ନମ୍ବର ‘୮’ ପ୍ରତି ମୋଦିଙ୍କର ଥିବା ଅହେତୁକ ପ୍ରେମ ପଛରେ କଣ ରହିଛି ରହସ୍ୟ ? ଜାଣନ୍ତୁ

82

ଏହାମାତ୍ର ସଂଯୋଗ ହୋଇପାରେ କିମ୍ବା ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଅର୍ଥାତ୍ ୮ ସଂଖ୍ୟା ପ୍ରତି ମୋଦିଙ୍କ ଅହେତୁକ ଭଲପାଇବା ପଛରେ କଣ ଉଦ୍ଦେଶ୍ୟ ଥାଇ ପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର । ଯାହା ସଂପର୍କରେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ।

• ମୋଦି ଗତବର୍ଷ ନଭେମ୍ବର ୮ ତାରିଖ ରାତି ପ୍ରାୟ ୮ଟା ସମୟରେ ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟକୁ ବନ୍ଦ କରିବା ତଥା ବିମୁଦ୍ରାକରଣ ଭଳି ବଡ ଘୋଷଣା କରିଥିଲେ । ଯାହା ଥିଲା ମୋଦିଙ୍କ ଶାସନର ଏକ ଐତିହାସିକ ପଦକ୍ଷେପ ।

• ମୋଦି ସେପ୍ଟେମ୍ବର୧୭. ୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ ତାରିଖକୁ ଅଙ୍କ ଜ୍ୟୋତିଷରେ ବିଶ୍ଳେଷଣ କଲେ ତାହା ୮ ଅର୍ଥାତ୍ ୧ + ୭ = ୮ ବାହାରି ଥାଏ । ତେବେ ଏହି ସଂଖ୍ୟା ଯେଉଁମାନଙ୍କର ଥାଏ ସେମାନେ ବହୁତ ଅନୁଶାସିତ, ମହତ୍ତ୍ୱକାଂକ୍ଷୀ ଏବଂ ପ୍ରଭାବଶାଳୀ ଅଟନ୍ତି ।

• ପ୍ରସିଦ୍ଧ ସଂଖ୍ୟା ଜ୍ୟୋତିଷ ବିଷାରଦ ପଲ୍ ସାଡୋଷ୍ଟିଙ୍କ ମତରେ ନରେନ୍ଦ୍ର ମୋଦିଙ୍କ ନାମରେ ୧୨ଟି ଅକ୍ଷର ରହିଛି । ଗଣନ ନିୟମାନୁସାରେ ୧୨ଟି ଅକ୍ଷର ହେଉଛି ୬୨ ଏବଂ ୬ + ୨ = ୮ ଅର୍ଥାତ୍ ମୋଦିଙ୍କ ସଂଖ୍ୟା ହେଉଛି ୮ ।

• ମୋଦିଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନକୁ ୭, ରେସ୍ କୋର୍ସ ରୋଡରୁ ପରିବର୍ତ୍ତନ କରାଯାଇ ୭, ଲୋକ କଲ୍ୟାଣ ମାର୍ଗ ନାମରେ ନାମିତ କରାଯାଇଛି । କୁହାଯାଏ ଏହି ପଦକ୍ଷେପଟି ସଂଖ୍ୟା ୮ ସହ ଜଡିତ । କାରଣ ପୁରାତନ ମେସୋପଟାମିୟା ବେବିଲୋନିଆ କ୍ୟାଲେଣ୍ଡର ଅନୁଯାୟୀ ଲୋକ କଲ୍ୟାଣ ମାର୍ଗର ସଂଖ୍ୟା ହେଉଛି ୮ ।

• ସେହିପରି ମୋଦିଙ୍କ ‘ସ୍ୱାବଲମ୍ବନ ଅଭିଯାନ’ ଆରମ୍ଭ ହୋଇଥିଲା ସେପ୍ଟେମ୍ବର ୧୭, ୨୦୧୪ ୧ + ୭ = ୮ ।

• ମୋଦି ‘ସାର୍କ ସମ୍ମିଳନୀ ୨୦୧୪’କୁ ନଭେମ୍ବର ୨୬ରେ ଉଦଘାଟନ କରିଥିଲେ ଅର୍ଥାତ୍ ୨ + ୬ = ୮ ।

• ଗୁଜରାଟରେ ମୋଦି ‘ପ୍ରବାସୀ ଭାରତୀୟ ଦିବସ’ର ଶୁଭାରମ୍ଭ କଲେ ଜାନୁୟାରୀ ୮, ୨୦୧୫ରେ ।

• ଏପ୍ରିଲ ୮, ୨୦୧୫ରେ ‘ପ୍ରଧାନମନ୍ତ୍ରୀ ଯୋଜନା’ର ଉଦଘାଟନ କରିଥିଲେ ନରେନ୍ଦ୍ର ମୋଦି ।

• ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ ‘ଡିଜିଟାଲ ଇଣ୍ଡିଆ’ ମଧ୍ୟ ସେପ୍ଟେମ୍ବର ୨୬, ୨୦୧୫ରେ ଉଦଘାଟନ ହୋଇଥିଲା ଅର୍ଥାତ୍ ୨ + ୬ = ୮ ।