ଭୁଲରେ ବି ମୋବାଇଲରେ ଦେଖନ୍ତୁ ନାହିଁ ପର୍ଣ୍ଣ ଭିଡିଓ ! ନଚେତ୍ ଅସୁବିଧାରେ ପଡି ପାରନ୍ତି ଆପଣ

119

ଯଦି ଆପଣ ବି ପର୍ଣ୍ଣ ଭିଡିଓ ଦେଖିବା ପାଇଁ ଆପଣଙ୍କର ଆଣ୍ଡ୍ରଏଡ ମୋବାଇଲର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କର ଏହି ସଉକ କୌଣସି ବିପଦରୁ କମ ନୁହେଁ । ଯାହାର ଖୁଲାସା କରିଛି ଋଷର ଏକ ସାଇବର କଂପାନୀ ।

ଋଷର ସାଇବର ସିକ୍ୟୁରିଟି କଂପାନୀ Kaspersky Lab ର ରିପୋର୍ଟ ଅନୁସାରେ, ପାଖାପାଖି ୧୨ ଲକ୍ଷ ଆଣ୍ଡ୍ରଏଡ ୟୁଜର୍ସ ପର୍ଣ୍ଣ ଭିଡିଓ ଦେଖିବା କାରଣରୁ ସେମାନଙ୍କ ମୋବାଇଲ ଭାଇରସ ଦ୍ୱାରା ପ୍ରଭାବିତ ହୋଇଛି । ସେହିପରି ଗତ ବର୍ଷ ପାଖାପାଖି ୪୯ ଲକ୍ଷ ଆଣ୍ଡ୍ରଏଡ ୟୁଜର୍ସ ଭାଇରସ ଦ୍ୱାରା ପ୍ରଭାବିତ ହୋଇଥିଲା । ସାଧାରଣତଃ ପର୍ଣ୍ଣ ୱେବସାଇଟ୍ ତଥା ଆପ ଜରିଆରେ ହ୍ୟାକର୍ସଙ୍କୁ ଆଣ୍ଡ୍ରଏଡ ଡିଭାଇସରେ ଭାଇରସ ପଠାଇବା ଅତି ସହଜ ହୋଇଥାଏ । ଯାହା ଦ୍ୱାରା ଅଧିକାଂଶ ହ୍ୟାକର ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ପର୍ଣ୍ଣ ଭିଡିଓ ଦେଖୁଥିବା ୟୁଜର୍ସଙ୍କୁ ଟାର୍ଗେଟ କରିଥାନ୍ତି । ହ୍ୟାକର୍ସ ଫେକ୍ ପର୍ଣ୍ଣ ଆପ ଜରିଆରେ ଲକ୍ଷାଧିକ ସଂଖ୍ୟକରେ ଲୋକଙ୍କୁ ନିଜର ଶିକାର କରିଥାନ୍ତି । ପାଖାପାଖି ୯୦ ହଜାର ଫେକ୍ ୱେବସାଇଟ୍ ଏହା ସହ ଜଡିତ ରହିଛି, ଏହି ଫେକ ବୋଟ ଜରିଆରେ ୟୁଜର୍ସଙ୍କୁ ସହଜରେ ଠଳିବାରେ ସଫଳ ହୋଇପାରିଥାନ୍ତି ।

Kaspersky Labର ଗବେଷକଙ୍କ ମତରେ, ପର୍ଣ୍ଣର କଂଟେଂଟକୁ ଭାଇରସ ଭଳି ବ୍ୟବହାର କରିବା ସହଜ ହୋଇପାରେ । ଯାହାଦ୍ୱାରା ୟୁଜର୍ସ ଅତି ସହଜରେ ଆକର୍ଷିତ ହୋଇଥାଏ । ତେବେ ଏହି ଭାଇରସ ପର୍ଣ୍ଣ ଭିଡିଓ ଜରିଆରେ ବିଜ୍ଞାପନ ରୂପରେ ନଜର ଆସିଥାଏ । ଏଭଳି ଭାବରେ ଭାଇରସର ଅପରେଟିଂ ସିଷ୍ଟମ ସହିତ ଫୋନର ବ୍ୟାଟେରୀକୁ ବି ପ୍ରଭାବିତ କରିଥାଏ ।

ଗୁଗଲର ପଲିସି ଅନୁସାରେ, କୌଣସି ବି ପ୍ରକାରର ଆଡଲ୍ଟ କଂଟେଂଟ ସହ ଜଡିତ ଆପ୍ ନିୟମଗୁଡିକ ବିରୋଧରେ ଅଟେ । ଯାହାକୁ ଦୃଷ୍ଟିରେ ରଖି ନିକଟରେ ଗୁଗଲ ପାଖାପାଖି ୭ ଲକ୍ଷ ଆପକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି ।