ହ୍ୱାଟସଆପ ହେଲା ଆହୁରୀ ସ୍ମାର୍ଟ ! ଲଂଚ କଲା ଦୁଇ ଦୁଇଟି ଦମଦାର ଫିଚର

57

ହ୍ୱାଟସଆପ ଏଣିକି ପୂର୍ବ ଅପେକ୍ଷା ଅଧିକ ସ୍ମାର୍ଟ ହେବାରେ ଲାଗିଛି । କାରଣ, ହ୍ୱାଟସଆପ ଏବେ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଫିଚର ଜାରି କରିବାରେ ଲାଗିଛି । ତେବେ ଇତି ମଧ୍ୟରେ ହ୍ୱାଟସଆପ ଏଥରକ ଯେଉଁ ଦୁଇଟି ନୂଆ ଫିଚର ଆଣିଛି ତାହା ରହିଛି ଅତ୍ୟନ୍ତ ଆକର୍ଷଣୀୟ ଏବଂ ଦମଦାର । ଯାହାର ନାଁ ରଖାଯାଇଛି ପିକଚର ଇନ୍ ପିକଚର । ଆଉ ଏହାକୁ ଆପଣ ଅପଡେଟ୍ କରିବା ପରେ ହିଁ ଉପଭୋଗ କରିପାରିବେ ।

ହ୍ୱାଟସଆପର ପିକଚର ଇନ୍ ପିକଚର ନାମକ ଫିଚରରେ ରହିଛି ଭିଡିଓ କଲିଂ ସହିତ ଚାଟିଂ ଭଳି ବ୍ୟବସ୍ଥା । ଅର୍ଥାତ୍ ଏହି ଫିଚର ସହାୟତାରେ ଆପଣ ଭିଡିଓ କଲିଂ ସମୟରେ ବି ଚାଟିଂ କରିପାରିବେ । ତେବେ ହ୍ୱାଟସଆପରେ ଭିଡିଓ କଲିଂ ସହିତ ମଧ୍ୟ ଆପଣ ମୋବାଇଲରେ ଅନ୍ୟ କୌଣସି କାମ ମଧ୍ୟ କରିପାରିବେ । ଯେ ପରିକି, ଚାଟିଂ, ମେସେଜିଂ କିମ୍ବା ଅନ୍ୟ କିଛି । ଏହାବ୍ୟତୀତ ଆପଣ ଭିଡିଓ କଲିଂର ୱିଣ୍ଡୋର ସାଇଜକୁ ବି ନିଜ ଇଚ୍ଛା ଅନୁସାରେ ରଖିପାରିବେ ।

ଏଠାରେ ଆମେ କହି ରଖୁଛୁ କି, ଏହି ଫିଚର ଆଣ୍ଡ୍ରଏଡ ଫୋନ ପାଇଁ ପୂର୍ବରୁ ହିଁ ଜାରି କରାଯାଇଥିଲା କିନ୍ତୁ ଆଇଓଏସ ୟୁଜର୍ସଙ୍କ ପାଇଁ ବି ଏହି ଫିଚରଟିକୁ ଜାରି କରାଯାଇଛି ।

ସେହିପରି ଏହାର ଅନ୍ୟ ଏକ ଫିଚରଟିରେ ରହିଛି ଟେକ୍ସ ଷ୍ଟାଟସ । ତେବେ ଏହି ଫିଚର ସହାୟତାରେ ଆପଣ ଏଣିକି ନିଜ ଷ୍ଟାଟସକୁ ଟେକ୍ସ ଦ୍ୱାରା ମଧ୍ୟ ଅପଡେଟ କରିପାରିବେ । ଏହା ପୂର୍ବରୁ ବି ଷ୍ଟାଟସରେ ଭିଡିଓ ଏବଂ ଫଟୋ ଅପଲୋଡ କରାଯାଇ ପାରୁଥିଲା । ମାତ୍ର ଏହି ଫିଚର ଦ୍ୱାରା ଆପଣ ହ୍ୱାଟସଆପ୍ ଷ୍ଟାଟସକୁ ଟେକ୍ସ ଦ୍ୱାରା ରଖିପାରିବେ ଏବଂ ଟେକ୍ସର ବ୍ୟାକଗ୍ରାଉଣ୍ଡ କଲର ମଧ୍ୟ ଆପଣ ଫେସବୁକ୍ ଷ୍ଟାଟସ ଭଳି ବଦଳାଇ ପାରିବେ । ଏହି ଟେକ୍ସ ଥିବା ଷ୍ଟାଟସ ୨୪ ଘଂଟା ପରେ ଆପଣା ଛାଏଁ ଅଦୃଶ୍ୟ ହୋଇଯିବ । ତେବେ ଏହି ଫିଚରଟିର ବିଟା ଟେଷ୍ଟିଂ ପୂର୍ବରୁ ହିଁ ହୋଇସାରିଛି ।

ସୌଜନ୍ୟ: ଅମର ଉଜାଲା