ସ୍ଲୋ ହେଉଛି କି ହ୍ୱାଟସଆପ ? ତେବେ ବିନା କୌଣସି ଡାଟା ଖର୍ଚ୍ଚ କରି ଦୂର କରନ୍ତୁ ସମସ୍ୟା

27

ଲୋକପ୍ରିୟ ଆପ ଭାବରେ ହ୍ୱାଟସଆପ୍ ଏବେ ପରିଚିତ । ଯାହାର ବ୍ୟବହାର ପାଇଁ ପାଗଳ ପିଲାଠାରୁ ଆରମ୍ଭ କରି ବୃଢା ପର୍ଯ୍ୟନ୍ତ । ମାତ୍ର ହ୍ୱାଟସଆପର ଲୋକପ୍ରିୟତା ଯେତେ ବଢୁଛି ଏହାର ସମସ୍ୟା ମଧ୍ୟ ଦିନକୁ ଦିନ ଅସହ୍ୟ ହୋଇପଡୁଛି । ଏକଥା ଆମେ କହୁଁ ନାହୁଁ ବରଂ ଖୋଦ୍ ଏହି ସମସ୍ୟାର ଶିକାର ହୋଇଥିବା କିଛି ୟୁଜର୍ସଙ୍କର ଦାବି ରହିଛି ।

ସୂଚନା ମୁତାବକ, ୧୩ ଜାନୁଆରୀରୁ ଭାରତରେ ଅନେକ ୟୁଜର୍ସଙ୍କ ଫୋନରେ ହ୍ୱାଟସଆପ ଏକପ୍ରକାରେ ଅଚଳ ହୋଇପଡିଛି । ଏହି ଆପଟି ଅନେକ ସ୍ମାର୍ଟଫୋନରେ “obsolete” ଦେଖା ଯାଉଛି । ତେବେ ଏହି ସମସ୍ୟା ସବୁଠାରୁ ବେଶି ଏମଆଇ ସ୍ମାର୍ଟଫୋନରେ ହିଁ ଦେଖାଦେଇଛି । ୟୁଜର୍ସ ଯେତେବେଳେ ହିଁ ନିଜ ଫୋନରେ ହ୍ୱାଟସଆପ ଖୋଲୁଛନ୍ତି ଠିକ୍ ସେତେବେଳେ ହିଁ ତାଙ୍କୁ କୁହାଯାଉଛି କି ଆପଣଙ୍କର ହ୍ୱାଟସଆପ ଏବେ ପୁରୁଣା ହୋଇଯାଇଛି ଏବଂ ଏହାକୁ ତୁରନ୍ତ ଅପଡେଟ୍ କରାନ୍ତୁ ।

ଖାଲି ସେତିକି ନୁହେଁ ଏକ ମେସେଜ ମଧ୍ୟ ଆସୁଛି ଯେଉଁଥିରେ ଲେଖାଯାଇଛି କି, , “This version of WhatsApp became obsolete 0n 13 Jan, 2018. Please go to the Google Play Store and download the latest version.”  । ଯଦି ଆପଣ ଏହି ସମସ୍ୟାର ଶିକାର ହେଉଛନ୍ତି ତେବେ ଆଜି ଆମେ ଏଠାରେ ଆପଣଙ୍କର ଏହି ସମସ୍ୟାର ସମାଧାନ ପାଇଁ ଏକ ଉପାୟ ସଂପର୍କରେ ଜଣାଇବାକୁ ଯାଉଛୁ । ଯାହାକୁ ଅନୁସରଣ କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଜାଣିବା . . .

ଏଠାରେ ଆମେ କହି ରଖୁଛୁ କି ଏଥିପାଇଁ ଆପଣଙ୍କୁ ହ୍ୱାଟସଆପକୁ ଅନଇନଷ୍ଟଲ କରିବାକୁ ପଡିବ ନାହିଁ । ବରଂ ଆମେ କହିଥିବା କିଛି ଷ୍ଟେପକୁ ଫଲୋ କରି ବିନା କୌଣସି ଡାଟା ଖର୍ଚ୍ଚ କରି ଆପଣ ଏହି ସମସ୍ୟାର ସମାଧାନ କରିପାରିବେ ।

ପ୍ରକ୍ରିୟା

• ସର୍ବପ୍ରଥମେ ଆପଣ ମୋବାଇଲର ସେଟିଂ ଅପସନକୁ ଯାଆନ୍ତୁ ।

• ଏଠାରେ ଆପଣ apps from unknown sources କୁ Allow କରି ଦିଅନ୍ତୁ ।

• ଏବେ WhatsApp.com/androidକୁ ଯାଆନ୍ତୁ । ଏବଂ ହ୍ୱାଟସଆପର ଲାଟେଷ୍ଟ ଭର୍ସନକୁ ଡାଉନଲୋଡ କରି ଦିଅନ୍ତୁ ।

• ଏଭଳି ଭାବରେ ଆପଣଙ୍କର ହ୍ୱାଟସଆପ୍ ଅପଡେଟ୍ ହୋଇଯିବ ।