ବଜାରକୁ ଆସିଲା ସୁପର ଇଂଟରନେଟ୍ ! ଲଗାତର ଭାବେ ୪ରୁ ୫ଘଂଟା ଇଂଟରନେଟ ବ୍ୟବହାର କଲେ ବି ସରିବ ନାହିଁ ଡାଟା , ହେଲେ ଦେବାକୁ ପଡିବ ମାତ୍ର ୩୩ ଟଙ୍କା

18

ଟେଲିକମ ଜଗତରେ ଜିଓ ପାଦ ଦେବା ପରେ ପରେ ଜାରି ରହିଛି ଶସ୍ତା ପ୍ଲାନର ଟକ୍କର । ବିଗତଦିନମାନଙ୍କରେ ଆଇଡିଆ, ଭୋଡାଫୋନ, ବିଏସଏନଏଲ ଓ ଏୟାରଟେଲ ଭଳି ବିଭିନ୍ନ ନାମୀଦାମୀ ଟେଲିକମ କଂପାନୀମାନେ ନିଜ ନିଜର ଶସ୍ତା ପ୍ଲାନ ଲଂଚ କରି ଗ୍ରାହକଙ୍କୁ ଆକର୍ଷିତ କରିବାରେ ଲାଗିପଡିଛନ୍ତି । ଇତି ମଧ୍ୟରେ ଭୋଡାଫୋନ ମଧ୍ୟ ନିଜର ଦମଦାର ଅଫର ଲଂଚ କରିଛି । ଯାହାର ଦାମ ହେଉଛି ମାତ୍ର ୩୩ ଟଙ୍କା । ଭୋଡାଫୋନ ନିଜର ୟୁଜର୍ସଙ୍କ ପାଇଁ ଏକ ୩୩ଟଙ୍କିଆ ଅନଲିମିଟେଡ ଡାଟା ପ୍ଲାନ ଲଂଚ କରିଛି । ଯାହାକୁ ‘ସୁପର ନାଇଟ୍ ଇଂଟରନେଟ’ ପ୍ୟାକ୍ କୁହାଯାଉଛି ।

ଭୋଡାଫୋନର ଏହି ୩୩ଟଙ୍କିଆ ସୁପର ନାଇଟ୍ ଇଂଟରନେଟ ପ୍ୟାକରେ ୪ଜି ସ୍ପିଡ ଉପରେ ଅନଲିମିଟେଡ ଡାଟା ମିଳିବ, ଯାହାର ବୈଧତା ରାତି ଗୋଟାଏରୁ ଭୋର ୬ଟା ପର୍ଯ୍ୟନ୍ତ ରହିଛି । ଏହି ସମୟରେ ୟୁଜର୍ସଙ୍କୁ ଅନଲିମିଟେଡ ୪ଜି ଡାଟା ମିଳିବ । ଖାଲି ଏତିକି ନୁହେଁ କଂପାନୀ ଘଂଟାକର ଭ୍ୟାଲିଡିଟି ଥିବା ଏହି ସୁପର ଆୱାର ପ୍ୟାକ ମଧ୍ୟ ଲଂଚ କରିଛି । ଯେଉଁଥିରେ ୟୁଜର୍ସଙ୍କୁ ଉଭୟ ୩ଜି/୪ଜି ସ୍ପିଡର ଅନଲିମିଟେଡ ଡାଟା ମିଳିବ ।

ତେବେ ଧ୍ୟାନ ରଖିବେ କି, ଭୋଡାଫୋନର ଏହି ପ୍ଲାନ କେବଳ କିଛି ଗ୍ରାହକଙ୍କ ପାଇଁ ଲଂଚ କରିଛି । ଯଦି ଆପଣ ଭୋଡାଫୋନର ଗ୍ରାହକ ଅଟନ୍ତି ଏବଂ ନିଜ ନମ୍ବରରେ ଏହି ପ୍ଲାନର ବୈଧତା ଚେକ୍ କରିିବାକୁ ଚାହୁଁଛନ୍ତି ତେବେ ‘ଆଇଭୋଡାଫୋନ’ ଆପ ଏବଂ କଂପାନୀର ଅଫିସିଆଲ ୱେବସାଇଟରୁ ନିଜ ନମ୍ବର ଉପରେ ଥିବା ଅଫର ସଂପର୍କରେ ଯାଂଚ କରିପାରିବେ । ଏହାଛଡା ଏୟାରଟେଲ ମଧ୍ୟ ନିଜର ଗ୍ରାହକଙ୍କ ପାଇଁ ଏକ ଧମାକେଦାର ଡାଟା ପ୍ୟାକ୍ ଅଫର ଭେଟିଦେଇଛି । ଏୟାରଟେଲ ୟୁଜର୍ସ ମାତ୍ର ୬୫ ଟଙ୍କାରେ ପ୍ରତିଦିନ ୧ ଜିବି ଡାଟାର ଲାଭ ଉଠାଇପାରିବେ । ଆଉ ଏହାର ବୈଧତା ୨୮ ଦିନ ରହିଛି । ଯାହାକି କେବଳ ଏୟାରଟେଲର ପ୍ରିପେଡ ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ ।