ଅଷ୍ଟମ ଶ୍ରେଣୀ ପାସ୍ ବି ନେଇପାରିବେ ଦେଶର ବଡ ସରକାରୀ ସଂସ୍ଥାର ଫ୍ରାଂଚାଇଜ । ପ୍ରତିମାସ କରିପାରିବେ ଲକ୍ଷାଧିକ ଟଙ୍କା ରୋଜଗାର । ଜାଣନ୍ତୁ କିପରି କରିବେ ଆବେଦନ

69

ଯଦି ଆପଣ କମ୍ ପାଠ ପଢିଛନ୍ତି ତେବେ ଏଥିପାଇଁ ଆପଣ ଆଦୌ ନିରାଶ ହୁଅନ୍ତୁ ନାହିଁ । କାରଣ ଦେଶର ବଡ ସରକାରୀ ସଂସ୍ଥା ଆପଣଙ୍କୁ ଲକ୍ଷାଧିକ ଟଙ୍କା ରୋଜଗାର କରିବାର ସୁଯୋଗ ପ୍ରଦାନ କରିବାକୁ ଯାଉଛି । ଆଜ୍ଞା ହଁ ! ଆମେ ଏଠାରେ ଫୋଷ୍ଟ ଅଫିସ ସଂପର୍କରେ ହିଁ ଆଲୋଚନା କରୁଛୁ । ଦେଶର ବିଭିନ୍ନ ସହରମାନଙ୍କରେ ନିଜର କାୟ ବିସ୍ତାର କରିବା ଉଦ୍ଦେଶ୍ୟରେ ପୋଷ୍ଟାଲ ଡିପାର୍ଟମେଂଟ୍ ସାଧାରଣ ଜନତାଙ୍କୁ ପୋଷ୍ଟ ଅଫିସ୍ ଫ୍ରାଂଚାଇଜ ଖୋଲିବାର ସୁଯୋଗ ଦେଉଛି । ଯାହାଦ୍ୱାରା ଜଣେ କମ ଶିକ୍ଷିତ ବ୍ୟକ୍ତି ବି ଅତି ସହଜରେ ବିନା କୌଣସି ଭୟରେ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା. . .

କିପରି କରିବେ ଆବେଦନ

କୌଣସି ବି ବ୍ୟକ୍ତି ବା ସଂସ୍ଥା ବା ପ୍ରତିଷ୍ଠାନ କିମ୍ବା ଅନ୍ୟ କୌଣସି ସଂଗଠନ ତଥା ବ୍ୟବସାୟୀ ଆଦି ପୋଷ୍ଟ ଅଫିସ ଫ୍ରାଂଚାଇଜ ନେଇପାରିବେ । ଏହାବ୍ୟତୀତ, ନୂଆ କରି ଆରମ୍ଭ ହୋଇଥିବା ସହରୀ ଟାଉନସିପ, ସ୍ପେଶାଲ ଇକୋନମିକ ଜୋନ, ନୂଆ କରି ଆରମ୍ଭ ହୋଇଥିବା ଇଣ୍ଡଷ୍ଟ୍ରିଆଲ ସେଂଟର, କଲେଜ, ପଲିଟେକନିକ୍ସ, ୟୁନିଭର୍ସିଟି, ଫ୍ରୋଫେସନାଲ କଲେଜ ଆଦି ମଧ୍ୟ ଫ୍ରାଂଚାଇଜ କାମ କରିପାରିବେ । ଫ୍ରାଂଚାଇଜ ନେବା ପାଇଁ ଏକ ସ୍ୱତନ୍ତ୍ର ଫର୍ମ ଡାକବିଭାଗରେ ପଇଠ କରିବାକୁ ପଡିବ । ଏବଂ ଏଥିପାଇଁ ମନ୍ନୋନିତ ହୋଇଥିବା ବ୍ୟକ୍ତିବିଶେଷ ବା ସଂସ୍ଥାକୁ ଡିପାର୍ଟମେଂଟ ସହ ଏକ ଏମଓୟୁ ସାଇନ୍ ମଧ୍ୟ କରିବାକୁ ପଡିବ । ସେହିପରି ଫ୍ରାଂଚାଇଜ ନେବା ପାଇଁ ଇଚ୍ଛୁକ ବ୍ୟକ୍ତି ବିଶେଷଙ୍କର ବୟସ ସର୍ବନିମ୍ନ ୧୮ ବର୍ଷ ହୋଇଥିବା ଆବଶ୍ୟକ । ଏଥିସହିତ ସେ ଅତି କମରେ ୮ମ ଶ୍ରେଣୀ ପାସ ହୋଇଥିବା ଦରକାର ।

ପୋଷ୍ଟ ଅଫିସରୁ ମିଳିବ ଏହି ସବୁ ସୁବିଧା

ଷ୍ଟାମ୍ପ ଏବଂ ଷ୍ଟେସନାରୀ, ରେଜିଷ୍ଟର୍ଡ ଆର୍ଟିକିଲ, ସ୍ପିଡ ପୋଷ୍ଟ ଆର୍ଟିକିଲ, ମନି ଅର୍ଡର ବୁକିଂ । ବର୍ତ୍ତମାନ ୧୦୦ଟଙ୍କାରୁ କମର ମନି ଅର୍ଡର ହୋଇପାରିବ ନାହିଁ । ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସ ପାଇଁ ଏଜେଂଟ ଭଳି ଆପଣଙ୍କୁ କାମ କରିବାକୁ ହେବ । ଏଥିସହିତ ଏହଥିସହ ଜଡିତ ଆଫ୍ଟର ସେଲସର୍ଭିସ ଭଳି ପ୍ରିମିୟମର କଲେକସନ ମଧ୍ୟ କରିବାର ସୁବିଧା ପ୍ରଦାନ କରାଯିବ । ସେହିପରି ବିଲ/ଟାକ୍ସ/ଜରିମାନା ଇତ୍ୟାଦି କଲେକସନ ଏବଂ ପେମେଂଟ ଭଳି ରିଟେଲ ସେବା ମଧ୍ୟ ଦିଆଯିବ ।

କିପରି କରାଯିବ ଚୟନ

ଫ୍ରାଂଚାଇଜ ନେବା ବ୍ୟକ୍ତି ବା ଅନୁଷ୍ଠାନ ମାନଙ୍କର ସିଲେକନ ସମ୍ବନ୍ଧିତ ଡିଭିଜିଲାନ ହେଡ ଦ୍ୱାରା କରାଯାଇଥାଏ । ସିଲେକସନ ଆପ୍ଲିକେସନ ମିଳିବାର ପାଖାପାଖି ୧୪ ଦିନ ଭିତରେ ଏଏସପି/ଏସଡିଆଇଙ୍କ ରିପୋର୍ଟ ଉପରେ ପର୍ଯ୍ୟବେଶିତ ହୋଇଥାଏ । ଫ୍ରାଂଚାଇଜ ଖୋଲିବାର ଅନୁମତି ପଂଚାୟତ ସଂଚାର ସେବା ଯୋଜନା ସ୍କିମ ଆଧାରରେ ପଂଚାୟତ ସଂଚାର ସେବା କେନ୍ଦ୍ରମାନଙ୍କରେ ଦିଆଯାଉଛି ।

କିପରି ହେବ ଟଙ୍କା ରୋଜଗାର

ଫ୍ରାଂଚାଇଜ ଜରିଆରେ ଆପଣ ମୋଟା ରକମର ରୋଜଗାର ବି କରିପାରିବେ । ତେବେ ଏହାଦ୍ୱାରା ଦିଆଯାଉଥିବା ପୋଷ୍ଟାଲ ସର୍ଭିସ ଉପରେ ହିଁ ମିଳୁଥିବା କମିଶନ ଜରିଆରେ ହିଁ ଆପଣ ଟଙ୍କା ରୋଜଗାର କରିପାରିବେ । ତେବେ ଏହି କମିଶନ ଏମଓୟୁରେ ସ୍ଥିର କରାଯାଇଥାଏ ।

କମିଶନ

ରେଜିଷ୍ଟର୍ଡ ଆଟିକିଲର ବୁକିଂ ଉପରେ ୩ଟଙ୍କା କମିଶନ ମିଳିଥାଏ । ସେହିପରି ସ୍ପିଡ ପୋଷ୍ଟ ଆର୍ଟିକିଲ ବୁକିଂ ଉପରେ ୫ଟଙ୍କା, ୧୦୦ରୁ ୨୦୦ ଟଙ୍କାର ମନି ର୍ଡରର ବୁକିଂ ଉପରେ ସାଢେ ୩ଟଙ୍କା, ୨୦୦ ଟଙ୍କାରୁ ଅଧିକ ଟଙ୍କାର ମନି ଅର୍ଡର ଉପରେ ୫ଟଙ୍କା କମିଶନ ବାବଦକୁ ମିଳିଥାଏ । ପ୍ରତିମାସ ରେଡଷ୍ଟ୍ରି ଏବଂ ସ୍ପିଡ ପୋଷ୍ଟ ବାବଦକୁ ୧୦୦୦ରୁ ଅଧିକ ଅର୍ଟିକିଲର ବୁକିଂ ଉପରେ ୨୦ ପ୍ରତିଶତ ଅତିରିକ୍ତ କମିଶନ ମିଳିଥାଏ । ପୋଷ୍ଟାଲ ଷ୍ଟାମ୍ପ, ପୋଷ୍ଟାଲ ଷ୍ଟେସନାରୀ ଏବଂ ମନି ଅର୍ଡର ଫର୍ମର ବିକ୍ରି ଉପରେ ସେଲ ଆମାଉଂଟର ୫ ପ୍ରତିଶତ, ରେଭିନ୍ୟୁ ଷ୍ଟାମ୍ପ, ସେଂଟ୍ରାଲ ରିକ୍ରୁମେଂଟ ଫି ଷ୍ଟାମ୍ପ ଆଦିର ବିକ୍ରି ସେଲ ରିଟେଲ ସର୍ଭିସେସ ଦ୍ୱାରା ଡିପାର୍ଟମେଂଟକୁ ହେଉଥିବା ଲାଭର ୪୦ ପ୍ରତିଶତ ଅଂଶ ଟଙ୍କା ଆପଣଙ୍କୁ କମିଶନ ବାବଦକୁ ମିଳିବ ।