କାହିକିଁ ଦିଆଯାଏ ମୃତ୍ୟୁ ଦଣ୍ଡ ? ଫାଶୀ ଦେବା ପୂର୍ବରୁ କଏଦୀଙ୍କ ସହ କଣ ସବୁ ଘଟିଥାଏ? ଜାଣନ୍ତୁ ପୂରା କାହାଣୀ

60

ମୃତ୍ୟୁ ଦଣ୍ଡାଦେଶ ଆଇନ୍ ବ୍ୟବସ୍ଥାର ଏକ କଠୋର ଦଣ୍ଡାଦେଶ । କିନ୍ତୁ କ୍ରୁର ତଥା ଘାତକ ଦୋଷୀଙ୍କ ପାଇଁ ଏହା ନିହାତି ଭାବରେ ପ୍ରଯୁଜ୍ୟ । କାରଣ ଯଦି ଦୋଷୀକୁ ଏଭଳି ଦଣ୍ଡ ଦିଆ ନଯିବ ତେବେ ଦେଶରେ ଏଭଳି ଭାବରେ ଅପରାଧ ମୁଣ୍ଡ ଟେକୁଥିବ । ତେବେ ଫାଶୀ ଦେବା ପୂର୍ବରୁ ଜେଲରେ କିଛି ନିୟମ ରହିଥାଏ । ଯାହାକୁ ଖୁବ୍ କମ ଲୋକ ହିଁ ଜାଣିଥିବେ । ଆସନ୍ତୁ ସେହି ବିଷୟରେ . . .

• ସୂଚନା ମୁତାବକ ଜେଲରେ ସମସ୍ତ କାମ ସୂର୍ଯ୍ୟୋଦୟ ପରେ ଆରମ୍ଭ ହୋଇଥାଏ । ତେଣୁ ଫାଶୀ ସୁର୍ଯ୍ୟୋଦୟ ପରେ ଦିଆଯାଏ । କାରଣ ଜେଲରେ ବାକି କାମରେ କୌଣସି ବାଧା ସୃଷ୍ଟି ହେବ ନାହିଁ ।

• ଫାଶୀ ଦେବାର କିଛି ମୁହୁର୍ତ୍ତ ପରେ ଡାକ୍ତରୀ ଟିମ ବ୍ୟକ୍ତିର ଶରୀରକୁ ସ୍ୱାସ୍ଥ୍ୟକୁ ଯାଂଚ କରି ସୂଚନା ଦିଅନ୍ତି । ଏହାପରେ ଫାଶୀରୁ ବାହାର କରାଯାଏ ।

• କୌଣସି ବ୍ୟକ୍ତିକୁ ଫାଶୀ ଦେବା ପୂର୍ବରୁ ତା’ର ଶେଷ ଇଚ୍ଛା ପଚରାଯାଏ । କିନ୍ତୁ ଶେଷ ଇଚ୍ଛା କେବଳ ଜେଲର ମାନୁଆଲ ଅନୁସାରେ ପୂରଣ କରାଯାଏ । ଯେପରିକି ବ୍ୟକ୍ତି ତା’ର ବନ୍ଧୁ ଓ ପରିଜନଙ୍କୁ ଦେଖା କରିବା,କୌଣସି ପୁସ୍ତକ ପଢିବା ଏବଂ ଖାଦ୍ୟ ସାମିଲ ଥାଏ ।

• ଫାଶୀ ଦେବା ପୂର୍ବରୁ ଜଲ୍ଲାଦ ପ୍ରଥମେ ଦୋଷୀକୁ ଭୁଲ ମାଗେ । ଯଦି ଦୋଷୀ ମୁସଲମାନ ହୋଇଥିବେ ତେବେ ସଲାମ କରାଯାଏ ଏବଂ ହିନ୍ଦୁ ହୋଇଥିଲେ ରାମ ରାମ କୁହାଯାଏ ।

• ଫାଶୀ ଦେବା ସମୟରେ ସେଠାରେ ଜେଲ ଅଧିକ୍ଷକ,ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଏବଂ ଜଲ୍ଲାଦ ଉପସ୍ଥିତ ରୁହନ୍ତି । କାରଣ ଏମାନଙ୍କ ବିନା ଉପସ୍ଥିତିରେ ଫାଶୀ ଦିଆଯାଇପାରିବ ନାହିଁ ।