ଗୋଟିଏ ସେଟଅପ ବକ୍ସରୁ ଚଲାନ୍ତୁ ଦୁଇ ଦୁଇଟି ଟିଭି ! ବିନା ଖର୍ଚ୍ଚରେ ଏହି ତରିକାରେ ଦେଖନ୍ତୁ ଆପଣଙ୍କ ମନ ପସନ୍ଦର ପ୍ରୋଗ୍ରାମ

260

ଆପଣଙ୍କ ଘରେ ନିହାତି ରୂପରେ ଟିଭି ରହିଥିବ । ତେବେ ଏହା ଗୋଟିଏରୁ ବି ଅଧିକ ହୋଇପାରେ । ଆଉ ଏଥିରେ ଆପଣ ଡିଟିଏଚ କନେକ୍ସନ ମଧ୍ୟ କରିଥିବେ । ହେଲେ ଆପଣଙ୍କୁ ଦୁଇଟି ଟିଭି ପାଇଁ ଅଲଗା ଅଲଗା କନେକସନ କରିବାକୁ ପଡୁଥିବ ଆଉ ଏଥିପାଇଁ ଟଙ୍କା ମଧ୍ୟ ସେହି ହିସାବରେ ଆସୁଥିବ । ଅର୍ଥାତ୍ ଦୁଇଟି ଟିଭିରେ ଖର୍ଚ୍ଚ ଦୁଇ ଗୁଣା ହୋଇଥିବା ବେଳେ ଏହାଠୁ ଅଧିକ ଟିଭି ଉପରେ ଅଧିକ ଗୁଣା ଟଙ୍କା ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିଥାଏ । ବିଶେଷ କରି ଟାଟା ସ୍କାଇ, ଭିଡିଓକନ ଡିଟିଏଚ, ରିଲାଏନ୍ସ ଡିଟିଏଚ ସମେତ ଅନ୍ୟ କଂପାନୀମାନଙ୍କର ମାସିକ ପ୍ଲାନ ପାଇଁ ଆପଣଙ୍କୁ ୨୦୦ରୁ ୨୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ।

ତେବେ ଏହି ପ୍ୟାକରେ ସ୍ପୋଟର୍ସ ଚ୍ୟାନେଲ କିମ୍ବା ଅନ୍ୟ କୌଣସି ଚ୍ୟାନେଲ ସେବାଗୁଡିକ ମିଳିପାରି ନଥାଏ । ଅର୍ଥାତ୍ ଯଦି ଆପଣଙ୍କ ଘରେ ୩ଟି ରୁମରେ ଟିଭି ଲଗାଯାଇଛି ତେବେ ଏଥିପାଇଁ ଆପଣଙ୍କୁ ମାସିକ ଖର୍ଚ୍ଚ କରିବାକୁ ପଡିଥାଏ ୬୦୦ରୁ ୭୦୦ଟଙ୍କା । ତେଣୁ ଆପଣଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ସଂପର୍କରେ ଜଣାଇବୁ, ଯାହା ଜରିଆରେ ଆପଣ ଗୋଟିଏ ଡିଟିଏଚ ଛତାରୁ ହିଁ ୨ଟି ଟିଭି ସହଜରେ ଦେଖିପାରିବେ ।

ଏକ୍ସଟ୍ରା ସେଟଅପ ବକ୍ସ ଦରକାର

ଯଦି ଆପଣଙ୍କୁ ଗୋଟିଏ ଡିଟିଏଚରୁ ହିଁ ଦୁଇଟି ଟିଭିରେ ଅଲଗା ଅଲଗ ଚ୍ୟାନେଲ ଦେଖିବାକୁ ଅଛି ତେବେ ଏଥିପାଇଁ ଆପଣଙ୍କୁ ଆଉ ଏକ ସେଟଅପ ବକ୍ସର ଆବଶ୍ୟକତା ପଡିବ । କାହିଁକି ନା, ଗୋଟିଏ ସେଟଅପରୁ କେବଳ ଗୋଟିଏ ଟିଭିର ଚ୍ୟାନେଲଗୁଡିକୁ ହିଁ ଚେଂଜ କରିପାରିବେ । ଏଭଳି ପରିସ୍ଥ୍ିତିରେ ଦୁଇଟି ଟିଭି ପାଇଁ ଦୁଇଟି ସେଟଅପ ବକ୍ସର ଆବଶ୍ୟକତା ରହିଛି । ସବୁ ବକ୍ସରେ ଏଲଏନବି ଇନର ପୋର୍ଟ ଦିଆଯାଇଥାଏ । ଆମକୁଏଭଳି ଗୋଟିଏ ସେଟଅପ ବକ୍ସ ଦରକାର ଯେଉଁଥିରେ ଏଲଏନବି ଆଉଟ୍ ପୋର୍ଟ ଦିଆଯାଇଥିବ । ଯଦି ବକ୍ସରେ ଏହି ପୋର୍ଟ ନାହିଁ ତେବେ ଟିଭି ଚାଲିବ ନାହିଁ ।

ତେଣୁ ଆପଣଙ୍କ ନିକଟରେ ଦୁଇଟି ସେଟଅପ ବକ୍ସ ରହିବା ନିହାତି ଦରକାର । ଯେଉଁଥିରେ ଗୋଟିଏ ଏମପିଇଜି-୪ ଏବଂ ଅନ୍ୟଟି ଏମପିଇଜି-୨ ସେଟଅପ ବକ୍ସ ଥିବ । ଏମପିଜି୨ ସେଟଅପ ବକ୍ସରେ ଉଭୟ ଏଲଏନବି ଇନ ଏବଂ ଏଲଏନବି ଆଉଟ୍ ପୋର୍ଟ ରହିଥାଏ । ଡିଟିଏଚର ମେନ କେବୁଲ ଏହି ସେଟଅପ ବକ୍ସର ଇନ ପୋର୍ଟରେ ଲଗାଇବାକୁ ହେବ । ସେହିପରି, ଏହାର ଏଲଏନବି ଆଉଟ ପୋର୍ଟ ଅନ୍ୟ କେବୁଲ କନେକ୍ସନଏମପିଇଜି-୪ର ଏଲଏନବି ଇନରେ ଦେବାକୁ ହେବ । ଏମପିଇଜି-୪ ବକ୍ସ ଆପଣଙ୍କୁ ଅନ୍ୟ ରୁମରେ ରଖିବାକୁ ହେବ । ଏବେ ଆପଣ ଦୁଇଟି ବକ୍ସରେ ଅଲଗା ଅଲଗା ଚ୍ୟାନେଲ ଦେଖି ପାରିବେ ।