ହ୍ୱାଟସଆପର ବଡ ଘୋଷଣା : ଏଣିକି ୟୁଜର୍ସଙ୍କର କୌଣସି ବି ଭୁଲକୁ କରାଯିବନି ଅଣଦେଖା, ଆପଣଙ୍କର ଏହି ଗୋଟିଏ ମେସେଜ ପାଇଁ ସବୁଦିନ ପାଇଁ ବ୍ଲକ୍ କରିଦିଆଯିବ ହ୍ୱାଟସଆପ ଆକାଉଂଟ

35

ଆଗାମୀ ଦିନରେ ହେବାକୁ ଯାଉଥିବା ନିର୍ବାଚନରେ ହ୍ୱାଟସଆପ ଜରିଆରେ ମିଥ୍ୟା ଖବର କିମ୍ବା ଅପଶଦ୍ଦ ପୂର୍ଣ୍ଣ ରାଜନୈତିକ ବୟାନବାଜିକୁ ଆଉ ବ୍ୟାପିବାକୁ ଦିଆଯିବ ନାହିଁ । ହ୍ୱାଟସଆପ ତରଫରୁ ଏହା ସ୍ପଷ୍ଟ କରାଯାଇଛି କି, ନିର୍ବାଚନ ସମୟରେ ହ୍ୱାଟସଆପ ଏଭଳି ପ୍ରକାରର ଖବର ଖେଳାଉଥିବା ଆକାଉଂଟଗୁଡିକୁ ସବୁଦିନ ପାଇଁ ବ୍ଲକ୍ କରିଦିଆଯିବ । ଏସଂପର୍କରେ ହ୍ୱାଟସଆପ ନିର୍ବାଚନ ଆୟୋଗ ଏବଂ ବିଭିନ୍ନ ରାଜନୈତିକ ଦଳମାନଙ୍କର ପ୍ରତିନିଧିମାନଙ୍କୁ ସୂଚନା ଦେଇସାରିଛି ।

ସୂଚନା ମୁତାବକ, ସରକାରଙ୍କ ତରଫରୁ ଗୁଜବ ଏବଂ ମିଥ୍ୟା ଖବର ଉପରେ ରୋକ ଲଗାଇବା ଦିଗରେ ପଠାଯାଇଥିବା ନୋଟିସର ଜବାବରେ ହ୍ୱାଟସଆପ କହିଛି କି, ହ୍ୱାଟସଆପ ନିଜ ପ୍ଲାର୍ଟଫର୍ମର ଅପବ୍ୟବହାରକୁ ରୋକିବାକୁ ଉଦ୍ୟମ ଜାରି ରଖିଛି । କର୍ଣ୍ଣାଟକ ନିର୍ବାଚନରେ ହ୍ୱାଟସଆପ ଏଭଳି ଅନେକ ଆକାଉଂଟ ଚିହ୍ନଟ କରିଛି, ଯେଉଁଥିରେ କି ଏଭଳି ଧରଣର ମିଥ୍ୟା ତଥା ଲୋକଙ୍କୁ ଉତ୍ତେଜିତ କଲାଭଳି ଖବର ଖେଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଯାହା ଉପରେ ବର୍ତ୍ତମାନ ପ୍ରତିବନ୍ଧକ ଲଗାଯାଇଛି ।

ତେବେ ୨୭ ଜୁଲାଇରେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟକୁ ପଠାଇଥିବା ନୋଟିସର ଉତ୍ତରରେ ହ୍ୱାଟସଆପର ଡାଇରେକ୍ଟର ସୂଚନା ଦେଇ କହିଛନ୍ତି କି, ନିର୍ବାଚନ ଆୟୋଗ ଏବଂ ବିଭିନ୍ନ ରାଜନୈତିକ ପ୍ରତିନିଧିମାନଙ୍କ ସହ ହ୍ୱାଟସଆପ ସିଧାସଳଖ ଭାବରେ ଏନେଇ ଆଲୋଚନା କରିସାରିଛି । ହ୍ୱାଟସଆପର କହିବା କଥା ହେଲା କି, ବିନା କୌଣସି ରାଜନୈତିକ ପକ୍ଷପାତରେ ଏଭଳି ପ୍ରକାରର ଅବାଚ୍ଛନୀୟ ଖବରକୁ ରୋକିବାର ବ୍ୟବସ୍ଥା କରୁଛି । ତେଣୁ ଆଗାମୀ ଦିନରେ ତଥା ନିର୍ବାଚନ ସମୟରେ ଯଦି କୌଣସି ବ୍ୟକ୍ତି କିମ୍ବା ହ୍ୱାଟସଆପ ଆକାଉଂଟରୁ କୌଣସି ମିଥ୍ୟା କିମ୍ବା ଲୋକଙ୍କୁ ଉସକାଇଲା ଭଳି ଖବର ଆସେ ତେବେ ସେଭଳି ଆକାଉଂଟଗୁଡିକୁ କଂପାନୀ ତରଫରୁ ସବୁଦିନ ପାଇଁ ବ୍ଲକ କରିଦିଆଯିବ ।