ହ୍ୱାଟସଆପର ନୁଆ ଅପଡେଟ୍ ! ଏଣିକି ରଖିପାରିବେ ରଙ୍ଗୀନ ‘ଟେକ୍ସଟ ଷ୍ଟାଟସ୍’ । ଜାଣନ୍ତୁ ଏହାର ବ୍ୟବହାର

53

ଏଣିକି ଫେସବୁକ୍ ଭଳି ରଙ୍ଗବେରଙ୍ଗର ଇମେଜ୍ ଓ ଭିଡିଓ ମଧ୍ୟ ଅପଲୋଡ କରିପାରିବେ । କାରଣ ହ୍ୱାଟସଆପ ରିଲିଜ କରିଛି ଫେସବୁକର ସବୁଠାରୁ ଆକର୍ଷଣୀୟ ଫିଚର । ସୂଚନା ମୁତାବକ, ହ୍ୱାଟସଆପ ନିଜର ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ଆପ୍ ପାଇଁ ବେରଙ୍ଗର ‘ଟେକ୍ସଟ ଷ୍ଟେଚର୍ସ’ ନାମକ ଏକ ଫିଚର ଲଂଚ କରିଛି । ତେବେ ଏହି ଫିଚରଟି ଆସିବା ପରେ ଆପଣ ଫୋସବୁକ୍ ଭଳି ଷ୍ଟାଟସ ତଥା କଲରଫୁଲ୍ ବ୍ୟାକଗ୍ରାଉଣ୍ଡ, ଫଂଟ୍ ଏବଂ ଇମେଜ ସହିତ ନିଜର ଷ୍ଟାଟସ ଅପଡେଟ୍ କରିପାରିବେ ।

କିପରି ବ୍ୟବହାର କରିବେ ଟେକ୍ସଟ ଷ୍ଟାଟସ୍

• ଏଥିପାଇଁ ପ୍ରଥମେ ଆପଣ ନିଜ ହ୍ୱାଟସଆପ୍ ଆପକୁ ଅପଡେଟ୍ କରିବାକୁ ପଡିବ ।

• ଏହାପରେ ଆପଟିକୁ ଓପନ କରିବେ ଏବଂ ଷ୍ଟାଟସ୍ ଥିବା ଟ୍ୟାବକୁ ଯିବାକୁ ପଡିବ ।

• ଏହାପରେ ଆପଣଙ୍କୁ ଏହାର ସବାତଳେ ଥିବା ତଥା ଠିକ୍ ଡାହାଣ ପାଶ୍ୱର୍ରେ ଏକ ପେନର ସାଇନ୍ ଏବଂ କ୍ୟାମେରା ଆଇକନ୍ ନଜର ଆସିବ ।

• ଏହାପରେ ଯଦି ଆପଣ ଷ୍ଟାଟସରେ କୌଣସି ଭିଡିଓ କିମ୍ବା ଇମେଜ୍ ରଖିବାକୁ ଚାହିଁବେ ତେବେ କ୍ୟାମେରା ଉପରେ କ୍ଲିକ୍ କରିିବେ ଓ ଯଦି ଆପଣ କଲରଫୁଲ୍ ଟେକ୍ସଟ ଷ୍ଟାଟସ୍ ସେୟାର କରିବାକୁ ଚାହୁିଁବେ ତେବେ ପେନ୍ ଥିବା ଆଇକନ ଉପରେ କ୍ଲିକ୍ କରିବେ ।

• ଏହାପରେ ଆପଣଙ୍କୁ ଠିକ୍ ସେହିପରି ବିକଳ୍ପ ମିଳିବ ଯାହା ଫେସବୁକରେ ଦେଖିିବାକୁ ମିଳିଥାଏ । ଅର୍ଥାତ୍ ଆପଣଙ୍କୁ ରଙ୍ଗୀନ ବ୍ୟାକଗ୍ରାଉଣ୍ଡ ନଜର ଆସିବ, ଯାହା ଉପରେ ଆପଣ ଟେକ୍ସଟ ଲେଖି ପାରିବେ ଏବଂ ନିଜର ମନପସନ୍ଦିଆ ଇମେଜ ମଧ୍ୟ ରଖିପାରିବେ ।

ସୌଜନ୍ୟ: ଅମର ଉଜାଲା