ଖୁବ୍ ଶୀଘ୍ର ଆସୁଛି ହ୍ୱାଟସଆପର ‘ବିଜନେସ୍ ଆପ୍’ ! ଜାଣନ୍ତୁ କଣ ରହିଛି ବିଶେଷତ୍ୱ

23

ସୋସିଆଲ୍ ମିଡିଆର ଲୋକପ୍ରିୟ ମେସେନଜର ତଥା ହ୍ୱାଟସଆପ୍ ତା’ର ୟୁଜର୍ସଙ୍କୁ ଭେଟି ଦେଉଛି ପୁଣି ଏକ ନୁଆ ଫିଚର । ସୂଚନା ମୁତାବକ, ହ୍ୱାଟସଆପ୍ ବ୍ୟବସାୟ ପାଇଁ ଖୁବ୍ ଶୀଘ୍ର ଏକ ଫିଚର ଭେଟିଦେବାକୁ ଯାଉଛି । ଯାହାର ସହାୟତାରେ ବ୍ୟବସାୟୀଙ୍କୁ ନିଜର ଗ୍ରାହକମାନଙ୍କ ସହିତ ସଂଯୋଗ ତଥା ଯୋଗାଯୋଗ କରିବାରେ ସହାୟତା କରିବ ।

ଏହି ଫିଚରଟିର ବିଶେଷତ୍ୱ ହେଲା ଏଥିରେ ଆକାଉଂଟ ଭେରିଫାଇଡ୍ ହେବ ଅର୍ଥାତ୍ ଆକାଉଂଟ ଆଗରେ ଗ୍ରୀନ ଟିକ୍ ହେବ । ଏଠାରେ ଆମେ କହି ରଖୁଛୁ କି, ଫେସବୁକ୍ ଏବଂ ଟୁଇଟରରେ ଭେରିଫାଇଡ୍ ଆକାଉଂଟ୍ ପାଇଁ ବ୍ଲୁ ରଙ୍ଗର ଟିକ୍ ମାର୍କ ବ୍ୟବହୃତ ହୋଇଥାଏ ।

ତେବେ ହ୍ୱାଟସଆପ ଏହି ଫିଚରଟିର ଟେଷ୍ଟିଂ ୱିଣ୍ଡୋଜ୍ ଫୋନର ବିଟା ଭର୍ସନରେ କରୁଛି । ଏହାର ପୃଷ୍ଠି ‘ୱାବିଟାଇନଫୋ’ ନିଜର ବ୍ଲଗରେ ପୋଷ୍ଟ କରିଛି । ‘ୱାବିଟାଇନଫୋ’ ହ୍ୱାଟସଆପ ସଂପର୍କରେ ରିପୋର୍ଟ ଦେଇଥାଏ । ହ୍ୱାଟସଆପ୍ ବ୍ୟବସାୟ ପାଇଁ ଅଗଲା ରୂପେ ‘ସ୍ମଲ୍ ଆଣ୍ଡ୍ ମିଡିୟମ ବିଜନେସ୍’ ନାଁରେ ଆପ ଆଣିବାକୁ ଯାଉଛି ଯାହାକି କେବଳ ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ୱିଣ୍ଡୋଜ୍ ସ୍ମାର୍ଟଫୋନ୍ ପାଇଁ ଉଦ୍ଦିଷ୍ଟ ।

ଯଦିଓ ‘ସ୍ମଲ୍ ଆଣ୍ଡ୍ ମିଡିୟମ ବିଜନେସ୍’ ଆପଟି କେବଳ ସେହିମାନେ ଇନଷ୍ଟଲ୍ କରିପାରିବେ ଯେଉଁମାନେ କି ବ୍ୟବସାୟ କରୁଛନ୍ତି । ୟୁଜର୍ସଙ୍କୁ ସାଧାରଣ ଭାବେ ହ୍ୱାଟସଆପରେ ମେସେଜ ମିଳିବ । ଏଥିରେ ‘ସ୍ମଲ୍ ଆଣ୍ଡ୍ ମିଡିୟମ ବିଜନେସ’ ଆପ୍ ଜରିଆରେ ୟୁଜର୍ସ ନିଜର ଆକାଉଂଟକୁ ଭେରିଫାଏ କରାଇ ପାରିବେ ।

ସୌଜନ୍ୟ: ଅମର ଉଜାଲା