ଅଫ ଫିଜକ୍ସ ଆଣ୍ଡ୍ ଟେକ୍ନୋଲୋଜିର ଏକ ବିଶେଷଜ୍ଞ ଦଳ ପ୍ରସ୍ତୁତ କରିଛନ୍ତି । ଋଷର କିଛି ଏକ୍ସପର୍ଟମାନେ ହିଁ ଏହି ଜେରୋ ନାମକ ଫ୍ରି ଆପଟିକୁ ତିଆରି କରିଛନ୍ତି । ଆଂଟିଫିସିଆଲ ଇଂଟେଲିଜେନ୍ସର ବ୍ୟବହାର କରି ଏହି ଆପଟି ୟୁଜରର ମୃତ୍ୟୁର ସମୟ ସଂପର୍କରେ ସୂଚନା ମିଳିଥାଏ ।

କିପରି କରିବେ ବ୍ୟବହାର

ଏହାକୁ ବ୍ୟବହାର କରିବା ସମୟରେ ଆପଣ ଆପଣଙ୍କର ପ୍ରତିଦିନ କରୁଥିବା ପ୍ରତିଟି କାମ ତଥା ଆପଣ ପ୍ରତିଦିନ କଣ ଖାଉଛନ୍ତି, କେତେବେଳେ ଅଫିସ କିମ୍ବା ଅନ୍ୟ କେଉଁଠିକୁ ଯାଉଛନ୍ତି ଓ କେତେ ସମୟ ଧରି ଶୋଉଛନ୍ତି କିମ୍ବା ଆପଣ ଯାହାବି କରୁଛନ୍ତି ତାହା ସ୍ୱଭାବିକ ରଖିବାକୁ ପଡିବ ଆଉ ଏହାକୁ ଏହି ଆପରେ ଏକ ରୁଟିନ କରି ରଖିବାକୁ ହେବ । କାରଣ ଆପଣଙ୍କ ମୃତ୍ୟୁ ସଂପର୍କିତ ଖବର ଆପମ ଦେଇଥିବା ଏହି ଡେଲି ରୁଟିନ ଅନୁସାରେ ହିଁ ଆସିବ ।

ସୌଜନ୍ୟ: ଜନସତ୍ତା