ଏଣିକି ହ୍ୱାଟ୍ସଆପରେ ବି ଚଲାଇ ପାରିବେ ୟୁଟ୍ୟୁବ୍ !

43

ଫେସବୁକ୍ ଲଗାତର ଭାବେ ହ୍ୱାଟ୍ସଆପରେ ନୁଆ ନୁଆ ଫିଚର୍ ଯୋଡିବାରେ ଲାଗିଛି । ନିକଟରେ ମିଡିଆ ବଣ୍ଡଲିଂ ଏବଂ ସବୁପ୍ରକାରର ଫାଇଲ୍ ସେୟାରିଂ ପରେ ଏବେ ହ୍ୱାଟ୍ସଆପ ସବୁଠାରୁ ଖାସ୍ ଫିଚର୍ ଆଣିବାକୁ ଯାଉଛି । ଯାହାଦ୍ୱାରା ଆପଣ ହ୍ୱାଟ୍ସଆପରେ ହିଁ ୟୁଟ୍ୟୁବ୍ ଚଲାଇ ପାରିବେ ।

ଜାଣନ୍ତୁ ହ୍ୱାଟର୍ସଆପର ଏହି ନୁଆ ଆପ୍ ୟୁଟ୍ୟୁବ ପ୍ଲେବ୍ୟାକ୍ ଫିଚର ସଂପର୍କରେ

ଆପଣ ହ୍ୱାଟ୍ସଆପ ନିଶ୍ଚୟ ବ୍ୟବହାର କରୁଥିବେ । ତେବେ ହ୍ୱାଟ୍ସଆପ ବ୍ୟବହାର କରୁଥିବା ସମୟରେ ଆପଣ ନୋଟିସ କରିଥିବେ କି ଆପଣଙ୍କ ନିକଟରୁ ଅନେକ ଥର ମେସେଜରେ ୟୁଟ୍ୟୁବର ଲିଙ୍କ୍ ଆସିଥାଏ, କିନ୍ତୁ ତାହା ପ୍ଲେ ହୋଇନଥାଏ । ଅର୍ଥାତ୍ ସେହି ଲିଙ୍କକୁ ଆପଣଙ୍କୁ କୌଣସି ବ୍ରାଉଜର କିମ୍ବା ୟୁଟ୍ୟୁବ ଆପରେ ଓପନ୍ କରିବାକୁ ପଡିଥାଏ । ଏବେ କିନ୍ତୁ ଆପଣ ୟୁଟ୍ୟୁବ୍ ଲିଙ୍କକୁ ହ୍ୱାଟର୍ସଆପରେ ହିଁ ଓପନ୍ କରିପାରିବେ । ଯାହା ବର୍ତ୍ତମାନ ପାଇଁ କେବଳ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ବିଟା ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ ଅଟେ ।

ମାତ୍ର ଖୁବ୍ ଶୀଘ୍ର ଏହାକୁ ମଧ୍ୟ ସାଧାରଣ ୟୁଜର୍ସଙ୍କ ପାଇଁ ଜାରି କରାଯାଇପାରେ । ତେବେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ହ୍ୱାଟ୍ସଆପର ପାଖାପାଖି ୨,୧୭,୨୬୨ ଭର୍ସନ ଏବଂ ଆଇଓଏସ୍ ଆପର ପାଖାପାଖି ୨,୧୭,୪୦ ଭର୍ସନରେ ଏହି ନୁଆ ଫିଚରଟିକୁ ବ୍ୟବହାର କରାଯାଇପାରିବ ।

ଏଠାରେ ଆମେ କହି ରଖୁଛୁ କି, ହ୍ୱାଟ୍ସଆପ ତା’ର ସମସ୍ତ ୟୁଜର୍ସଙ୍କ ପାଇଁ ଦୁଇଟି ନୁଆ ଫିଚର ଜାରି କରିଛି । ପ୍ରଥମଟି ହେଲା ଆପଣ କୌଣସି ପ୍ରକାରର ଫାଇଲକୁ ହ୍ୱାଟ୍ସଆପରେ ଶେୟାର କରିପାରିବେ ଏବଂ ଅନ୍ୟଟି ହେଲା ଆପଣ ଏକାବେଳକେ ଗୋଟିଏରୁ ଅଧିକ ପଠା ଯାଇଥିବା ଫଟୋଗୁଡିକୁ ବଣ୍ଡଲ ରୂପରେ ମଧ୍ୟ ଦେଖିପାରିବେ ।

ସୌଜନ୍ୟ: ଅମର ଉଜାଲା