ମାତ୍ର ଗୋଟିଏ କ୍ଲିକରେ ହିଁ ଦୂର ହୋଇଯିବ ହ୍ୱାଟସଆପ ଜନିତ ସବୁ ସମସ୍ୟା ! ଜାଣନ୍ତୁ କିପରି

39

ଆଜିର ଦିନରେ ହ୍ୱାଟସଆପ ଆମ ଜୀବନର ଏକ ଅଂଶ ପାଲଟିଯାଇଛି । ସାରା ଦୁନିଆରେ ହ୍ୱାଟସଆପର ୟୁଜର୍ସଙ୍କ ସଂଖ୍ୟା ଯେଉଁଠି ଦେଢ ଆରବ ରହିଛି, ସେଇଠି ଭାରତରେ ଏହାର ପାଖାପାଖି ୨୦ କୋଟି ୟୁଜର୍ସ ଅଛନ୍ତି । ଏଭଳି ପରିସ୍ଥିତିରେ ଆପଣଙ୍କୁ ହ୍ୱାଟସଆପରେ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନାକୁ କରିବାକୁ ପଡୁଛି । ଉଦାହରଣ ସ୍ୱରୂପ ଅଧିକାଂଶ ସମୟରେ ହ୍ୱାଟସଆପରେ ଷ୍ଟୋରେଜ ସମସ୍ୟା ଦେଖାଦେଇଥାଏ, ଅନେକ ସମୟରେ ମେସେଜରେ ମଧ୍ୟ ସମସ୍ୟା ପରିଲକ୍ଷିତ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ହାଟସଆପରେ ଦେଖାଦେଉଥିବା କିଛି ସମସ୍ୟା ଓ ତାର ସମାଧାନ ସଂପର୍କରେ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ ।

ହ୍ୱାଟସଆପର ସ୍ପିଡ ବଢାଇବେ କିପରି

ଏଥିପାଇଁ ହ୍ୱାଟସଆପର cache memory ଡିଲିଟ୍ କରିବାକୁ ହେବ । ଏଥିପାଇଁ ଆପଣ ସେଟିଂକୁ ଯାଇ ହ୍ୱାଟସଆପ ଆପକୁ ସର୍ଚ୍ଚ କରନ୍ତୁ ଏବଂ ପୁଣି ଏହାର ଷ୍ଟୋରେଜକୁ ଯାଇ ମବମଷର କ୍ଲିୟର କରନ୍ତୁ କିନ୍ତୁ ଏହା ପୂର୍ବରୁ ଆପଣ ହ୍ୱାଟସଆପ ଡାଟାର ବ୍ୟାକଅପ ନିଶ୍ଚୟ ନିଅନ୍ତୁ । କାହିଁକି ନା, cache memory କ୍ଲିୟର କରିବା ଦ୍ୱାରା ଆପଣଙ୍କରୁ ପୂରା ଡାଟା ତଥା ଚାର୍ଟ ମଧ୍ୟ ଡିଲିଟ୍ ହୋଇଯିବ । ହ୍ୱାଟସଆପ cache କ୍ଲିୟର କରିବା ପାଇଁ ପ୍ରଥମେ Settings>App Settings>Installed apps>WhatsApp>Delete cache/data।

ମେମୋରି ଚେକ୍ କରନ୍ତୁ

ଏହାପରେ ମଧ୍ୟ ଆପ ସ୍ଲୋ ହେଲେ ତେବେ ତାକୁ ଅପଡେଟ କରନ୍ତୁ । ଯଦି ଆପଣଙ୍କର ହ୍ୱାଟସଆପ ସ୍ଲୋ କିମ୍ବା ପୁଣି ଫଟୋ-ଭିଡିଓ ଡାଉନଲୋଡ ହେଉନାହିଁ ତେବେ ମେମୋରୀ ଚେକ୍ କରନ୍ତୁ । ଫୋନର ସେଟିଂରେ ଯାଇ , ଏଥିରେ ଥିବା ରାମ ସହିତ ଷ୍ଟୋରେଜ ମଧ୍ୟ ଚେକ୍ କରନ୍ତୁ କି ଫୋନରେ କେତେ ସ୍ପେସ ବଂଚିଛି ।