ଅଚଳ ହେଲା ହ୍ୱାଟସଆପ !

44

ଇନଷ୍ଟାଂଟ ମେସେଜିଂ ଆପ ତଥା ଲୋକପ୍ରିୟ ମେସେଜିଂ ଆପ ହ୍ୱାଟସଆପ କିଛି ସମୟ ପାଇଁ ଅଚଳ ହୋଇପଡିଛି । ଯାହାଦ୍ୱାରା ୟୁଜର୍ସଙ୍କ ଠାରେ ତିବ୍ର ଅସନ୍ତୋଷ ସହ ଭୟର ବାତାବରଣ ସୃଷ୍ଟି ହୋଇଛି । ଜାତୀୟ ଗଣମାଧ୍ୟମ ଆଜତକରେ ପ୍ରକାଶିତ ଖବର ମୁତାବକ, ହ୍ୱାଟସଆପ ଭାରତର କିଛି ୟୁଜର୍ସଙ୍କ ପାଇଁ ଡାଉନ ହୋଇଯାଇଛି । ଯାହା ଫଳରେ ଅଧିକାଂଶ ଲୋକଙ୍କଠାରେ ଏଭଳି ସମସ୍ୟା ଦେଖାଦେଇଛି । ସୋସିଆଲ ମିଡିଆ ହ୍ୱାଟସଆପ ଡାଉନ ଟ୍ରେଣ୍ଡ କରୁଛି ।

ବିଶେଷ କରି ଭାରତରେ ହ୍ୱାଟସଆପ ଡାଉନ ଟପ ଟ୍ରେଣ୍ଡିଂ ରହିଛି । ଯାହାଦ୍ୱାରା କି ହ୍ୱାଟସଆପ ଖୋଲୁଛି ସତ ହେଲେ ଏଥିରେ ଲୋଡିଂରେ ସମସ୍ୟା ଏବଂ ମେସେଜ ଡେଲିଭରରେ ସମସ୍ୟା ଦେଖା ଦେଇଛି । ଅନ୍ୟପଟେ ଏସଂପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ହ୍ୱାଟସଆପ ତରଫରୁ କୌଣସି ବି ସୂଚନା ମିଳିପାରିନାହିଁ । କିନ୍ତୁ ସର୍ଭର ଜନିତ ସମସ୍ୟା କାରଣରୁ ଏଭଳି ଘଟିପାରେ ବୋଲି ଅନୁମାନ କରାଯାଉଛି ।

ଏଠାରେ ଆମେ କହି ରଖୁଛୁ କି, ହ୍ୱାଟସଆପ ଡାଉନ ଏବେ ନୁହେଁ ବରଂ ବହୁ ପୂର୍ବରୁ ହିଁ ଦେଖା ଦେଲାଣି । ପାଖାପାଖି ଘଂଟେ ପୂର୍ବରୁ କିଛି ୟୁଜର୍ସଙ୍କୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡିଛି ।  ଦୀର୍ଘ ସମୟ ଧରି ଏଭଳି ସମସ୍ୟା ଦେଖାଦେବା ପରେ ବର୍ତ୍ତମାନ ସ୍ୱାଭାବିକ ହୋଇଛି ହ୍ୱାଟସଆପ ।