ସାବଧାନ୍ ! ହ୍ୱାର୍ଟସଆପରେ ଆସୁଥିବା ଏହି ମେସେଜ୍ ଉପରେ ଭୁଲରେ ବି କରନ୍ତୁ ନାହିଁ କ୍ଲିକ୍

30

ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହେଉଛି ‘ହ୍ୱାର୍ଟସଆପ୍’ । ଯାହାର କି ବିଶ୍ୱର ପାଖାପାଖି ଏକ ବିଲିୟନ ବ୍ୟବହାରକାରୀ ରହିଛନ୍ତି । ତେବେ ଏହି ଆପ୍ ଜରିଆରେ ଲୋକେ ନା କେବଳ ଚାର୍ଟ କରନ୍ତି ତାହା ନୁହେଁ ବରଂ ଅନେକ ମିଡିଆ ଏବଂ ଡକ୍ୟୁମେଂଟ୍ ମଧ୍ୟ ହ୍ୱାର୍ଟସଆପ୍ ମାଧ୍ୟମରେ ସେୟାର କରିଥାନ୍ତି ।

ସୂଚନା ମୁତାବକ, ହ୍ୱାର୍ଟସଆପ୍ ୟୁଜର୍ସଙ୍କ ପାଇଁ ବର୍ତ୍ତମାନ ଏକ ବଡ଼ ଚିନ୍ତାର ଖବର ସାମ୍ନାକୁ ଆସିଛି । ଆଉ ସେ ଖବରଟି ହେଲା ହ୍ୟାକର୍ସଙ୍କ ଟାଗେର୍ଟ । ଅର୍ଥାତ୍ ଏଇ କିଛିଦିନ ହେଲା ହ୍ୱାର୍ଟସଆପ୍ ୟୁଜର୍ସଙ୍କ ନିକଟକୁ ଏକ ମେସେଜ୍ ଆସିବାରେ ଲାଗିଛି । ଯେଉଁଥିରେ ଲେଖାଯାଇଛି କି, ‘ହ୍ୱାର୍ଟସଆପର ସବକ୍ରିପସନ୍ ଏବେ ଶେଷ ହୋଇଯାଇଛି । ତେଣୁ ଏଥିପାଇଁ ଏକ ଲିଙ୍କ୍ ଆପଣଙ୍କୁ ଦିଆଯାଇଛି ଏବଂ ଯାହାକୁ କ୍ଲିକ୍ କରିବା କ୍ଷଣି ଆପଣ ୦.୯୯ ବ୍ରିଟିସ୍ ପାଉଣ୍ଡରେ ଲାଇଫଟାଇମ୍ ପାଇଁ ସବକ୍ରିପସନ୍ ପାଇପାରିବେ’ ।

ତେବେ ଏହି ଲିଙ୍କରେ ଭୁଲରେ ବି କେବେ କ୍ଲିକ୍ କରନ୍ତୁ ନାହିଁ । କାରଣ ଏହି ଲିଙ୍କଟି ଏକ ପ୍ରକାରର ମାଲୱେର ତଥା ଭାଇରସ୍ ଅଟେ । ଏହା ଉପରେ କ୍ଲିକ୍ କରିବା କ୍ଷଣି ହ୍ୟାକର୍ସ ଆପଣଙ୍କ ବ୍ୟକ୍ତିଗତ ଡାଟାଗୁଡିକୁ ଆକ୍ସେସ୍ କରିଥାଏ । ଯଦି ଏଭଳି ହୁଏ ତେବେ ଏହାଦ୍ୱାରା ଆପଣଙ୍କ ବ୍ୟାଙ୍କ ଏବଂ ପେମେଂଟ ଡିଲିଟ୍ ହେବା ସହିତ ବ୍ୟକ୍ତିଗତ ଡାଟା ମଧ୍ୟ ଚୋରି ହୋଇପାରେ ।