ଟଙ୍କା ପଠାଇବା ପାଇଁ ଏଣିକି ଆପଣଙ୍କୁ ଆଉ କୌଣସି ବ୍ୟାଙ୍କ ଯିବାକୁ ପଡିବନାହିଁ ବରଂ ଆପଣ ହ୍ୱାଟସଆପ ଜରିଆରେ ହିଁ ଏହି କାମ ଅତି ସହଜରେ କରିପାରିବେ । କାରଣ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପ୍ ନିକଟରେ ପେମେଂଟ ଅପସନ୍ ଅପଡେଟ୍ କରିଛି । ଯେଉଁଥିରେ ଆପଣ ଟଙ୍କା ପଠାଇବା ପାଇଁ କୌଣସି ବ୍ୟାଙ୍କକୁ ଦୌଡିବାକୁ ପଡିବ ନାହିଁ ବରଂ ଘରେ ବସି ହ୍ୱାଟସଆପ ଜରିଆରେ ହିଁ ଆପଣ ଏହି କାମ କରିପାରିବେ । ତେବେ ପେଟିଏମକୁ ଟକ୍କର ଦେବା ଉଦ୍ଦେଶ୍ୟରେ ହ୍ୱାଟସଆପ ଏହି ନୂଆ ଫିଚରଟିକୁ ଲଂଚ କରିଛି ।

ସୂଚନା ମୁତାବକ, ହ୍ୱାଟସଆପ ବିଟା ଭର୍ସନ ୨.୧୮.୩୯ ପାଇଁ ପେମେଂଟ ଅପସନ ରୋଲ ଆଉଟ୍ କରିଛି । ଯଦିଓ ବର୍ତ୍ତମାନ ଏହି ଫିଚରଟିକୁ ହ୍ୱାଟସଆପ ବଛା ବଛା କିଛି ୟୁଜର୍ସଙ୍କ ପାଇଁ ରୋଲ ଆଉଟ୍ କରିଛି ତେବେ ଖୁବ୍ ଶୀଘ୍ର ହିଁ ଏହି ଫିଚରଟିକୁ ସାଧାରଣ ୟୁଜର୍ସଙ୍କ ପାଇଁ ମଧ୍ୟ ଲାଇଭ କରିଦିଆଯିବ ବୋଲି କଂପାନୀ ତରଫରୁ ସୂଚନା ମିଳିଛି । ଏଠାରେ ଆମ କହି ରଖୁଛୁ କି, ଭାରତରେ ହ୍ୱାଟସଆପର ପାଖାପାଖି କୋଟିଏରୁ ଅଧିକ ସଂଖ୍ୟକ ୟୁଜର୍ସ ରହିଛନ୍ତି । ଯାହାକି ପେଟିଏମ ପାଇଁ କୌଣସି ଟକ୍କରରୁ କମ ନୁହେଁ । ତେବେ

ଆସନ୍ତୁ ଜାଣିବା କିଭଳି ହ୍ୱାଟସଆପ ଜରିଆରେ ଟଙ୍କା ପଠାଯାଇପାରିବ . . .

ହ୍ୱାଟସଆପରୁ ଟଙ୍କା ପଠାଇବା ପାଇଁ ଆପଣଙ୍କୁ ମାତ୍ର ୫ଟି ଷ୍ଟେପ ଫଲୋ କରିବାକୁ ପଡିବ । ଯାହା ସଂପର୍କରେ ଆମେ ତଳେ ଆଲୋଚନା କରିଛୁ ।

ସର୍ବ ପ୍ରଥମେ ଆପଣଙ୍କୁ ଗୁଗଲ ପ୍ଲେଷ୍ଟୋରରେ ଯାଇ ହ୍ୱାଟସଆପର ନୂଆ ଭର୍ସନକୁ ଇନଷ୍ଟଲ କରିବାକୁ ହେବ ।

ହ୍ୱାଟସଆପର ନୂଆ ଭର୍ସନ ଇନଷ୍ଟଲ କରିବା ପରେ ଏହାର ଠିକ୍ ରାଇଟ୍ କର୍ଣ୍ଣରରେ ତିନୋଟି ଡଟ୍ ନଜର ଆସିବ, ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ ।

ଏହାପରେ ସେଟିଂକୁ ଯାଆନ୍ତୁ । ଏଠାରେ ଆପଣଙ୍କୁ ଏକ ନୂଆ ଟ୍ୟାବ ନଜର ଆସିବ , ଯାହାକି ପେମେଂଟ ଅପସନ ଅଟେ ।

ଏହାପରେ ସିଲେକ୍ଟ ଏବଂ କଂଟିନ୍ୟୁ ଉପରେ କ୍ଲିକ୍ କରନ୍ତୁ । ଏଠାରେ ଆପଣଙ୍କୁ ବ୍ୟାଙ୍କଗୁଡିକର ଏକ ତାଲିକା ନଜର ଆସିବ, ଯେଉଁଥିରେ ଆକ୍ସିସ ବ୍ୟାଙ୍କଠାରୁ ଆରମ୍ଭ କରି ଏଚଡିଏଫସି ବ୍ୟାଙ୍କ ସମେତ ଅନେକ ବଡ ବଡ ବ୍ୟାଙ୍କର ନାଁ ରହିଛି ।

ଏଭଳି ଭାବରେ ଆପଣ ହ୍ୱାଟସଆପ ଜରିଆରେ ଆପଣଙ୍କର ପ୍ରିୟପରିଜନଙ୍କ ନିକଟକୁ ଟଙ୍କା ପଠାଇପାରିବେ ।