ନୂଆ କଟକଣା ଜାରି କଲା ହ୍ୱାଟସଆପ : ୟୁଜର୍ସଙ୍କ ମେସେଜ ଉପରେ ଲାଗିଲା ପ୍ରତିବନ୍ଧକ, ଜାଣନ୍ତୁ ଆଜିଠୁ କେତୋଟି ଲେଖାଏଁ ମେସେଜ ପଠାଇପାରିବେ ଆପଣ

68

ମିଥ୍ୟା ମେସେଜ, ଭିଡିଓ ଏବଂ ଫଟୋ କାରଣରୁ ଦେଶରେ ହିଂସା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ତଥା ଏଭଳି ମିଥ୍ୟା ଅପପ୍ରଚାର ଉପରେ ଲାଗାମ କଷିବା ପାଇଁ ନିଜ ପ୍ରତିଶ୍ରୁତି ଉପରେ ସୋସିଆଲ ମେସେଜିଂ ୱେବସାଇଟ ହ୍ୱାଟସଆପ କାମ କରିବା ଆରମ୍ଭ କରିଦେଇଛି । କିଛି ଦିନ ତଳେ କରିଥିବା ଘୋଷଣା ଆଧାରରେ ହ୍ୱାଟସଆପ ଗତକାଲି ରାତି ୧୨ଟାରୁ ଏକାସାଥିରେ ୫ରୁ ଅଧିକ ଲୋକଙ୍କୁ କୌଣସି ମେସେଜ ପଠାଇବା ଉପରେ ପ୍ରତିବନ୍ଧକ ଲଗାଇଛି ।

ରବିବାର ରାତି ୧୨ଟାରୁ ଡେକ୍ସଟପ ଏବଂ ଟାପଲେଟ ଉପରେ ଲାଗିଲା ରୋକ୍

ଯଦିଓ ହ୍ୱାଟସଆପ ତରଫରୁ ଏଭଳି ପ୍ରତିବନ୍ଧକ କିଛି ୟୁଜର୍ସଙ୍କ ପାଇଁ ହିଁ ଜାରି କରାଯାଇଛି । ଅର୍ଥାତ୍ ଯେଉଁ ୟୁଜର୍ସ ହ୍ୱାଟସଆପର ବ୍ୟବହାର ଉଭୟ କମ୍ପ୍ୟୁଟର ଏବଂ ଟାବଲେଟରେ କରୁଛନ୍ତି ସେମାନଙ୍କ ଉପରେ ଏହି ଏହି କଟକଣା ଜାରି କରିଛି କଂପାନୀ । କିନ୍ତୁ ଖୁବ ଶୀଘ୍ର ହିଁ ଏହି ପ୍ରତିବନ୍ଧକକୁ ମୋବାଇଲ ୟୁଜର୍ସଙ୍କ ଉପରେ ବି ଲାଗୁ କରାଯିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ଏଠାରେ ଆମେ କହି ରଖୁଛୁ କି, କିଛିଦିନ ତଳେ କେନ୍ଦ୍ର ସରକାର ହ୍ୱାଟସଆପକୁ ଏକ ନୋଟିସ ପଠାଇ ନିଜ ପ୍ଲାଟଫର୍ମରେ ପଠାଯାଉଥିବା ଉସୁକାଇଲା ଭଳି ମେସେଜ ତଥା ମିଥ୍ୟା ବା ଗୁଜବ ସୃଷ୍ଟିକାରୀ ମେସେଜ ଉପରେ ନିୟନ୍ତ୍ରଣ ରଖିବାକୁ କହିଥିଲେ । ସରକାର ହ୍ୱାଟସଆପକୁ ଚେତାବନୀ ଦେଇଥିଲେ କି ପ୍ରଭାବିତ କଲା ଭଳି ମିଥ୍ୟା ମେସେଜ କାରଣରୁ ଯଦି କୌଣସି ଅପ୍ରତିକର ପରିସ୍ଥିତି ଉପୁଜେ ତେବେ ଏଥିପାଇଁ ହ୍ୱାଟସଆପ ମଧ୍ୟ ଦାୟୀ ରହିବ ବୋଲି ସ୍ପଷ୍ଟ କରିଥିଲେ । ଯାହା ପରଠାରୁ ହିଁ ହ୍ୱାଟସଆପ ନିଜ ପ୍ଲାଟଫର୍ମର ଦୁରୁପୋଯୋଗ ହେବାକୁ ଦେବ ନାହିଁ ବୋଲି ଘୋଷଣା କରିଥିଲା ।

ସରକାରଙ୍କ ନୋଟିସ ପରେ ହ୍ୱାଟସଆପ ମିଥ୍ୟା ମେସେଜ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଏଭଳି ନିଷ୍ପତି ନେଇଛି । ଏଥିରେ ଅନ୍ୟ କୌଣସି ପକ୍ଷରୁ ଆସୁଥିବା ମେସେଜକୁ ଫରୱାର କରିବା ଦ୍ୱାରା ପାଇଥିବା ମୋବାଇଲ ଉପରେ ମେସେଜ ପହଂଚିବା ପରେ ତା ଉପରେ ଫରୱାର୍ଡ ଲେଖାଯାଇଥିବା ନଜର ଆସିବ । ତେବେ ହ୍ୱାଟସଆପ କହିବା କଥା ହେଲା କି, ଏହାଦ୍ୱାରା ମେସେଜ ପାଇଥିବା ବ୍ୟକ୍ତି ଜଣକ ସ୍ପଷ୍ଟ ହୋଇଯିବେ କି ତାଙ୍କ ନିକଟକୁ ହ୍ୱାଟସଆପ ଜରିଆରେ ଆସିଥିବା ଖବରଟି ମିଥ୍ୟା ତଥା ଫରୱାର୍ଡ ମେସେଜ ।