ଏଟିଏମରୁ ଟଙ୍କା ନ ଉଠିବି ଆପଣଙ୍କ ଖାତାରୁ କଟିଯାଇଛି ଟଙ୍କା ! ତେବେ ବ୍ୟସ୍ତ ନହୋଇ ତୁରନ୍ତ କରନ୍ତୁ ଏହି କାମ

107

ଅଟୋମେଟେଡ୍ ଟେଲର ମେସିନ (ଏଟିଏମ)ର ବ୍ୟବହାର ସାଧାରଣତଃ ଅର୍ଥ ଲେନ-ଦେନ ପାଇଁ କରାଯାଇଥାଏ । ଏଟିଏମ ବ୍ୟବହାର କରି ଗ୍ରାହକମାନେ ଟଙ୍କା ଉଠାଇବାଠାରୁ ଆରମ୍ଭ କରି ବାଲାନ୍ସ ଚେକ୍ କରିବା ପର୍ଯ୍ୟନ୍ତ ସମସ୍ତ କାମ କରିଥାନ୍ତି । ଏଟିଏମ ଇଣ୍ଡଷ୍ଟ୍ରି ଆସୋସିଏସନ ମୁତାବକ, ସାରା ବିଶ୍ୱରେ ପାଖାପାଖି ୩.୫ ମିଲିୟନ ଏଟିଏମ ରହିଛି । ହେଲେ ପ୍ରତ୍ୟେକଟି ମେସିନରେ କିଛି ନା କିଛି ଦୁର୍ବଳତା ତଥା ସମସ୍ୟା ନିଶ୍ଚୟ ରୂପେ ରହିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଟିଏମ ସଂପର୍କିତ କିଛି ସୂଚନା ଦେବାକୁ ଯାଉଛୁ ଯାହାକି ଆପଣଙ୍କ କାମରେ ନିଶ୍ଟୟ ଆସିବ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

ଅଧିକାଂଶ ସମୟରେ ଶୁଣିବାକୁ ମିଳେ କି, ଏଟିଏମରୁ ଟଙ୍କା ଉଠାଇବା ବେଳେ ଆପଣଙ୍କର ଆକାଉଂଟରୁ ଟଙ୍କା ତ କଟି ଯାଇଥାଏ ହେଲେ ଏଟିଏମରୁ ଟଙ୍କା ବାହାରି ନଥାଏ । ଏଭଳି ପରିସ୍ଥିତିରେ ଆପଣ ଆଦୌ ବ୍ୟସ୍ତ ନହୋଇ ତୁରନ୍ତ ଏସଂପର୍କରେ ବ୍ୟାଙ୍କରେ ଅଭିଯୋଗ କରିବା ଆବଶ୍ୟକ । କାରଣ ନା, ଏଭଳି ଅନେକ ମାମଲାରେ ବ୍ୟାଙ୍କ ଯାଂଚ କରି ଗ୍ରାହକଙ୍କୁ ତାଙ୍କର ଟଙ୍କାକୁ ଫେରସ୍ତ କରିଦେଇଥାଏ ।

କିନ୍ତୁ ଏହାପରେ ବି ଯଦି ବ୍ୟାଙ୍କ ଏପରି ନକରେ ତେବେ ଏଥିପାଇଁ ବି ଆପଣ ଅଭିଯୋଗ କରିପାରିବେ । ଯାହାର ସୂଚନା ଖୋଦ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାସୱନ ଦେଇଛନ୍ତି । ଯଦି ଜଣେ ଗ୍ରାହକ ଏଟିଏମରୁ ଟଙ୍କା ବାହାର କରନ୍ତି, ମାତ୍ର ଏଟିଏମରୁ ଟଙ୍କା ନ ଉଠିବା ସହିତ ତାଙ୍କ ଖାତାରୁ ତାହା କଟି ଯାଏଁ ତେବେ ଗ୍ରାହକଙ୍କୁ ଏଭଳି ପରିସ୍ଥିତିରେ କଣ କରିବା ଉଚିତ ବୋଲି ପାସୱନ କହିଛନ୍ତି ।

• ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ଉପଭୋକ୍ତା ବିଭାଗର ହେଲ୍ପଲାଇନକୁ ଯାଇ ଅଭିଯୋଗ କରିପାରିବେ ।

• ଅଭିଯୋଗ କରିବାର ମାତ୍ର ୧୮ ଦିନରୁ କମ ସମୟ ମଧ୍ୟରେ ହିଁ ଗ୍ରାହକଙ୍କୁ ତାଙ୍କର ଟଙ୍କାକୁ ଫେରସ୍ତ କରିଦିଆଯିବ ।

• ଏଥିପାଇଁ ଗ୍ରାହକଙ୍କୁ ଉପଭୋକ୍ତା ହେଲ୍ପଲାଇନର ଟୋଲ୍ ଫ୍ରି ନମ୍ବର ୧୪୪୦୪ କିମ୍ବା ୧୮୦୦-୧୧-୪୦୦୦ରେ କଲ୍ କରି ଅଭିଯୋଗ କରିପାରିବେ ।

• ଏଥିସହିତ ଗ୍ରାହକ, ଉପଭୋକ୍ତା ବିଭାଗର ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ କନଜ୍ୟୁମରହେଲ୍ପଲାଇନ ଡଟ୍ ଜିଓଭି ଡଟ୍ ଇନକୁ ଯାଇ ମଧ୍ୟ ଆପଣ ଆପଣଙ୍କର ଅଭିଯୋଗ ଦାଖଲ କରିପାରିବେ ।

ସୌଜନ୍ୟ- ଦୈନିକ ଜାଗରଣ