ଏଣିକି ଅନଲାଇନ କାରବାର ହେବ ଆହୁରି ସହଜ ! ଆପଣଙ୍କ ଭଏସରୁ ହିଁ ହୋଇଯିବ ପେମେଂଟ

40

ଅନଲାଇନ କାରବାରକୁ ପୂର୍ବପେକ୍ଷା ଅଧିକ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଆଗାମୀ ଦିନମାନଙ୍କରେ ଅନେକ ନୂଆ ଫିଚର ଜାରି କରିପାରେ । ଇତି ମଧ୍ୟରେ ଖୁବ୍ ଶୀଘ୍ର ଏକ ନୂଆ ଫିଚର ଲଂଚ ହେବାକୁ ଯାଉଛି । ଯାହାକି ରହିଛି ଆପଣଙ୍କ ଭଏସ ଉପରେ ଆଧାରିତ । ଏହି ଫିଚର ଜରିଆରେ ଅନଲାଇନ ପେମେଂଟ ପାଇଁ ଗ୍ରାହକଙ୍କର କଥା ବା ଭଏସ ମାଧ୍ୟମରେ ହିଁ ତାଙ୍କୁ ଚିହ୍ନଟ କରାଯିବ । ଯାହାକୁ ମୋବାଇଲ ପେମେଂଟ୍ ଫୋରମ ଅଫ୍ ଇଣ୍ଡିଆ (ଏମପିଏଫଆଇ) ଜାରି କରିବାକୁ ଯାଉଛି । ଏହା ପୂର୍ବରୁ ବି ଏମପିଏଫଆଇ ଏଭଳି ଅନେକ ଫିଚର ଲଂଚ କରିସାରିଛି ।

ସୂଚନା ମୁତାବକ, ଏମପିଏଫଆଇର ଚେୟାରମ୍ୟାନ ଗୌରବ ରୈନାଙ୍କ ସୂଚନା ଅନୁସାରେ, ଏହି ଭଏସ ଆଧାରିତ ପେମେଂଟ ଯାଂଚ ଫିଚରଟି ଏକ ସୁରକ୍ଷିତ ଟେକନିକ୍ ଅଟେ । ଯାହାର ଏକମାତ୍ର ଉଦ୍ଦେଶ୍ୟ ରହିଛି ମୋବାଇଲ ପେମେଂଟ ଏବଂ ଅର୍ଥ ସେବାଗୁଡିକୁ ସୁରକ୍ଷିତ, ପ୍ରଭାବି ଏବଂ ଶସ୍ତା କରିବା ଅଟେ । ଭଏସ ଦ୍ୱାରା ଯାଂଚ ଜରିଆରେ ଅନଲାଇନ ପେମେଂଟକୁ ସହଜ କରାଯାଇପାରିବ । ଯଦି କୌଣସି ବୟସ୍କ ବ୍ୟକ୍ତି ବିଶେଷଙ୍କ ସଂପର୍କରେ କୁହାଯାଏ ତେବେ ତାଙ୍କ ପାଇଁ ସ୍ମାର୍ଟଫୋନ କିମ୍ବା ନୂଆ ଟେକନିକଗୁଡିକର ବ୍ୟବହାର ଟିକିଏ ଜଟିଳ ହୋଇପାରେ । ଏଭଳି ପରିସ୍ଥିତିରେ ବୟସ୍କ ବ୍ୟକ୍ତି ବିଶେଷଙ୍କୁ କଲ ଜରିଆରେ ଯାଂଚ କରାଯିବ । ଆପଣଙ୍କର ଜାଣିବା ପାଇଁ ଏଠାରେ ଆମେ କହି ରଖୁଛି କି, ଭଏସ ଆଧାରିତ ଟେକନିକ ସେହି ଲୋକମାନଙ୍କ ପାଇଁ ବହୁତ ଲାଭ ଦାୟକ ପ୍ରମାଣିତ ହେବ ଯେଉଁମାନଙ୍କର ଅନଲାଇନ ପେମେଂଟ ଉପରେ ସେଭଳି ଅଧିକ ଜ୍ଞାନ ନଥିବ । ଏହାଛଡା, ଆଗାମୀ ଦିନମାନଙ୍କରେ ଏସଏମଏସ ବ୍ୟାଙ୍କିଂ ପାଇଁ ମେସେଜ ଫର୍ମାଟକୁ ଆହୁରୀ ସହଜ କରିଦିିଆଯିବ ।

ନିୟର ଫିଲ୍ଡ କମ୍ୟୁନିକେସନ ଏନଏଫସି , ପ୍ରୋକ୍ସିମିଟି ପେମେଂଟ୍ ଆଦି ଉପରେ ମଧ୍ୟ କାମ କରାଯିବ । ରୈନା ଆହୁରି ମଧ୍ୟ କହିଛନ୍ତି କି, ତାଙ୍କର ଫୋକସ ଭବିଷ୍ୟତର ଟେକନିକ୍ ଉପରେ ରହିଛି ଯେଉଁଥିରେ ଭଏସ ଆଧାରିତ ଯାଂଚ ଏବଂ ସିକ୍ୟୁରିଟି ଆଣ୍ଡ ପ୍ରାଇଭେସି ସାମିଲ ରହିଛି । ରୈନା ଏହା ମଧ୍ୟ କହିଛନ୍ତି କି ଅଗଷ୍ଟ ୨୦୧୭ରେ ଆଇଏମପିଏସ ଏବଂ ୟୁପିଆଇ ଜରିଆରେ ୯ କୋଟିରୁ ଅଧିକ ଅନଲାଇନ ନେଣ-ଦେଣ କରାଯାଇଛି । ସେହିପରି ୨୦୧୬-୧୭ରେ ଆଇଏମପିଏସ ଜରିଆରେ ୫୦ କୋଟିର ନେଣ-ଦେଣ କରାଯାଇଥିଲା ।

ସୌଜନ୍ୟ: ଦୈନିକ ଜାଗରଣ