ଭାରତରେ ନିଜ ବ୍ୟବସାୟ ବନ୍ଦ କରିପାରେ ହ୍ୱାଟସଆପ୍ ! ସରକାରଙ୍କ ବିରୋଧରେ କଂପାନୀ ଆଣିଲା ଭେଦଭାବ ଅଭିଯୋଗ

51

ଭାରତରେ ନିଜ ବ୍ୟବସାୟକୁ ବନ୍ଦ କରିପାରେ ସୋସିଆଲ ମେସେଜିଂ ଆପ ହ୍ୱାଟସଆପ । କଂପାନୀ ତରଫରୁ ସରକାର ବିରୋଧରେ କଂପାନୀର ପେମେଂଟ ସେବାକୁ ନେଇ ଭେଦଭାବ କରୁଥିବା ଅଭିଯୋଗ ଆସିଛି । କଂପାନୀର ଯୁକ୍ତି ରହିଛି କି, ସରକାର ଗୁଗଲ ଏବଂ ବାକି କଂପାନୀମାନଙ୍କୁ ପେମେଂଟ ସେବାକୁ ଅଧିକ ପ୍ରାଥମିକତା ଦେଉଛନ୍ତି ହେଲେ ହ୍ୱାଟସଆପର ପେମେଂଟ ସେବାର ଆରମ୍ଭକୁ ଗୁରୁତ୍ୱ ଦେଉନାହାଁନ୍ତି । ତେବେ ଉଭୟ ହ୍ୱାଟସଆପ ଓ ସରକାରଙ୍କ ମଧ୍ୟରେ ବିବାଦ ମିଥ୍ୟା ଖବରକୁ ନେଇ ବୃ୍ଦ୍ଧି ପାଇଛି । ସରକାରଙ୍କ ପକ୍ଷରୁ ହ୍ୱାଟସଆପରୁ କୁହାଯାଇଛି କଂପାନୀ ମିଥ୍ୟା ଖବର ଉପରେ ଲଗାମ କଷିବାକୁ , ଏଥିସହିତ ହିଁ ନିଜର ଟେକନିକରେ ପରିବର୍ତ୍ତନ ଆଣିବାକୁ , ଯାହାଦ୍ୱାରା ମିଥ୍ୟା ଖବର ତଥା ଗୁଜବ ଖେଳାଉଥିବା ଲୋକଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ । ଯଦି କଂପାନୀ ସରକାରଙ୍କ କଥାକୁ ମାନି ନିଏ ତେବେ ଯାଇଁ କଂପାନୀକୁ ନିଜ ପେମେଂଟ ସେବା ଆରମ୍ଭ କରିବାକୁ ଅନୁମତି ମିଳିବ ।

ସରକାରଙ୍କ ତରଫରୁ ଆହୁରୀ ମଧ୍ୟ କୁହାଯାଇଛି କି, କଂପାନୀ ନିଜର ସର୍ଭରକୁ ଦେଶରେ ସ୍ଥାପିତ କରୁ । ଏଥିପାଇଁ କଂପାନୀ ନିଜ ତରଫରୁ ଆଂଶିକ ଭାବରେ ପ୍ରସ୍ତୁତ ମଧ୍ୟ ହୋଇସାରିଛି, ହେଲେ ସରକାରଙ୍କ କହିବା କଥା ହେଲା, କଂପାନୀ ସଂପୂର୍ଣ୍ଣ ଭାବରେ ଭାରତରେ ନିଜ ସର୍ଭରକୁ ସ୍ଥାପିତ କରୁ । ହେଲେ ଏହା ପୂର୍ବରୁ କଂପାନୀକୁ ଆମ କଥା ମାନିବାକୁ ହେବ । ଅର୍ଥାତ୍ କଂପାନୀକୁ ଏଭଳି ଏକ ଟେକନିକ୍ ପ୍ରସ୍ତୁତ କରିବାକୁ ହେବ, ଯାହାଦ୍ୱାରା ଏହା ଜାଣିବା ସମ୍ଭବ ହୋଇପାରିବ କି, ମିଥ୍ୟ ତଥା ଗୁଜକ ଖବର ଖେଳାଉଥିବା ବ୍ୟକ୍ତିକୁ ଜଣକ କିଏ ? ମାତ୍ର ସରକାରଙ୍କ କଥାକୁ ଅସ୍ୱୀକାର କରିଛି କଂପାନୀ ।  କମ୍ପାନି ପକ୍ଷରୁ କୁହାଯାଇଛି ଯେ ଲୋକମାନେ ନିଜର ବ୍ୟକ୍ତିଗତ ସୂଚନା ଆଦାନପ୍ରଦାନ ପାଇଁ ହ୍ଵାଟ୍ସଆପର ବହୁଳ ବ୍ୟବହାର କରିଥାନ୍ତି । କିନ୍ତୁ ଏସବୁ ମେସେଜ ଗୁଡ଼ିକ ଉପରେ ନଜର ରଖିଲେ ତାହା ହ୍ଵାଟ୍ସଆପର ମୂଳ ଲକ୍ଷ୍ୟର ବିରୁଦ୍ଧାଚରଣ କରିବ । କାରଣ ମେସେଜର ଗୋପନୀୟତା ରକ୍ଷା ହ୍ଵାଟ୍ସଆପର ମୂଳ ଲକ୍ଷ୍ୟ ।

ଏଠାରେ ଆମେ କହି ରଖୁଛୁ କି, ଦେଶରେ ହ୍ଵାଟ୍ସଆପ ମାଧ୍ୟମରେ ଗୁଜର ପ୍ରସାର କରାଯାଇ ହିଂସାକାଣ୍ଡ ସୃଷ୍ଟି ହେଉଛି । ଏହା ସରକାରଙ୍କ ଚିନ୍ତା ବଢାଇଦେଇଛି । କିଛିଦିନତଳେ କେନ୍ଦ୍ର ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ରବିଶଙ୍କର ପ୍ରସାଦ ହ୍ଵାଟ୍ସଆପ ସିଇଓ କ୍ରିସ ଡାନିଏଲ୍ସଙ୍କୁ କହିଥିଲେ ଯେ ହ୍ଵାଟ୍ସଆପ ଭାରତରେ ନିଜର ଅଭିଯୋଗ କେନ୍ଦ୍ର ଖୋଲୁ, ଯଦ୍ୱାରା ଲୋକମାନେ ସହଜରେ କମ୍ପାନି ନିକଟରେ ପହଞ୍ଚିପାରିବେ । ସେହିପରି ହ୍ଵାଟ୍ସଆପ ଭାରତୀୟ ନିୟମକୁ ପାଳନ କରୁ । କାରଣ ହ୍ଵାଟ୍ସଆପକୁ କେନ୍ଦ୍ର କରି ଆମ ଦେଶରେ ଅପରାଧ ଘଟିଲେ ଆଇନଗତ ମାମଲା ପାଇଁ ଆମକୁ ଯୋପରି ଆମେରିକା ଦୌଡିବାକୁ ନପଡେ । ସେହିପରି ଭାରତରେ କମ୍ପାନି ନିଜର ଏକ ସ୍ୱୟଂସଂପୂର୍ଣ୍ଣ ୟୁନିଟ୍‌ ଖୋଲୁ ।