୫ଟି ଉପାୟରେ ଗ୍ରାହକଙ୍କୁ ଠକିଥାନ୍ତି ପେଟ୍ରୋଲ ପମ୍ପର କର୍ମୀ ! ଜାଣି ରଖନ୍ତୁ, ନଚେତ୍ ଆପଣ ବି ହୋଇପାରନ୍ତି ଠକାମୀର ଶିକାର

46

ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ଦାମ ଅହେତୂକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାର ସିଧା ପ୍ରଭାବ ଜନତାଙ୍କ ଉପରେ ପଡିଛି । ତେବେ ଜନତାଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଅନେକ ନିୟମ କାନୁନ ଜାରି କରାଯିବା ସତ୍ୱେ ବି ବଜାରରେ ପେଟ୍ରୋଲ ଏବଂ ଡିଜେଲକୁ ଚଢା ଦରରେ ବିକ୍ରି କରାଯାଉଛି । ଖାଲି ଯେ ପେଟ୍ରୋଲ ଏବଂ ଡିଜେଲର ଦରଦାମରେ ବୃଦ୍ଧି ପରିଲକ୍ଷୀତ ହେଉଛି ତାହା ନୁହେଁ ବରଂ ବୋଝ ଉପରେ ଲଳିତା ବିଡା ସଦୃଶ ପେଟ୍ରୋଲ ଡିଜେଲ ଭରିବା ସମୟରେ ଲୋକେ ଅନେକ ଠକାମୀର ଶିକାର ହେଉଥିବାର ଅଭିଯୋଗ ମଧ୍ୟ ରହିଛି । ତେଣୁ ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏଭଳି କିଛି କାରଣ ସଂପର୍କରେ ଜଣାଇବାକୁ ଯାଉଛୁ, ଯାହା ସଂପର୍କରେ ଆପଣ ନିହାତି ଜାଣିଥିବା ଦରକାର ନଚେତ ଭବିଷ୍ୟତରେ ଆପଣ ମଧ୍ୟ ଏଭଳି ଠକାମୀର ଶିକାର ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ଏସଂପର୍କରେ . . .

ସବୁବେଳେ ରିଜର୍ଭ ପୂର୍ବରୁ ତେଲ ଭରନ୍ତୁ

ବହୁତ କମ ଲୋକଙ୍କୁ ଏକଥା ଜଣାଥିବ କି, ଖାଲି ଟାଙ୍କିରେ ପେଟ୍ରୋଲ ଭରିବା ଦ୍ୱାରା କ୍ଷତି ହୋଇଥାଏ । ଯାହାର ଏକମାତ୍ର କାରଣ ହେଉଛି, ଯେତେ ଖାଲି ଆପଣଙ୍କର ଟାଙ୍କି ରହିବ ସେତିକି ପବନ ସେହି ଟାଙ୍କିରେ ଭରି ରହିଥାଏ । ଏଭଳି ପରିସ୍ଥିତିରେ ଆପଣ ଯେତେବେଳେ ବି ତେଲ ଭରିବେ ସେତେବେଳେ ଟାଙ୍କିରେ ପେଟ୍ରୋଲର ମାତ୍ରା କମ ରହିବା ସହିତ ପବନର ମାତ୍ରା ଅଧିକ ରହିଥାଏ । ତେଣୁ ଏଥିପାଇଁ କେବେହେଲେ ତେଲ ସରିବା ଯାଏଁ ଅପେକ୍ଷା କରନ୍ତୁ ନାହିଁ ।

ରହି ରହି ଚାଲୁଥିଲେ ମିଟର

ଅଧିକାଂଶ ସମୟରେ ଆପଣ ଦେଖିଥିବେ କି ପେଟ୍ରୋଲ ଭରିବା ସମୟରେ ମିଟର ବାରମ୍ବାର ଅଟକି ଯାଉଥାଏ । ଯଦିଓ ଧିରେ ଧିରେ କରି ଏଭଳି ଭାବରେ ଆପଣଙ୍କୁ ପେଟ୍ରୋଲ ଦିଆଯାଇଥାଏ । ତେବେ ମିଳିଥିବା ସୂଚନା ମୁଚାବକ, ବାରମ୍ବାର ମିଟର ଅଟିକିବା କାରଣରୁ ପେଟ୍ରୋଲ ନଷ୍ଟ ହୋଇଥାଏ । ତେଣୁ ଯଦି କୌଣସି ପେଟ୍ରୋଲ ପମ୍ପରେ ଆପଣଙ୍କୁ ଏଭଳି ମେସିନର ସାମ୍ନା କରିବାକୁ ପଡେ ତେବେ ସେଠାରେ ଆଦୌ ତେଲ ଭରନ୍ତୁ ନାହିଁ ।

ମିଟରରୁ ନଜର ହଟାନ୍ତୁ ନାହିଁ

ଅଧିକାଂଶ ଲେକେ ଯେତେବେଳେ ନିଜ କାରରେ ପେଟ୍ରୋଲ କିମ୍ବା ଡିଜେଲ ଭରିଥାନ୍ତି ସେତେବେଳେ ସେମାନେ ଗାଡିରୁ ଜମା ଓହ୍ଲାଇନଥାନ୍ତି । ଯାହାର ଲାଭ ଉଠାଇଥାନ୍ତି ପେଟ୍ରୋଲ ପମ୍ପର କର୍ମୀମାନେ । ପେଟ୍ରୋଲ ଭରିବା ସମୟରେ ସେମାନେ ସେମାନଙ୍କ ମନ ମୁତାବତ ତେଲ ଭରିଥାନ୍ତି ଆଉ ଅଧିକ ଟଙ୍କା ଦାବି କରିଥାନ୍ତି । ତେଣୁ ଏଭଳି ପରିସ୍ଥିତିରେ ତେଲ ଭରିବା ସମୟରେ କାରରୁ ଓହ୍ଲାନ୍ତୁ ଏବଂ ମିଟର ଉପରେ ନଜର ରଖନ୍ତୁ ।

ସବୁବେଳେ ଜିରୋ ଦେଖି ପେଟ୍ରୋଲ ଭରନ୍ତୁ

ଏପିର ବି ହୋଇପାରେ କି ଆପଣଙ୍କୁ କଥା ଆଳରେ ପକାଇ ପେଟ୍ରୋଲ ପମ୍ପର କର୍ମୀମାନେ ମିଟରରେ ଜିରୋ ତ ଦେଖାଇଥାନ୍ତି ସତ ମାତ୍ର ଆପଣଙ୍କ ଦ୍ୱାରା ମଗାଯାଇଥିବା ପେଟ୍ରୋଲର ମୂଲ୍ୟ ସେଟ୍ କରିନଥାନ୍ତି । ଆଜିକା ଦିନରେ ସମସ୍ତ ପେଟ୍ରୋଲ ପମ୍ପରେ ଡିଜିଟାଲ ମିଟର ଲଗାଯାଇଛି । ଯେଉଁଥିରେ ଆପଣଙ୍କର ଦ୍ୱାରା ମଗାଯାଇଥିବା ପେଟ୍ରୋଲ ଫିଗର ଏବଂ ମୂଲ୍ୟ ପୂର୍ବରୁ ଭରାଯାଇଥାଏ । ଏହାଦ୍ୱାରା ପେଟ୍ରୋଲପମ୍ପ କର୍ମୀମାନଙ୍କର ମନମାନି ଏବଂ ଚିଟିଂ କରିବାର କାରମାନା କିଛି ମାତ୍ରାରେ କମ ହୋଇଥାଏ ।

ମିଟରର ବେଗ ବୃଦ୍ଧି ପାଇଲେ

ଆପଣ ପେଟ୍ରୋଲ ଅର୍ଡର କରିଛନ୍ତି ଏବଂ ମିଟର ବେଗ ଦ୍ରୁତ ଗତିରେ ବଢିଚାଲିଛି । ଯଦି ଏଭଳି କିଛି ଦୃଶ୍ୟ ଆପଣଙ୍କୁ ନଜର ଆସୁଛି ତେବେ ଜାଣି ଯାଆନ୍ତୁ କି ନିଶ୍ଚୟ କୌଣସି ଗଡବଡି ରହିଛି । ତେଣୁ ଏଭଳି ପରିସ୍ଥିତିରେ ପେଟ୍ରୋଲପମ୍ପର କର୍ମୀମାନଙ୍କୁ ମିଟର ସ୍ପିଡ ନର୍ମାଲ କରିବାକୁ କୁହନ୍ତୁ ।