ଡାକ୍ତରଙ୍କ ପ୍ରେସକ୍ରିପସନରେ ‘ଆରଏକ୍ସ’ଲେଖାଯିବାର କଣ ଥାଇପାରେ ଅର୍ଥ ? ଜାଣନ୍ତୁ ଏହାର ରହସ୍ୟ

71

ଲାଟିନ ଭାଷାରେ ଆରଏକ୍ସକୁ ଏକ ପ୍ରତୀକ ତଥା ଚିହ୍ନ ବୋଲି ଧରା ଯାଇଥାଏ । ଯାହାର ଇଂରାଜୀ ଅର୍ଥ ହେଲା ‘ଟେକ୍’ । ଏହି ହିସାବରେ ଏହାର ଅର୍ଥ ହେଲା ‘ନେବା ବା ଗ୍ରହଣ କରିବା’ । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଏହାର ସିଧାସଳଖ ଅର୍ଥ ହେଉଛି ଡାକ୍ତର ଆପଣଙ୍କୁ ସେହି ଔଷଧଗୁଡିକୁ ନେବା ବା ଗ୍ରହଣ କରିବା ପାଇଁ ପରାମର୍ଶ ଦେଉଛନ୍ତି ।

ଏହା ତ ଏକ ସାଧାରଣ କଥା ଅଟେ କିନ୍ତୁ ଏହା ପଛରେ ମଧ୍ୟ ଏକ ରହସ୍ୟ ଲୁଚି ରହିଛି । ସୂଚନା ମୁତାବକ, ଚିକିତ୍ସା କ୍ଷେତ୍ରରେ ମିଶ୍ର ଦେଶର ଯୋଗଦାନ ବହୁତ ରହିଛି । ମିଶ୍ରର ଦେବତା ‘ହୋରସ’ଙ୍କ ଆଖି ଆଇଏକ୍ସ ଭଳି । ତାଙ୍କର ଏହି ଆଖିକୁ ଭଲ ସ୍ୱାସ୍ଥ୍ୟର ପ୍ରତୀକ ବୋଲି ବିଶ୍ୱାସ କରାଯାଏ । ଏବଂ ଏହି କାରଣରୁ ମଧ୍ୟ ଡାକ୍ତରଙ୍କ ପ୍ରେସକ୍ରିପସନରେ ଆରଏକ୍ସ ଲେଖାଯାଇଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏସଂପର୍କରେ ଅନେକ ଡାକ୍ତରଙ୍କୁ ମଧ୍ୟ କୌଣସି ଜ୍ଞାନ ନଥାଏ ।

୨୧୦୦ ଖ୍ରୀଷ୍ଟ.ପୂର୍ବର ମଧ୍ୟ ଭାଗରେ ମେସୋପଟାମିୟା ସଭ୍ୟତାର ଅନୁସନ୍ଧାନ ବେଳେ ଏକଥା ପ୍ରମାଣିତ ହୋଇଥିଲା କି ସେହି ସମୟ ପର୍ଯ୍ୟନ୍ତ ମିଶ୍ରରେ ଔଷଧ ରୂପରେ ବଟିକାର ବ୍ୟବହାର କରାଯାଉଥିଲା । ଯେବେକି ପ୍ରଥମ ଔଷଧ କେନ୍ଦ୍ର ୮ମ ଶତାଦ୍ଦୀରେ ବଗଦାଦରେ ଖୋଲା ଯାଇଥିଲା । ଆମେରିକାରେ ପ୍ରଥମେ ଔଷଧକେନ୍ଦ୍ର ୧୨ଶ ଶତାଦ୍ଦୀରେ ଖୋଲାଯାଇଥିଲା ।