ଭୋଡ଼ାଫୋନ୍ ଆଣିଲା ଆକର୍ଷଣୀୟ ଅଫର୍ ! ମାତ୍ର ୩୪୮ ଟଙ୍କାରେ ଭେଟି ଦେଉଛି ସବୁକିଛି ଅନଲିମିଟେଡ୍

55

ରିଲାଏନ୍ସ ଜିଓକୁ କଡ଼ା ଟକ୍କର ଦେବାକୁ ଯଦି କୌଣସି ଟେଲିକମ୍ କଂପାନୀ ସବୁଠାରୁ ଆଗରେ ରହିଛି ତେବେ ସେ ହେଲା ଭୋଡ଼ାଫୋନ୍ । ଖାଲି ସେତିକି ନୁହେଁ ଭୋଡ଼ାଫୋନ୍ ମଧ୍ୟ ୪ଜି ଡାଉନଲୋଡ୍ ସ୍ପିଡରେ ଏୟାରଟେଲଠାରୁ ଆଗରେ ରହିଥିବାବେଳେ କିନ୍ତୁ ଜିଓଠାରୁ ରହିଛି ପଛରେ । ତେବେ ଜିଓକୁ ଚେତାବନୀ ଦେବା ପାଇଁ ଏଥରକ ଭୋଡ଼ାଫୋନ୍ ନିଜ ଗ୍ରାହକଙ୍କୁ ଭେଟି ଦେଉଛି ୩୪୮ ଟଙ୍କିଆ ଡାଟା ପ୍ଲାନ । ଏହି ପ୍ଲାନ ଆଧାରରେ ଆପଣଙ୍କୁ ୨୮ ଦିନ ଯାଏଁ ପାଇପାରିବେ ଅନେକଗୁଡିଏ ସୁବିଧା ସେପୁଣି ଅସୀମ ଭାବରେ ।

ସର୍ବପ୍ରଥମେ ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଏହି ପ୍ଲାନ କେବଳ ରାଜସ୍ତାନ ସର୍କଲରେ ଥିବା ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ । ଏହି ରିଚାର୍ଚ ଆଧାରରେ ୩୪୮ ଟଙ୍କାରେ ପ୍ରତିଦିନ ୧ଜିବି ୩ଜି/୪ଜି ଡାଟା ଅସୀମ କଲିଂ ସୁବିଧା ମିଳିବ ।

ଯାହାର ବୈଧତା ରହିଛି ୨୮ ଦିନ । ଏଥିସହିତ ଏହି ୨୮ ଦିନ ପର୍ଯ୍ୟନ୍ତ ଅସୀମ ଲୋକାଲ୍ ଏବଂ ଏସଟିଡି କଲିଂ କରିପାରିବେ । ଖୁସି ଖବର ହେଲା, ଏହି ପ୍ଲାନ୍ ୩ଜି ଏବଂ ୪ଜି ସମସ୍ତ ପ୍ରକାରର ହ୍ୟାଣ୍ଡସେଟ୍ ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ ।

ଯଦି ଆପଣ ଭୋଡ଼ାଫୋନର ଏହି ପ୍ଲାନର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଏହି ପ୍ଲାନ୍ ଆପଣଙ୍କୁ ରାଜସ୍ତାନର ସମସ୍ତ ଭୋଡ଼ାଫୋନ୍ ଷ୍ଟୋର, ସିମ୍ ଷ୍ଟୋର ଏବଂ ମଲ୍ଟି ବ୍ରାଣ୍ଡ ରିଟେଲ୍ ଷ୍ଟୋର ଆଦିରେ ମିଳିବ । ଏହାବ୍ୟତୀତ ‘ମାଇ ଭୋଡ଼ାଫୋନ୍’ ଆପ୍ ଜରିଆରେ ବି ଅନଲାଇନ୍ ରିଚାର୍ଜ କରିପାରିବେ ।

ସେହିପରି, ଏୟାରଟେଲ୍ ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ଭେଟି ଦେଇଛି ୩୯୯ ଟଙ୍କିଆ ପ୍ଲାନ୍ । ଯେଉଁଥିରେ ୮୪ ଦିନ ଯାଏଁ ୮୪ ଜିବି ଡାଟା ମିଳୁଛି । ଏଥିସହିତ ଅସମୀମ ଲୋକାଲ୍ ଏବଂ ଏସଟିଡି କଲିଂ ମଧ୍ୟ ୮୪ ଦିନ ପର୍ଯ୍ୟନ୍ତ ମିଳୁଛି । ତେବେ ଯେକୌଣସି ବି ନେଟୱର୍କ ପାଇଁ କଲିଂ ସୁବିଧା ଅସୀମ ଅଟେ ।

ସୌଜନ୍ୟ: ଅମର ଉଜାଲା