ହ୍ୱାର୍ଟସଆପ ୟୁଜର୍ସଙ୍କ ପାଇଁ ଖୁସି ଖବର ! ଏଣିକି ନିଜ ପସନ୍ଦର ଚାଟକୁ ରଖିପାରିବେ ‘ପିନ୍ ଟୁ ଟପ୍’

50

ପପୁଲାର ସୋସିଆଲ ମିଡିଆ ମେସେଜିଂ ଆପ ହ୍ୱାର୍ଟସଆପ ନିଜ ୟୁଜର୍ସଙ୍କ ପାଇଁ ଭେଟି ଦେଇଛି ଏକ ନୁଆ ଫିଚର । ଏହି ନୁଆ ଫିଚରଟି ଜରିଆରେ ହ୍ୱାର୍ଟଆପ ୟୁଜର୍ସ ନିଜର ଚାଟ୍ ବା ମେସେଜକୁ ‘ପିନ୍ ଟୁ ଟପ୍’ କରି ପାରିବେ ।
ନିଜ ମନପସନ୍ଦର ଚାଟ୍ ବା ମେସେଜକୁ ଆପଣ ‘ପିନ୍ ଟୁ ଟପ୍’ କରିବା ପରେ ଏହା ଚାଟଟିଆପଣଙ୍କ ହ୍ୱାର୍ଟସଆପର ମେସେଜ ବକ୍ସରେ ସବୁଠାରୁ ଉଚ୍ଚରେ ନଜର ଆସିବ । ତେବେ ହ୍ୱାର୍ଟସଆପ ପକ୍ଷରୁ ଏହି ନୁଆ ଫିଚରଟିକୁ ଜାରି କରି ଦିଆଯାଇଛି । ଏବଂ ଗୁଗଲ ପ୍ଲେଷ୍ଟୋରରେ ମଧ୍ୟ ଏବେ ଏହା ଉପଲବ୍ଧ ।

ସୂଚନା ମୁତାବକ, ହ୍ୱାର୍ଟସଆପର ଲାଟେଷ୍ଟ ଭର୍ସନ ୨.୧୭.୧୯୦ରେ ଏହି ନୁଆ ଫିଚରଟି ଉପଲବ୍ଧ । ଏହା ଜରିଆରେ ନା କେବଳ ବ୍ୟକ୍ତିଗତ ଚାଟ୍ ବକ୍ସକୁ ବରଂ ଗ୍ରୁପ ଚାଟକୁ ମଧ୍ୟ ଆପଣ ‘ପିନ୍ ଟୁ ଟପ୍’ କରି ପାରିବେ । ଏହା ପୂର୍ବରୁ ଯେବେବି କୌଣସି ଚାଟକୁ ଟଚ କରି ତାକୁ ହୋଲ୍ଡ କରିବାକୁ ପଡୁଥିଲା ତେବେ ତାକୁ ଫେଭରେଟ୍ , ଡିଲିଟ୍ ଆରକାଇବ, ନ୍ୟୁଟ୍ କରିବାର ବିକଳ୍ପ ମିଳୁଥିଲା । କିନ୍ତୁ ଏବେ ୟୁଜର୍ସଙ୍କୁ ମଧ୍ୟ ଏହା ସହିତ ‘ପିନ୍ ଟୁ ଟପ୍’ ଆଇକନ ନଜର ଆସିବ ।

ଥରେ ‘ପିନ୍ ଟୁ ଟପ୍’ କରିବାଦ୍ୱାରା ଚାଟ୍ ବକ୍ସରେ ‘ପିନ୍ ଟୁ ଟପ୍’ କରାଯାଇଥିବା ଚାଟଟି ସବୁଠାରୁ ଶୀର୍ଷରେ ରହିବ । ଆପଣଙ୍କ ସବୁଠାରୁ ରିସେଂଟ ଚାଟ୍ ମଧ୍ୟ ‘ପିନ୍ ଟୁ ଟପ୍’ କରାଯାଇଥିବା ଚାଟଠାରୁ ତଳେ ରହିବ । ତେବେ ଏଠାରେ ଆମେ କହି ରଖୁଛୁ କି, ଟୁଇଟର ଓ ଫେସବୁକ ପେଜରେ ମଧ୍ୟ ଏହି ସୁବିଧା ରହିଛି । ମାତ୍ର ବ୍ୟକ୍ତିଗତ ଫେସବୁକ୍ ଆକାଉଂଟରେ ଏହି ସୁବିଧା ନାହିଁ ।