ଇନ୍ଦିରା ଗାନ୍ଧିଙ୍କ ଗୋଟିଏ ଭୁଲ ! ଯାହା ଭାରତର ଇତିହାସକୁ ଦେଇଥିଲା ବଦଳାଇ

99

ରାଜନୀତିରେ ଗାଦିର ଲୋଭ ଅନେକଙ୍କୁ କରି ଦେଇଛି ପାଗଳ । ଏହାର ସବୁଠାରୁ ବଡ ଉଦାହରଣ ହେଉଛି ଭାରତର ସବୁଠାରୁ ପୁରୁୁଣା ରାଜନୈତିକ ପରିବାର ତଥା ଗାନ୍ଧି ପରିବାର । ଭାରତୀୟ ରାଜନୀତିର ଇତିହାସ ଉପରେ ଯଦି ଧ୍ୟାନ ଦିଆଯାଏ ତେବେ ଗାନ୍ଧି ପରିବାରର ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କ ନିଜ ପଦ ପ୍ରତି ଥିବା ଲୋଭ ସ୍ପଷ୍ଟ ବାରି ହୋଇପଡେ । ଏହି କ୍ରମରେ ଇନ୍ଦିରା ଗାନ୍ଧି ନିଜ ପଦକୁ ସୁରକ୍ଷିତ ରଖିବାକୁ ଯାଇ ଦେଶର ଇତିହାସ ସହ ଯେଉଁ ଖେଳ ଖେଳିଥିଲେ ତାହାକୁ ଆଜି ବି ଭାରତୀୟଙ୍କୁ ଭୋଗିବାକୁ ପଡିଛି । ଅର୍ଥାତ୍ ଆଜି ପର୍ଯ୍ୟନ୍ତ ଭାରତୀୟମାନେ ଆକବରଙ୍କୁ ମହାନ ଏବଂ ମହାରାଣା ପ୍ରତାପଙ୍କୁ ଭୀରୁ ତଥା କାପୁରୁଷ ବୋଲି ଜାଣି ଆସୁଛନ୍ତି ।

କିନ୍ତୁ ବାସ୍ତବରେ ଏହା ସତ୍ୟ ନୁହେଁ । କାରଣ ଏହାର ବାସ୍ତବ ଇତିହାସକୁ ସଂପୂର୍ଣ୍ଣ ରୂପେ ନଷ୍ଟ କରି ଦିଆଯାଇଛି । ଆପଣ ଜାଣିଲେ ଚକିତ ହେବେ କି ଏସଂପର୍କରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ମଧ୍ୟ ସୂଚନା ଥିଲା ମାତ୍ର ଲୋଭର ବଶବର୍ତ୍ତୀ ହୋଇ ସେ ଏଭଳି କରିବାକୁ ଦେଇଥିଲେ ।

ସୂଚନା ମୁତାବକ, ଇନ୍ଦିରା ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ବାମପନ୍ଥୀଙ୍କର ସମର୍ଥନ ଆବଶ୍ୟକ ପଡିଥିଲା । ଯାହା କାରଣରୁ ବାମପନ୍ଥୀ ଏବଂ ଇନ୍ଦିରା ଗାନ୍ଧିଙ୍କ ମଧ୍ୟରେ ଏକ ସଲାସୁତୁରା ହୋଇଥିଲା । ଯେଉଁଥିରେ ରହିଥିଲା ଇନ୍ଦିରା ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଏବଂ ବଦଳରେ ସେମାନଙ୍କୁ ଦେଶର ଶିକ୍ଷା ଭାର ମିଳୁ । ଇନ୍ଦିରା ଗାନ୍ଧି ମଧ୍ୟ ସେମାନଙ୍କ କଥାରେ ରାଜି ହୋଇ ଯାଇଥିଲେ ।

ଏହାପରେ ବାମପନ୍ଥୀମାନେ ଡଃ ନୁରୁଲ ହାସନଙ୍କୁ କେନ୍ଦ୍ର ଶିକ୍ଷା ବିଭାଗର ଦାୟିତ୍ୱ ଦେଇଥିଲେ । ପରେ ସେମାନେ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ ଗଠନ କରି ‘ଇତିହାସ’ ପୁର୍ନ ଲିଖନ ପାଇଁ ଘୋଷଣା କରିଥିଲେ । ଖାଲି ସେତିକି ନୁହେଁ ଘୋଷଣା କରାଗଲା କି ଯେଉଁ ପ୍ରସଙ୍ଗଗୁଡିକ ରାଷ୍ଟ୍ରୀୟ ଏକତାରେ ବାଧା ସୃଷ୍ଟି କରୁଛି । ଏଥିସହ ମୁସଲମାନ ଭାଇମାନଙ୍କ ଭାବନାକୁ କଷ୍ଟ ଦେବା ଭଳି ପ୍ରତୀୟ ହେଉଛି । ସେହି ସମସ୍ତ ପ୍ରସଙ୍ଗକୁ ଇତିହାସ ଏବଂ ତାର ପାଠ୍ୟପୁସ୍ତକ ମଧ୍ୟରୁ ହଟାଇ ଦିଆଯିବ ଏବଂ ଏଥିପାଇଁ ବିଶ୍ୱର ମହାନ ବା ସୁବିଖ୍ୟାତ ଇତିହାସକାରଙ୍କୁ ସେଗୁଡିକୁ ପୁଣି ଥରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ନୁରୁଲ ହାସନ ଅଲ୍ଲୀଗଡ ମୁସଲମାନ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ କି, ‘ମହମ୍ମଦ ଏବଂ ଔରଙ୍ଗଜେବ ଭଳି ଶାସକଙ୍କ କାରଣରୁ ହିନ୍ଦୁଙ୍କ ନରସଂହାର ଏବଂ ମନ୍ଦିରଗୁଡିକୁ ଭାଙ୍ଗିବା ଭଳି ପ୍ରସଙ୍ଗ ରାଷ୍ଟ୍ରୀୟ ଏକତାରେ ବାଧା ସୃଷ୍ଟି କରିପାରେ । ଏଥିପାଇଁ ସେଗୁଡିକ ଇତିହାସର ପାଠ୍ୟପୁସ୍ତକରେ ସ୍ଥାନ ପାଇବା ଅନୁଚିତ୍’ । ତେବେ ଆମ ଦେଶ ପାଇଁ ଏହାଠାରୁ ବଡ ଦୁର୍ଭାଗ୍ୟର କଥା କଣ ବା ହୋଇପାରେ ।