ଆହୁରୀ ମହଙ୍ଗା ହେବ ରେଳ ଟିକେଟ୍ ! ଏଣିକି ପ୍ରତ୍ୟେକ ଟିକେଟ ଉପରେ ଦେବାକୁ ପଡିବ ଅତିରିକ୍ତ ଚାର୍ଜ

52

ମହଙ୍ଗା ହେବ ଟ୍ରେନ୍ ଟିକେଟ୍ । ଅନଲାଇନ ଟିକେଟ୍ ବୁକ କରୁଥିବା ଯାତ୍ରୀମାନଙ୍କୁ ଆଇଆରସିଟିସିର ୱେବସାଇଟ ବ୍ୟତୀତ ଅନ୍ୟ କେଉଁଠି ବୁକ କରିବା ଦ୍ୱାରା ଅତିରିକ୍ତ ଚାର୍ଜ ଦେବାକୁ ପଡିବ ।

ଯଦି ଆପଣ ରେଳ ଟିକେଟ ପେଟିଏମ, ମୋବିକ୍ୱିଇକ୍, ମେକମାଇଟ୍ରିପ, ଯାତ୍ରା ଏବଂ କ୍ଲିୟରଟ୍ରିପ ଆଦି ମୋବାଇଲ ୱାଲେଟ କିମ୍ବା ୱେବସାଇଟରୁ ବୁକ୍ କରନ୍ତି ତେବେ ଏଥିପାଇଁ ଯାତ୍ରୀଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏଣିକି ଏହିସବୁ ୱେବସାଇଟ ଏବଂ ମୋବାଇଲ ୱାଲେଟରୁ ଟିକେଟ ବୁକ୍ କଲେ ଯାତ୍ରୀଙ୍କୁ ୧୨ ଟଙ୍କା ସହିତ ଅତିରିକ୍ତ ଚାର୍ଜ ଦେବାକୁ ପଡିବ ।

ଏହାଛଡା ଆଇଆରସିଟିସି କଂପାନୀମାନଙ୍କଠାରୁ Annual maintenance fee ମଧ୍ୟ ଆଦାୟ କରିବ । ଏଥିସହିତ ଆଇଆରସିଟିସି କଂପାନୀମାନଙ୍କଠାରୁ ୫ ଟଙ୍କା ଡିସପ୍ଲେ ବିଜ୍ଞାପନ ବାବଦକୁ ଏବଂ ୧୫ ଟଙ୍କାର ଶୁଳ୍କ କ୍ୟାସବ୍ୟାକ ଉପରେ ମଧ୍ୟ ଆଦାୟ କରିବ । ସେହିପରି ଯଦି କୌଣସି ବି କଂପାନୀ ନିଜ ୱେବସାଇଟରେ କୌଣସି ବି ଥାର୍ଡ ପାର୍ଟିର ପ୍ରଡକ୍ଟକୁ ବିକ୍ରିକରନ୍ତି ତେବେ ସେମାନଙ୍କଠାରୁ ୨୫ ଟଙ୍କା ପ୍ରତି ଟିକେଟ ପିଛା ଶୁଳ୍କ ଆଦାୟ କରାଯିବ ।