ଟାଟା ସ୍କାଏ ହେଉ ଅବା ଡିସ୍ ଆଂଟିଣା…କୌଣସି ବି କଂପାନୀର ଗୋଟିଏ ହିଁ କନେକ୍ସନରେ ଚଲାନ୍ତୁ ଦୁଇ ଦୁଇଟି ଟିଭି-ଜାଣନ୍ତୁ ପୂରା ପ୍ରକ୍ରିୟା

306

ଆଜିର ଦିନରେ ପ୍ରତ୍ୟେକଙ୍କ ଘରେ ଗୋଟିଏ କିମ୍ବା ଏହାଠୁ ଅଧିକ ଟିଭି ନିଶ୍ଚୟ ରହିଥିବ । ହେଲେ ଏସବୁ ଟିଭି ପାଇଁ ପୃଥକ ପୃଥକ ଛତା କିମ୍ବା ଅଲଗା ଅଲଗା କନେକ୍ସନ ବ୍ୟବହାର କରିବାକୁ ପଡିଥାଏ । ହେଲେ ଏବେ ଆପଣଙ୍କୁ ଆଉ ଏଭଳି କରିବାକୁ ଆଉ ଦରକାର ପଡିବ ନାହିଁ । କାହିଁକି ନା, ଆପଣ ଗୋଟିଏ ହିଁ ଡିସରୁ ଘରେ ଥିବା ଦୁଇଟି ଟିଭି ଚଲାଇପାରିବେ । ଖାଲି ଏତିକି ନୁହେଁ, ଦୁଇଟି ଯାକ ଟିଭିରେ ଚ୍ୟାନେଲ ଗୁଡିକ ବି ଅଲଗା ଅଲଗା ଆସିବ । ସବୁଠାରୁ ବଡ କଥା ହେଲା କି, ଏଥିପାଇଁ ଆପଣଙ୍କୁ କୌଣସି ଅତିରିକ୍ତ ଟଙ୍କା ବା ଅଧିକ ଟଙ୍କା ଦେବାକୁ ପଡିବ ନାହିଁ । ଅର୍ଥାତ୍ ଗୋଟିଏ ଟିଭିର ପଇସାରେ ଆପଣ ଦୁଇ ଦୁଇଟି ଟିଭି ଦେଖିପାରିବେ । ତେବେ ଏହା କିପରି ସମ୍ଭବ? ଆସନ୍ତୁ ଜାଣିବା …

ଯଦି ଆପଣ ଗୋଟିଏ ଡିଟିଏଚରୁ ଦୁଇଟି ଟିଭିରେ ଅଲଗା ଅଲଗା ଚ୍ୟାଲେନ ଦେଖିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଆଉ ଗୋଟିଏ ଏକ୍ସଟ୍ରା ସେଟଅପ ବକ୍ସର ଆବଶ୍ୟକତା ପଡିପାରେ । କାରଣ, ଗୋଟିଏ ସେଟଅପ ବକ୍ସରେ କେବଳ ଗୋଟିଏ ଟିଭିର ଚ୍ୟାନେଲଗୁଡିକୁ ହିଁ ଚେଂଜ କରିପାରିବେ । ଏଭଳି ପରିସ୍ଥିତିରେ ଦୁଇଟି ଟିଭି ପାଇଁ ଦୁଇଟି ସେଟଅପ୍ ଆବଶ୍ୟକ । ଧ୍ୟାନ ରଖିବେ କି , ଆପଣଙ୍କୁ ଏଭଳି ଏକ ସେଟଅପ ବକ୍ସ କିଣିବାକୁ ହେବ, ଯେଉଁଥିରେ କି ଉଭୟ ଏନଏଲବି-ଇନ ଆଉ ଆଉଟ୍ ପୋର୍ଟ ରହିଥିବ । ଯଦି ବକ୍ସରେ ଏହି ପୋର୍ଟ ନଥିବ ତେବେ ଆପଣଙ୍କ ଟିଭି ଚାଲିବ ନାହିଁ ।

ତେଣୁ ଆପଣଙ୍କ ନିକଟରେ ଦୁଇଟି ସେଟଅପ ବକ୍ସ ରହିବା ନିହାତି ଦରକାର । ଯେଉଁଥିରେ ଗୋଟିଏ ଏମପିଇଜି-୪ ଏବଂ ଅନ୍ୟଟି ଏମପିଇଜି-୨ ସେଟଅପ ବକ୍ସ ଥିବ । ଏମପିଜି୨ ସେଟଅପ ବକ୍ସରେ ଉଭୟ ଏଲଏନବି ଇନ ଏବଂ ଏଲଏନବି ଆଉଟ୍ ପୋର୍ଟ ରହିଥାଏ । ଡିଟିଏଚର ମେନ କେବୁଲ ଏହି ସେଟଅପ ବକ୍ସର ଇନ ପୋର୍ଟରେ ଲଗାଇବାକୁ ହେବ । ସେହିପରି, ଏହାର ଏଲଏନବି ଆଉଟ ପୋର୍ଟ ଅନ୍ୟ କେବୁଲ କନେକ୍ସନଏମପିଇଜି-୪ର ଏଲଏନବି ଇନରେ ଦେବାକୁ ହେବ । ଏମପିଇଜି-୪ ବକ୍ସ ଆପଣଙ୍କୁ ଅନ୍ୟ ରୁମରେ ରଖିବାକୁ ହେବ । ଏବେ ଆପଣ ଦୁଇଟି ବକ୍ସରେ ଅଲଗା ଅଲଗା ଚ୍ୟାନେଲ ଦେଖି ପାରିବେ ।