ଜାଣନ୍ତି କି ୧ଜି, ୨ଜି, ୩ଜି, ୪ଜି ଏବଂ ୫ଜି’ର ଅର୍ଥ କଣ ? ତେବେ ପଢନ୍ତୁ ଏହି ରିପୋର୍ଟ

290

ଇଂଟରନେଟ୍ ଜଗତରେ ବର୍ତ୍ତମାନ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । କାରଣ, ପ୍ରଥମେ ୟୁଜର୍ସ ୧ଜିର ବ୍ୟବହାର କରୁଥିଲେ ଏବଂ ପରେ ୪ଜିର ବ୍ୟବହାର କରୁଛନ୍ତି । ତେବେ ୧ଜି ରୁ ୪ଜି ପର୍ଯ୍ୟନ୍ତ ପ୍ରଚଳନ ନା କେବଳ ଇଂଟରନେଟ୍ ଦୁନିଆ ପାଇଁ ବରଂ ୟୁଜର୍ସଙ୍କ ପାଇଁ ମଧ୍ୟ ଅନେକ ପରିବର୍ତ୍ତନ ଆଣିପାରିଛି । ୪ଜି ୟୁଜର୍ସଙ୍କୁ ଇଂଟରନେଟ୍ ମାମଲାରେ ତୀବ୍ର ଭାବରେ କାମ କରିବାର ସୁବିଧା ଦେଇଥାଏ । ତେବେ ବର୍ତ୍ତମାନ ଭାରତରେ ୫ଜି ଲଂଚ ହେବାର ମଧ୍ୟ ସମ୍ଭାବନା ରହିଛି । କିନ୍ତୁ ଏସବୁପରେ ମଧ୍ୟ ଆପଣ ଜାଣିନ୍ତି କି ଏହି ୧ଜି, ୨ଜି, ୩ଜି, ୪ଜି ଏବଂ ୫ଜିର ବାସ୍ତବରେ ଅର୍ଥ କଣ ? ପଢନ୍ତୁ ଏହି ରିପୋର୍ଟ ।

ଜି’ର ଅର୍ଥ

ସର୍ବପ୍ରଥମେ ଆମେ ଆପଣଙ୍କୁ ଜଣାଇବୁ ଜି’ର ଅର୍ଥ କଣ । ତେବେ ଜିର ଜି’ର ଅର୍ଥ ହେଲା ‘ଜେନେରେସନ୍’ । ଯେବେ କୌଣସି ମୋବାଇଲରେ କୌଣସି ନୁଆ ଟେକନିକ୍ ଆସିଥାଏ ତେବେ ତାକୁ ‘ନେଷ୍ଟ ଜେନେରେସନ’ର ସ୍ମାର୍ଟଫୋନ ବୋଲି କୁହାଯାଇଥାଏ ।

୧୯୮୦ରେ ଆସିଲା ୧ଜି

ଏହା ଆନାଲୋଗ ସିଗନାଲର ବ୍ୟବହାର କରୁଥିଲା । ଯାହାକୁ ୧୯୮୦ରେ ଲଂଚ କରାଯାଇଥିଲା । ଏହାର ଇଂଟରନେଟର ସ୍ପିଡ ଲିମିଟ୍ ୨.୪ କେବିପିଏସ୍ ଉପରେ କାମ କରୁଥିଲା । ସର୍ବପ୍ରଥମେ ଏହାକୁ ଆମେରିକାରେ ଲଂଚ କରାଯାଇଥିଲା । ତେବେ ଏଭଳି ଫୋନଗୁଡିକର ବ୍ୟାଟେରୀର ଜୀବନକାଳ ବହୁତ କମ୍ । ଖାଲି ସେତିକି ନୁହେଁ ଏହାର କ୍ୱାଲିଟି ଏବଂ ସିକ୍ୟୁରିଟି ମଧ୍ୟ ଖୁବ୍ ନିମ୍ନମାନର ଅଟେ ।

୧୯୯୧ରେ ଆସିଲା ୨ଜି

ଏହା ଜିଏସଏମ୍ ଉପରେ ଆଧାରିତ । ଏହା ଡିଜିଟାଲ୍ ସିଗନାଲ୍ ବ୍ୟବହାର କରୁଥିଲା । ଯାହାର ସ୍ପିଡ୍ ୬୪ କେବିପିଏସ୍ । ଏହାକୁ ପ୍ରଥମେ ଫିନଲାଣ୍ଡରେ ଲଂଚ କରାଯାଇଥିଲା । ତେବେ ଏହି ଫୋନଗୁଡିକରୁ ଏସଏମଏସ, କ୍ୟାମେରା ଏବଂ ମେଲିଂ ଆଦି ସର୍ଭିସେସର ଆରମ୍ଭ କରାଯାଇଥିଲା ।

୨୦୦୦ରେ ଆସିଲା ୩ଜି

ଏହା ଜରିଆରେ କଠିନ ତଥା ଉନ୍ନତମାନର ଖେଳ, ବଡ ଧରଣର ଫାଇଲଗୁଡିକର ଟ୍ରାନ୍ସଫର କରାଯିବା ସହିତ ଭିଡିଓ କଲିଂ ଫିଚର ଭଳି ସର୍ଭିସ ଦିଆଗଲା । ଯାହାକୁ ସ୍ମାର୍ଟଫୋନର ଆଖ୍ୟା ମଧ୍ୟ ଦିଆଯାଇଛି । ଏହାପରେ ଏହାକୁ ନେଇ ବିଭିନ୍ନ ପ୍ରକାରର ନୁଆ ନୁଆ ଡାଟା ପ୍ଲାନ୍ସ ମଧ୍ୟ ଲଂଚ ହେବାକୁ ଲାଗିଲା ।

୨୦୧୧ରେ ଆସିଲା ୪ଜି

ଏହା ମାଧ୍ୟମରେ ୟୁଜର୍ସ ୧୦୦ ଏମବିପିଏସ୍ ଅର୍ଥାତ୍ ୧ଜିବିପିଏସର ସ୍ପିଡ୍ ବ୍ୟବହାର କରିପାରିଲେ । ଏହା ୩ଜିଠାରୁ ଅଧିକ ମହଙ୍ଗା ଅଟେ । ଯଦିଓ ଲୁକ୍ ମାମଲାରେ ଉଭୟ ଫୋନଗୁଡିକ ମଧ୍ୟରେ ସେଭଳି କୌଣସି ଅନ୍ତର ଦେଖିବାକୁ ମିଳିନଥାଏ ।

୨୦୨୦ରେ ଆସିବ ୫ଜି

କୁହାଯାଏ, ଏହାର କନେକ୍ଟଭିଟି ଏବଂ ସ୍ପିଡରେ କୌଣସି ସୀମା ରହିବ ନାହିଁ । ଏହା ଭବିଷ୍ୟତର ଏକ ୱାୟରଲେସ୍ ଟେକନିକ୍ ହୋଇପାରେ । ୫ଜି ସପୋର୍ଟ ଫୋନମାନଙ୍କରେ ଅଧିକ ସିକ୍ୟୁରିଟି ରହିପାରେ ବୋଲି ଶୁଣିବାକୁ ମିଳିଛି ।

ଏହାସହ ମଧ୍ୟ ପଢନ୍ତୁ- କାହିଁକି ବାମ ହାତରେ ବନ୍ଧା ଯାଏଁ ଘଂଟା ! ଜାଣନ୍ତୁ ଏହାର ଐତିହାସିକ କାରଣ