ବଜ୍ରପାତ ସମୟରେ କଣ କରିବା ଉଚିତ କଣ ନୁହେଁ ? ଜାଣନ୍ତୁ ଏହି ସମୟରେ କିପରି କରିବେ ନିଜକୁ ରକ୍ଷା

48

ସକ୍ରିୟ ହେଉଛି ମୌସୁମୀ । ଆଉ ମାତ୍ର ଦିନେ କି ଦୁଇ ଦିନ ଭିତରେ ସାରା ଓଡିଶାକୁ ଛୁଇଁବା ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ଏବେ କିଛି ଅଂଚଳରେ ବି ଆରମ୍ଭ ହୋଇଯାଇଛି ମୌସୁମୀ ଜନିତ ବର୍ଷା । ତେବେ ଦୀର୍ଘଦିନର ବ୍ୟବଧାନ ପରେ ସୌସୁମୀ ଜନିତ ବର୍ଷା କାରଣରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆସ୍ୱସ୍ତି ମିଳିଛ ସତ ହେଲେ ବର୍ଷା ସାଙ୍ଗକୁ ହେଉଥିବା ବଜ୍ରପାତ ଭୟର ବାତାବରଣ ସୃଷ୍ଟି କରିଛି । ତେବେ ଏହି ସମୟରେ ଆପଣଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ । ଯାହାଦ୍ୱାରା ଆପଣ ଏବଂ ଆପଣଙ୍କର ପରିବାରକୁ ସୁରକ୍ଷିତ ରଖିପାରିବେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ…

କିପରି ପାଇବେ ରକ୍ଷା

• ଏହି ସମୟରେ ଘର କିମ୍ବା ଅଫିସ ପରିସରରେ ରହିବା ଆବଶ୍ୟକ ।

• ଯଦି ଆପଣ ରାସ୍ତାରେ ଯାତ୍ରା କରୁଛନ୍ତି ତେବେ ଗାଡିକୁ ଇଲେଟ୍ରିକ ତାର, କିମ୍ବା ଖୁଂଟି କିମ୍ବା ଗଛ ଠାରୁ ଦୁରେଇ ରଖି ଛିଡା ହେବା ଉଚିତ ।

• ଝଡ ତୋଫାନ ସମୟରେ ଶ୍ୱାସ ଜନିତ ସମସ୍ୟା ଥିବା ବ୍ୟକ୍ତି ପଦାକୁ ବାହାରିବା ଅନୁଚିତ ।

• ବିଶେଷ କରି ଆସ୍ଥମା ଥିବା ଲୋକ ମାନେ ଘରୁ ନବାହାରି ଘରର କବାଟ ଝରକା ବନ୍ଦ କରି ଘର ଭିତରେ ରହିବା ଭଲ ହେବ ।

• କେବଳ ଏତିକି ନୁହେଁ ୪୦ ବର୍ଷରୁ ଅଧିକ ଘର ଗୁଡିକ ଏହି ଝଡରେ ବିପୁଳ ଭାବରେ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

• ସେହିପରି ବିଜୁଳି ମାରୁଥିବା ସମୟରେ ଟ୍ୟାପରୁ ପାଣି ପିଅନ୍ତୁ ନାହିଁ କିମ୍ବା ଗାଧାନ୍ତୁ ନାହିଁ । କାରଣ ଆକାଶରେ ମାରୁଥିବା ବିଜୁଳି ବେଳେ ବେଳେ ପାଣି ପାଇପରେ ପସିଯାଇଥାଏ । ଏହି ଭଳି ଭାବରେ ଝଡ ତୋଫାନରୁ ନିଜକୁ ରକ୍ଷା କରିପାରିବେ ।