୭ ମିନିଟ୍ ନୁହେଁ ବରଂ ୭ ଦିନ ଭିତରେ ବି ଡିଲିଟ୍ କରିପାରିବେ ଅନ୍ୟଙ୍କ ନିକଟରେ ଥିବା ଆପଣଙ୍କର ମେସେଜ । ଜାଣନ୍ତୁ ପୂରା ପ୍ରକ୍ରିୟା

76

ବିଶ୍ୱର ଲୋକପ୍ରିୟ ମେସେଜିଂ ଆପ ତଥା ହ୍ୱାଟସଆପ ଗତ କିଛି ଦିନ ହେଲା ନିଜର ଏକ ନୂଆ ଫିଚର କାରଣରୁ ଚର୍ଚ୍ଚାରେ ରହିଛି । ଯାହାକି ପଠାଇଯାଇଥିବା ମେସେଜକୁ ଡିଲିଟ୍ କରିବା ଫିଚର ।  ଆଉ ଯେଉଁଥିରେ ଉଭୟ ସେଣ୍ଡର ଏବଂ ରିସିଭର ତରଫରୁ ମେସେଜ ଡିଲିଟ୍ କରାଯାଇପାରିବ ।

ଏହି ଫିଚରଟିକୁ ୟୁଜର ମେସେଜ ପଠାଇବାର ୭ ମିନିଟ ମଧ୍ୟରେ କରିପାରିବେ । କାରଣ ଏହାପରେ ଡିଲିଟର ଅପସନ ଆସିବ ନାହିଁ । ଯଦିଓ ଆପଣ ଆପଣଙ୍କର ଚାର୍ଟରୁ ଏହାକୁ ଯେତେବେଳେ ବି ଚାହିଁବେ ଡିଲିଟ୍ କରିପାରିବେ ମାତ୍ର ଅନ୍ୟପଟରୁ ଉକ୍ତ ମେସେଜଟି ଡିଲିଟ୍ ହୋଇନଥାଏ ।  କିନ୍ତୁ ଏବେ ଏହା ପୂରା ସଂଭବ ହୋଇପାରିବ । ଆପଣ ପଠାଇଥିବା ମେସେଜଟିକୁ ଆପଣ ଚାହିଁଲେ ୭ ମିନିଟ୍ ମଧ୍ୟରେ ବରଂ ୭ ଦିନ ମଧ୍ୟରେ ବି ଡିଲିଟ କରିପାରିବେ ।

କଂପାନୀ ପକ୍ଷରୁ ନିକଟରେ ହ୍ୱାଟସଆପରେ କୌଣସି ଭୁଲ୍ ବା ଦୂର୍ବଳତା ବା ସମସ୍ୟା ଖୋଜି ବାହାର କରିବା ନେଇ ଘୋଷଣା କରାଯାଇଥିଲା । ଯାହା ଉଭୟ ଇଣ୍ଡିଭିଜ୍ୟୁଆଲ୍ ଏବଂ ଗ୍ରୁପରେ ଉପଲବ୍ଧ ଥିବ । ତେଣୁ ଏଥିରେ ଏହି ସମସ୍ୟାଟି ସାମ୍ନାକୁ ଆସିଥିଲା । ଏବଂ କଂପାନୀ ମଧ୍ୟ ଏହାର ସମାଧାନର ରାସ୍ତା ବାହାର କରିଛି ।

ତେବେ ଆସନ୍ତୁ ଜାଣିବା ଆପଣ ପଠାଇଥିବା ମେସେଜକୁ କିଭଳି ୭ ମିନିଟ ବଦଳରେ ୭ ଦିନ ଭିତରରେ ବି ଫେରାଇ ଆଣିପାରିବେ ।

• ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ମୋବାଇଲର ୱାଇଫାଇକୁ ଅଫ କରି ମୋବାଇଲ ଡାଟାକୁ ଅନ କରିବାକୁ ହେବ ।

• ଏହାପରେ ସ୍ମାର୍ଟଫୋନର ସେଟିଂକୁ ଯାଇ ହ୍ୱାଟସଆପ ଆପ ଉପରେ କ୍ଲିକ୍ କରିବାକୁ ହେବ ।

• ଏଠାରେ ଆପଣଙ୍କୁ ଫୋର୍ସ ଷ୍ଟପର ଏକ ଅପସନ ନଜର ଆସିବ , ଯାହାକୁ ଆପଣଙ୍କୁ କ୍ଲିକ୍ କରିବାକୁ ହେବ ।

• ଷ୍ଟପ କରିବା ପରେ ଫୋନର ଡାଟା ଏବଂ ଟାଇମ ସେଟିଂ କୁ ଯିବାକୁ ହେବ ।

• ଏଠାରେ ଆପଣ ଆପଣଙ୍କର ଫୋନର ଡାଟା ଏବଂ ଟାଇମକୁ ସେଟ୍ କରନ୍ତୁ ଯେଉଁଦିନ ଆଉ ଯେଉଁସମୟରେ ଆପଣ ମେସେଜଟିକୁ ପଠାଇଥିଲେ ଏବଂ ଯାହାକୁ ଆପଣ ଏବେ ଡିଲିଟ୍ କରିବାକୁ ଚାହୁଁଛନ୍ତି ।

• ଏବେ ହ୍ୱାଟସଆପ ଚାଟକୁ ଯାଇ ତାକୁ ସେହି ମେସେଜ ଉପରେ ଲଗଟ୍ୟାପ କରନ୍ତୁ ଏବଂ ଡିଲିଟ ଫର ଏଭ୍ରିୱାନ ଉପରେ କ୍ଲିକ୍ କରି ପଠାଇଥିବା ମେସେଜକୁ ଡିଲିଟ୍ କରିପାରିବେ ।