ପୁଣି ଅଚଳ ହେଲା ହ୍ୱାଟସଆପ ! ମେସେଂଜର ବି ହେଲା ଡାଉନ, କଂପାନୀ ମୁହଁ ଚୁପ୍

32

ଇନଷ୍ଟାଂଟ ମେସେଜିଂ ଆପ ଗତକାଲି ବିଳମ୍ବିତ ରାତିରେ ଘଂଟାଏ ଧରି ଅଚଳ ହୋଇପଡିଥିଲା । ବିଶ୍ୱର ଏହି ଲୋକପ୍ରିୟ ଆପର ପାଖପାଖି ୧ ଆରବରୁ ଅଧିକ ୟୁଜର୍ସ ରହିଛନ୍ତି ଏବଂ ଗତକାଲି ଏହା ଦେଶର ପାଖାପାଖି ଅଧିକାଂଶ ସ୍ଥାନରେ ଡାଉନ ରହିଥିଲା ।

ଡାଉନ ଡିଟେକ୍ଟର ମୁତାବକ, ହ୍ୱାଟସଆପ ଭାରତୀୟ ସମୟାନୁସାରେ ରାତି ପାଖାପାଖି ୧୧ଟା ବେଳେ ଡାଉନ ହୋଇପଡିଥିଲା । ଯାହାଦ୍ୱାରା ୟୁଜର୍ସଙ୍କଠାରେ ତୀବ୍ର ଅସନ୍ତୋଷ ଦେଖାଦେବା ସହିତ ଖବରଟିକୁ ନେଇ ସୋସିଆଲ ମିଡିଆ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପାଖାପଖି ଘଂଟେ ଧରି ବନ୍ଦ ରହିବା ପରେ ହ୍ୱାଟସଆପର ସର୍ଭିସ ସ୍ୱଭାବିକ ହୋଇଥିଲା ।

ସୂଚନା ମୁତାବକ, ଖାଲି ହ୍ୱାଟସଆପ ନୁହେଁ ବରଂ କିଛି ସମୟ ପାଇଢଁ ମେସେଂଜର ମଧ୍ୟ ଡାଉନ ହୋଇପଡିଥିଲା । ମାତ୍ର ଏହା ହ୍ୱାଟସଆପର ଅଧିକାଂଶ ୟୁଜର୍ସଙ୍କଠାରେ ଦେଖାଦେଇନଥିଲା । ଡାଉନ ଡିଟେକ୍ଟର ମୁତାବକ, ୟୁରୋପରେ ଲୋକଙ୍କଠାରେ ଏଭଳି ସମସ୍ୟା ଦେଖାଦେଇଥିଲା ଏବଂ ୧୦୦ରୁ ଅଧିକ ରିପୋର୍ଟ ମିଳିଥିଲା ଯେଉଁଥିରେ ସୂଚିତ କରାଯାଇଛି କି ମେସେଂଜର ବି କାମ କରିବା ବନ୍ଦ କରିଦେଇଥିଲା । ଅନ୍ୟପଟରେ କିନ୍ତୁ ହ୍ୱାଟସଆପ ତରଫରୁ ସର୍ଭିସ ବନ୍ଦ ହେବା ନେଇ କୌଣସି ସ୍ପଷ୍ଟିକରଣ ମିଳିନି । ଉଲ୍ଲେଖ ଯୋଗ୍ୟ କି, ହ୍ୱାଟସଆପ ହେଉଛି ଫେସବୁକ କଂପାନୀର ଏବଂ କଂପାନୀର ସିଇଓ ମାର୍କ ଜକରବର୍ଗ କମ୍ୟୁନିଟି ଓ ଲୋକତନ୍ତ୍ରକୁ ନେଇ ଯେଉଁଠି ବଡ ବଡ କଥା କହୁଛନ୍ତି ସେଠି ୟୁଜର୍ସଙ୍କର ଏଭଳି ସମସ୍ୟା ତଥା ପ୍ରଶ୍ନର କୌଣସି ବି ଜବାବ ନାହିଁ ।

ଏଠାରେ ଆମେ କହି ରଖୁଛୁ କି, ହ୍ୱାଟସଆପ ଅଚଳ ହେବା ଏବେ ନୁହେଁ ବରଂ ବହୁ ପୂର୍ବରୁ ହିଁ ଦେଖା ଦେଲାଣି । କିଛି ଦିନ ପୂର୍ବରୁ ହ୍ୱାଟସଆପ କିଛି ସମୟ ପାଇଁ ଅଚଳ ହୋଇପଡିଥିଲା । ଯାହାଦ୍ୱାରା ୟୁଜର୍ସଙ୍କଠାରେ ତିବ୍ର ଅସନ୍ତୋଷ ସହ ଭୟର ବାତାବରଣ ସୃଷ୍ଟି ହୋଇ ଥିଲା । ହ୍ୱାଟସଆପ ଭାରତର କିଛି ୟୁଜର୍ସଙ୍କ ପାଇଁ ଡାଉନ ହୋଇଯାଇଥିଲା । ଯାହା ଫଳରେ ଅଧିକାଂଶ ଲୋକଙ୍କଠାରେ ଏଭଳି ସମସ୍ୟା ଦେଖାଦେଇଥିଲା । ବିଶେଷ କରି ଭାରତରେ ହ୍ୱାଟସଆପ ଡାଉନ ଟପ ଟ୍ରେଣ୍ଡିଂ ରହିଥିଲା । ଯାହାଦ୍ୱାରା କି ହ୍ୱାଟସଆପ ଖୋଲୁଥିଲା ସତ ହେଲେ ସେଥିରେ ଲୋଡିଂରେ ସମସ୍ୟା ଏବଂ ମେସେଜ ଡେଲିଭରରେ ସମସ୍ୟା ଦେଖା ଦେଇଥିଲା । ତେବେ ସର୍ଭର ଜନିତ ସମସ୍ୟା କାରଣରୁ ଏଭଳି ଘଟିପାରେ ବୋଲି ଅନୁମାନ କରାଯାଇଥିଲା ।

ସୌଜନ୍ୟ: ଆଜତକ୍