ମାଗଣାରେ ଦେଖିପାରିବେ ଆପଣଙ୍କ ପସନ୍ଦର ସମସ୍ତ ଚ୍ୟାନେଲ୍ ! ବାସ୍ କରିବାକୁ ହେବ ଗୋଟିଏ ଛୋଟିଆ କାମ

618

ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ ତଥା ଟ୍ରାଇ ପକ୍ଷରୁ ଜାରି ହୋଇଥିବା ନୂଆ ନିୟମ ଅନୁସାରେ ଆପଣଙ୍କୁ ୧୦୦ଟି ଚ୍ୟାନେଲ ଦେଖିବା ପାଇଁ ମାତ୍ର ୧୫୩ ଟଙ୍କା ଦେବାକୁ ପଡିବ । ନୂଆ ନିୟମ ଅନୁସାରେ, ଚ୍ୟାନେଲ ଗୁଡିକର ଦାମ ୧ ଫେବୃଆରୀରୁ ସାରା ଦେଶରେ ଲାଗୁ କରିଦିଆଯିବ । କିନ୍ତୁ ଗୋଟିଏ ତରିକାରେ ଆପଣ ସବୁ ଚ୍ୟାନେଲଗୁଡିକୁ ମାଗଣାରେ ଦେଖିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ମନଥଲି ରିଚାର୍ଜ କିମ୍ବା କୌଣସି ଅତିରିକ୍ତ ଟଙ୍କା ମଧ୍ୟ ଦେବାକୁ ପଡିବ ନାହିଁ । ତେବେ କିଭଳି ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ..

ଆଜିର ଦିନରେ ଅଧିକାଂଶ ଘରେ ଉଭୟ ଇଂଟରନେଟ୍ ଏବଂ ଏଚଡିଏମଆଇ ଟିଭି ଉପଲବ୍ଧ । ଏଭଳି ପରିସ୍ଥିତିରେ ଆପଣ HDMIରୁ Amazon Fire TV Stick, Xiaomi Mi box ଭଳି ଡିଭାଇସ୍ କନେକ୍ଟ କରି ଟିଭିକୁ ସ୍ମାର୍ଟ ବନାଇପାରିବେ । ଏହି ଡିଭାଇସ ସହିତ ରିମୋର୍ଟ. ପାୱାର କେବୁଲ ଏବଂ ଏଚଡିଏମଆଇ କେବୁଲ ମିଳିଥାଏ । ଏଚଡିଏମଆଇ କେବୁଲକୁ ଟିଭିର ଏଚଡିଏମଆଇ ସହ କନେକ୍ଟ କରିପାରିବେ । ଏଭଳି ଭାବରେ ଆପଣଙ୍କ ଘରେ ଥିବା ଟିଭି ଆପ୍ ଦ୍ୱାରା ପରିଚାଳିତ ହୋଇଯିବ । ଏଥିପାଇଁ ଏକ ଜିଓ ଆପର ଲଗଇନ ଆଇଡି ପାସୱାର୍ଡ ହେବା ଦରକାର । ଏଥିସହିତ ହିଁ ଇଂଟରନେଟ୍ କନେକ୍ସନ ବି ଆବଶ୍ୟକ ।

କିଭଳି କରିବେ କନେକ୍ଟ

ଏହି ଡିଭାଇସ ଜରିଆରେ ଟିଭିରେ ଉଭୟ ଫେସବୁକ୍ ଏବଂ ୟୁଟ୍ୟୁବ୍, ନେଟ ଫ୍ଲିକ୍ସ , ଆମାଜନ ପ୍ରାଇମ ଭଳି ଆପଗୁଡିକୁ ବି ବ୍ୟବହାର କରିପାରିବେ । ଏଥିପାଇଁ ଆପଣଙ୍କ ଟିଭିରେଏଚଡିଏମଆଇ ହେବା ଦରକାର । ଏଥି ସହିତ ହିଁ ଇଂଟରନେଟ୍ କନେକ୍ସନ ବି ଥିବା ଜରୁରୀ । ୟୁଏସବି ପୋର୍ଟରୁ ପେନଡ୍ରାଇଭ ଏବଂ ବାକି ଏକ୍ସଟରନାଲ ଡିଭାଇସ୍ ଜରିଆରେ ସିନେମା ଦେଖିପାରିବେ । ଏଥି ସହିତ ହିଁ ସ୍ପିକରରେ ବି କନେକ୍ଟ କରିପାରିବେ ।

ଦାମ୍

Amazon Fire TV Stick ପାଇଁ ଆପଣଙ୍କୁ ମାତ୍ର ୩୯୯୯ ଟଙ୍କା ଦେବାକୁ ପଡିବ । ସେହିପରି Xiaomi Mi boxପାଇଁ ମାତ୍ର ୪୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ Tanix TX3 MAX Android Box ପାଇଁ ଆପଣଙ୍କୁ ଦେବାକୁ ପଡିବ ମାତ୍ର ୨ ହାଜର ଟଙ୍କା ।