ବିଲେଇ ପାଇଁ ବିଟ୍ରେନ ଏବଂ ଋଷ ମଧ୍ୟରେ ଖଣ୍ଡ ଯୁଦ୍ଧ! କାରଣ ଜାଣିଲେ ଆପଣ ହୋଇଯିବେ ଚକିତ

28

କଥାଟା ହୁଏତ ଆପଣଙ୍କୁ ଟିକେ ଅଡୁଆ ଲାଗୁଥିବ ମାତ୍ର ବାସ୍ତବରେ ଏହା ସତ୍ୟ ଅଟେ । ତେବେ ବିଲେଇଙ୍କୁ ନେଇ ବିଟ୍ରେନ ଏବଂ ଋଷ ମଧ୍ୟରେ ଦେଖିବାକୁ ମିଳିଛି ଖଣ୍ଡ ଯୁଦ୍ଧ । ସୂଚନା ମୁତାବକ, ଦୁଇ ଦିନ ହେଲା ଲଣ୍ଡନରେ ଏକ କ୍ୟାଟ୍ ଶୋ’ର ଆୟୋଜନ କରାଯାଇଛି । ତେବେ ଏହି ପ୍ରତିଯୋଗିତାର ବିଭିନ୍ନ ଦେଶର ବିଲେଇମାନଙ୍କୁ ସାମିଲ କରାଯାଇଛି । ଯାହାକୁ ‘ୱାଲ୍ଡ ବେଷ୍ଟ କ୍ୟାଟ୍’ ଆଖ୍ୟା ଦିଆଯାଇଛି ।

ତେବେ ଏହି ପ୍ରତିଯୋଗିତାରେ ବ୍ରିଟେନ ଏବଂ ଋଷର ଦୁଇଟି ବିଲେଇ ସବୁଠାରୁ ଚର୍ଚ୍ଚାରେ ରହିଥିବାବେଳେ ଏବଂ ଉଭୟଙ୍କ ଭଲ ପ୍ରଦର୍ଶନ ରହିଥିବାର ଶୁଣିବାକୁ ମିଳିଛି । ବ୍ରିଟେନ ପାଖରେ ୱାଲ୍ଡ ବେଷ୍ଟ କ୍ୟାଟର ତାଜ୍ ରହି ଥିବାବେଳେ ତାକୁ ଟକ୍କର ଦେଉଛି ଋଷ । ତେବେ ଜର୍ଜଙ୍କ ନିଷ୍ପତି ଉପରେ ଏବେ ଉଭୟ ଦେଶର ଲୋକଙ୍କ ଫୋକସ ରହିଛି ।

ଏଠାରେ ଆମେ କହି ରଖୁଛୁ କି, ରାଜନୈତିକ କାରଣକୁ ନେଇ ବ୍ରିଟେନ ଓ ଋଷ ମଧ୍ୟରେ ଦୀର୍ଘ ଦିନ ହେଲା ଦେଖାଦେଇଛି ତିକ୍ତତା । ତେବେ ଏହି ସଂପର୍କକୁ କିଛି ବୁଦ୍ଧିଜୀବୀ ‘କ୍ୟାଟ୍ ଫାଇଟ’ର ମଧ୍ୟ ଆଖ୍ୟା ଦେଇଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।