ଜିଓ ଫୋନରେ ବି ଚଲାଇପାରିବେ ହ୍ୱାଟସଆପ ! ଜାଣନ୍ତୁ ପୂରା ପ୍ରକ୍ରିୟା

46

ରିଲାଏନ୍ସ ଜିଓର ‘ଜିଓ ଫୋନ’ରେ ହ୍ୱାଟସଆପ ଚଲାଇବାର କୌଣସି ବ୍ୟବସ୍ଥା ନାହିଁ । ୟୁଜର୍ସ କେବଳ କଂପାନୀର କିଛି ନିଦ୍ଦିଷ୍ଟ ଆପକୁ ହିଁ ବ୍ୟବହାର କରିପାରିବେ, ଯାହାକି ପୂର୍ବରୁ ଫୋନଟିରେ ଉପଲବ୍ଧ ଥିବ । ତେବେ ଏଭଳି ସୂଚନା ଦେଇଥିଲା ଖୋଦ୍ ରିଲାଏନ୍ସ କଂପାନୀ । ଫୋନର ଲଂଚି ଅବସରରେ ହିଁ ଏକଥା କଂପାନୀ ସ୍ପଷ୍ଟ କରିଥିଲା । ୟୁଜର୍ସ ଏଥିରେ ନା ତ ହ୍ୱାଟସଆପ ଚଲାଇ ପାରିବେ ନା ହିଁ କୌଣସି ଆପ ଡାଉନଲୋଡ କରିପାରିବେ ବୋଲି କଂପାନୀ ସୂଚିତ କରିଥିଲା । ହେଲେ ଏହାସବୁ ସତ୍ୱେ ବି ଆପଣ ଜିଓ ଫୋନରେ ହ୍ୱାଟସଆପ ବ୍ୟବହାର କରିପାରିବେ । ଯାହାର ଟ୍ରିକ୍ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଏହାଦ୍ୱାରା ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ବି ପଡିବ ନାହିଁ, କାରଣ ଏହି ପ୍ରକ୍ରିୟା ଅତି ସହଜରେ ଓ ମାଗଣାରେ ଆପଣଙ୍କ ଜିଓଫୋନରେ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଟ୍ରିକ୍ ସଂପର୍କରେ ।

• ସର୍ବ ପ୍ରଥମେ ଆପଣଙ୍କ ଜିଓ ଫୋନର ବ୍ରାଉଜରକୁ ଯାଇ ସେଠାରେ www.browserling.com ଓପନ କରନ୍ତୁ ।

• ଏହି ୱେବସାଇଟରେ ଆପଣଙ୍କୁ ୫ ପ୍ରକାରର ବ୍ରାଉଜର ନଜର ଆସିବ । ଯେଉଁଥିରେ ଆପଣଙ୍କୁ କ୍ରୋମକୁ ହିଁ ଚୟନ କରିବାକୁ ପଡିବ ।

• ଏହାପରେ ୱେବସାଇଟରେ ଦିଆଯାଇଥିବା ଆଡ୍ରେସ ବାରକୁ ଯାଇ web.whatsapp.com ଓପନ କରନ୍ତୁ ।

• ଏଠାରେ ଆପଣଙ୍କୁ ଏକ କ୍ୟୁଆର (QR)କୋଡ ନଜର ଆସିବ ଯାହାକୁ ଆପଣ ୩ ନମ୍ବରର ବଟନ ସହିତ ଜୁମ କରିବାକୁ ପଡିବ ।

• ଏବେ ଆପଣ ଯେଉଁ ଫୋନରେ ପୂର୍ବରୁ ହିଁ ହ୍ୱାଟସଆପ ବ୍ୟବହାର କରୁଥିବେ, ତାକୁ ହ୍ୱାଟସଆପ ୱେବକୁ ଯାଇ କ୍ୟୁଆର କୋଡରେ ସ୍କାନ କରିବାକୁ ପଡିବ ।

• ଏଭଳି ଭାବେ ଆପଣଙ୍କର ଜିଓ ଫୋନରେ ହ୍ୱାଟସଆପ ଓପନ ହୋଇଯିବ ।

• ଏବେ ଏଥିରେ ସେ ପର୍ଯ୍ୟନ୍ତ ହ୍ୱାଟସଆପ ଓପନ ରହିବ ଯେ ପର୍ଯ୍ୟନ୍ତ ଆପଣ ଏହାକୁ ଲଗଆଉଟ୍ କରିନଥିବେ । ଏଥିସହିତ ଜିଓ ଫୋନରେ ଆପଣ ମାଗଣାରେ ହ୍ୱାଟସଆପ ବ୍ୟବହାର କରିପାରିବେ ।