ବିରାଟଙ୍କ ବିରାଟ ସତ୍ୟ ! ଜାଣନ୍ତୁ କାହିଁକି ୧୮ ନମ୍ବର ଥିବା ପୋଷାକ ପିନ୍ଧନ୍ତି କୋହଲି

212

ସାଧାରଣତଃ ୱାନଡେ କ୍ରିକେଟ୍ ମ୍ୟାଚରେ ଖେଳାଳିମାନେ ପିନ୍ଧୁଥିବା ଟି-ସାର୍ଟ ପଛରେ ନମ୍ବର ଲେଖାଯାଇଥାଏ । ତେବେ ଏହି ପ୍ରଥାଟି ବିଶ୍ୱ କପ୍ ୧୯୯୯ ମସିହାରୁ ଆରମ୍ଭ କରାଯାଇଥିଲା । ଯେଉଁଥିରେ କି ଦଳର ଅଧିନାୟକଙ୍କ ୧ ନମ୍ବର ରହିଥିବାବେଳେ ବାକି ଖେଳାଳିମାନେ କୌଣସି ବି ନମ୍ବର ନିଜ ପାଇଁ ଚୟନ କରିଥାନ୍ତି । ତେବେ କିଛି ଖେଳାଳି ଏହି ନମ୍ବରକୁ ଏବେବି ଜାରି ରଖିଥିବାବେଳେ କିଛି ଖେଳାଳିଙ୍କୁ ଏହି ନମ୍ବର ଉପରେ କୌଣସି ରୁଚି ନଥାଏ । ଏହାଛଡା କିଛି ଖେଳାଳି ତ ଏହି ନମ୍ବରକୁ ଏମିତିରେ ବାଛିଥାନ୍ତି ମାତ୍ର ଆଉ କିଛି ଖେଳାଳି ଏହି ନମ୍ବରକୁ କୌଣସି ଖାସ୍ ଉଦ୍ଦେଶ୍ୟରେ ଚୟନ କରିଥାନ୍ତି ।

ଭାରତୀୟ ଦଳରେ ଏଭଳି ଅନେକ ଖେଳାଳି ଅଛନ୍ତି ଯିଏ କି କୌଣସି ନା କୌଣସି କାରଣ ଯୋଗୁଁ ଏକ ନିଦ୍ଦିଷ୍ଟ ନମ୍ବରର ପୋଷାକ ସବୁବେଳେ ପିନ୍ଧିଥାନ୍ତି । ତେବେ ବର୍ତ୍ତମାନ ସମୟରେ କ୍ରିକେଟ୍ ଜଗତରେ ନିଜର ଦମଦାର ପ୍ରଦର୍ଶନ କରି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ବିରାଟ କୋହଲି ୧୮ ନମ୍ବର ଲେଖା ଥିବା ପୋଷାକ ସବୁବେଳେ ପିନ୍ଧୁଥିବାବେଳେ ମହେନ୍ଦ୍ର ସିଂହ ଧୋନି ୭ ନମ୍ବର ଲେଖା ଥିବା ପୋଷାକ ପିନ୍ଧି ମଇଦାନକୁ ଓହ୍ଲାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କି ବିରାଟଙ୍କ ଏହି ୧୮ ନମ୍ବର ପଛରେ କଣ ରହିଛି ଉଦ୍ଦେଶ୍ୟ ।

ବିରାଟ କୋହଲି ଅତ୍ୟନ୍ତ ଭାବପ୍ରବଣ ହୋଇ ଏହି ୧୮ ନମ୍ବରଟିକୁ ହିଁ ଚୟନ କରିଛନ୍ତି । ଆଉ ଯାହାକୁ ପିନ୍ଧି ସେ ସବୁବେଳେ କ୍ରିକେଟ୍ ମଇଦାନକୁ ଓହ୍ଲାଇଥାନ୍ତି । ତେବେ ବିରାଟଙ୍କ ବାପା ପ୍ରେମ କୋହଲିଙ୍କର ଦେହାନ୍ତ ୧୮ ଡିସେମ୍ବର, ୨୦୦୬ରେ ଘଟିଥିଲା । ବିରାଟଙ୍କ ବାପାଙ୍କର ଏକ ବଡ ସ୍ୱପ୍ନ ଥିଲା କି ତାଙ୍କ ପୁଅ ଭାରତୀୟ ଟିମ୍ ପାଇଁ ଖେଳନ୍ତୁ ବୋଲି । ଯେଉଁଥିପାଇଁ ବିରାଟ ୧୮ ନମ୍ବରକୁ ଚୟନ କରିଥିଲେ । ଯାହାକୁ ସେ ଆଜି ପର୍ଯ୍ୟନ୍ତ ବି ଜାରି ରଖିଛନ୍ତି ।

ସେହିପରି ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍ ଜଗତକୁ ଆସିବା ପୂର୍ବରୁ ଫୁଟବଲର ଗୋଲକିପର୍ ଭାବେ ରହିଆସୁଥିଲେ ଏବଂ ସେହିସମୟରେ ହିଁ ସେ ଏହି ୭ ନମ୍ବରକୁ ନିଜ ପସନ୍ଦିଆ ଫୁଟବଲ୍ କ୍ଲବ ମେନଚେଷ୍ଟର ଟୁର୍ଣ୍ଣାମେଂଟ ପାଇଁ ଚୟନ କରିଥିଲେ । ତେବେ ଧୋନିଙ୍କ ଜନ୍ମଦିନ ହେଉଛି ଜୁଲାଇ ୭ ତାରିଖ । ତେଣୁ ଧୋନି ୭ ନମ୍ବରକୁ ହିଁ ନିଜର ଲକି ନମ୍ବର ବୋଲି କହୁନ୍ତି । ଖାଲି ସେତିକି ନୁହେଁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଧୋନି ବ୍ୟବହାର କରୁଥିବା ଗାଡିଗୁଡିକର ନମ୍ବର ମଧ୍ୟ ୭ରୁ ଆରମ୍ଭ ହୋଇଥାଏ ।

ଏହା ସହ ମଧ୍ୟ ପଢନ୍ତୁ-ସେନା ନିଯୁକ୍ତି ନେଇ ହେଲା ୪ଟି ବଡ଼ ପରିବର୍ତ୍ତନ ! ଏଣିକି ଏହି ନିୟମ ଅନୁସାରେ ହେବ ନିଯୁକ୍ତି