ସ୍ମାର୍ଟଫୋନର ପାସୱାର୍ଡ ଭୁଲି ଯାଇଛନ୍ତି କି ? ତେବେ ଆପଣାନ୍ତୁ ଏହି ସହଜ ତରିକା

39

ଅନେକ ସମୟରେ ଏପରି ହୋଇଥାଏ କି ଆମେ ମୋବାଇଲ୍ କିମ୍ବା ଲାପଟପରେ ଦେଇଥିବା ପାସୱାର୍ଡକୁ ଭୁଲି ଯାଇଥାଉ । ଯେଉଁଥିପାଇଁ ଆମକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଏଣିକି ଆପଣଙ୍କୁ ଆଉ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିବ ନାହିିଁ । କାରଣ ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ ସଂପର୍କରେ ଜଣାଇବୁ ଯାହାକୁ ବ୍ୟବହାର କରିବାଦ୍ୱାରା ଆପଣ ଆପଣଙ୍କ ସ୍ମାର୍ଟଫୋନର ଲକକୁ ଅତି ସହଜରେ ଖୋଲି ପାରିବେ । ଆସନ୍ତୁ ଜାଣିବା ।

ସାଧାରଣତଃ ଆଣ୍ଡ୍ରୋଏଡ୍ ଡିଭାଇସରେ ‘ମ୍ୟାନେଜର’ ନାମକ ଏକ ସର୍ଭିସ ଉପଲବ୍ଧ । ଯାହା ଆପଣଙ୍କ ସ୍ମାର୍ଟଫୋନ ସହ ଜଡିତ । ଆପଣ ଏହାର ଫାଇଦା ଅନ୍ୟ କୌଣସି ଡିଭାଇସ୍ ସହିତ ମଧ୍ୟ ଉଠାଇ ପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କର ଗୁଗଲ ଆକାଉଂଟ୍ ଲଗଇନ୍ ହୋଇଥିବା ଆବଶ୍ୟକ ।

ତେବେ ଆଣ୍ଡ୍ରୋଏଡ୍ ଡିଭାଇସ୍ ମ୍ୟାନେଜର ବ୍ୟବହାର କରିବା ପରେ ଆପଣଙ୍କ ମୋବାଇଲ ସ୍କ୍ରିନ୍ ଉପରେ ଏକ ଲକ୍ ବଟନ ନଜର ଆସିଥାଏ । ଏହି ବଟନଟିକୁ କ୍ଲିକ୍ କରିବାଦ୍ୱାରା ଏଥିରେ ପୁଣି ଏକ ନୂଆ ପାସୱାର୍ଡ ଦେବାକୁ ପଡିଥାଏ । ଏହାଛଡା ସାମସଙ୍ଗ ୟୁଜର୍ସ ମଧ୍ୟ ଏଥିପାଇଁ ‘ଫାଇଣ୍ଡ ମାଇ ମୋବାଇଲ’ର ବ୍ୟବହାର କରିପାରିବେ । ମୋବାଇଲ ସ୍କ୍ରିନର ବାମ ପାଶ୍ୱର୍ରେ ଥିବା ‘ଲକ୍ ମାଇ ସ୍କ୍ରିନ୍ ’ଉପରେ କ୍ଲିକ୍ କରିବାକୁ ପଡିବ । କ୍ଲିକ୍ କରିବାର ମାତ୍ର କିଛି ସମୟ ପରେ ହିଁ ମୋବାଇଲର ପାସୱାର୍ଡ ବଦଳି ଯାଇଥାଏ ।

ଏହା ସହିତ ଆପଣ ଫରଗର୍ଟ ପ୍ୟାଟର୍ନର ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ଆପଣଙ୍କ ସ୍ମାର୍ଟଫୋନ ୪.୪ ଅପରେଟିଂ ସିଷ୍ଟମର ହୋଇଥିବା ଆବଶ୍ୟକ । ଫରଗର୍ଟ ପ୍ୟାଟର୍ନର ଅପ୍ସନ ସେତେବେଳେ ଆସିଥାଏ ଯେତେବେଳେ ଆପଣ ପୂର୍ବରୁ ଏଥିପାଇଁ ପାଖାପାଖି ପାଂଚ ଥର ପାସୱାର୍ଡ ଦେଇ ସାରିଥିବେ । ଏବଂ ଆପଣଙ୍କ ମୋବାଇଲ୍ ସ୍କ୍ରିନ ଉପରେ ଲେଖା ଚାଲି ଆସିଯାଏ କି, ଟ୍ରାଏ ଅଗେନ୍ ଇନ୍ ୩୦ ସେକେଣ୍ଡେ । ତେବେ ଏକଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ କି ଆପଣଙ୍କ ଡିଭାଇସରେ ୟୁଏସବି ଏନାବୁଲ୍ ହୋଇଥିବା ଦରକାର ।