କୋଟି କୋଟି ଟଙ୍କାର ଅଫରକୁ ମନା କରିଦେଲେ କୋହଲି ! ଜାଣନ୍ତୁ ବିରାଟଙ୍କର ଏହି ବିରାଟ ନିଷ୍ପତ୍ତି ପଛରେ କାରଣ କଣ

53

ଭାରତୀୟ କ୍ରିକେଟ୍ ଦଳର ଫିଟ୍ ଏବଂ ହଟ୍ ଖେଳାଳି ବିରାଟ କୋହଲି । ନିଜର କଠିନ ପରିଶ୍ରମ , ଏବଂ ପିଚରେ ଭଲ ପ୍ରଦର୍ଶନ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି ଏହି ଯୁବ ଖେଳାଳି । ନିଜକୁ ସବୁବେଳେ ଫିଟ୍ ଏବଂ ଫାଇନ୍ ରଖିବାକୁ ପସନ୍ଦ କରନ୍ତି ବିରାଟ୍ । ତେବେ ମଇଦାନରେ ହିରୋ ସାଜିଥିବା ବିରାଟ ଏବେ ପାଲଟି ଯାଇଛନ୍ତି ରିୟଲ୍ ଲାଇଫର ଅସଲୀ ହିରୋ । ଆପଣ ଜାଣିଲେ ଆଶ୍ଚର୍ଯ୍ୟହେବେ କି ତାଙ୍କ ପ୍ରତି ଜନତାଙ୍କର ଥିବା ପ୍ରଗାଢ ବିଶ୍ୱାସକୁ ସମ୍ମାନ ଜଣାଇଛନ୍ତି ବିରାଟ କୋହଲି । ଯେଉଁଥି ପାଇଁ ସେ କୋଟି କୋଟି ଟଙ୍କାର ଡିଲର ଅଫରକୁ ଜନତାଙ୍କ ଉଦ୍ଦେଶ୍ୟରେ ମନା କରିଦେଇଛନ୍ତି ।

ଜାତୀୟ ଗଣ ମାଧ୍ୟମ ଦ ହିନ୍ଦୁରେ ପ୍ରକାଶିତ ଖବର ମୁତାବକ, ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ବିରାଟ୍ କୋହଲି ସଫ୍ଟ ଡ୍ରିଙ୍କ୍ କଂପାନୀର କୋଟି କୋଟି ଟଙ୍କା ଡିଲର ଅଫରକୁ ମନା କରିଦେଇଛନ୍ତି । ଯାହାର ଏକ ମାତ୍ର ଉଦ୍ଦେଶ୍ୟ ରହିଛି ତାଙ୍କ ପ୍ରତି ଲୋକଙ୍କର ଥିବା ବିଶ୍ୱାସ । ତେବେ ଆଉ ମଧ୍ୟ ଶୁଣିବାକୁ ମିଳିଛି କି ବିରାଟ ନିଜେ ମଧ୍ୟ କୌଣସି ସଫ୍ଟ ଡ୍ରିଙ୍କ୍ ପିଅନ୍ତି ନାହିଁ, ଯେଉିଁଥିପାଇଁ ସେ ଏହି ଅଫରକୁ ଗ୍ରହଣ କରି ନାହାଁନ୍ତି ।

ବିରାଟ କୁହନ୍ତି ଯେ, ସେ ସେହି ସବୁ ଜିନିଷର ପ୍ରଚାର କରନ୍ତି ଯାହାକୁ ସେ ନିଜେ ବ୍ୟବହାର କରନ୍ତି । ବିରାଟଙ୍କର ଫିଟନେସ୍ ପଛରେ ସଫ୍ଟ ଡ୍ରିଙ୍କ୍ସର କୌଣସି ସ୍ଥାନ ନାହିଁ । ସେ ନିଜକୁ ଫିଟ୍ ରଖିବା ପାଇଁ ବହୁତ କଠିନ କସରତ କରିଥାନ୍ତି । ଏପରିକି, ବିରାଟଙ୍କ ପାଇଁ ପିଇବା ପାଣି ମଧ୍ୟ ଫ୍ରାନ୍ସରୁ ଅଣାଯାଇଥାଏ । ଏଠାରେ ଆମେ କହିରଖୁଛୁ କି, ବିରାଟଙ୍କର ପିଇବା ପାଇଁ ଏକ ସ୍ୱତନ୍ତ୍ର ବ୍ରାଣ୍ଡର ପାଣି ଯାହା ଫ୍ରାନ୍ସରୁ ଆସିଥାଏ । ଯାହାର ଦାମ ଗୋଟିଏ ଲିଟର ପିଛା ୬୦୦ ଟଙ୍କା ରହିଛି । କେବଳ ଏହି ଦାମୀ ପାଣି ନୁହେଁ କୋହଲି ଯେଉଁଠାକୁ ଯାଆନ୍ତୁ ନା କାହିଁକି ସେ ନିଜ ଫିଟନେସ୍ ପାଇଁ ବେଶ୍ ଯତ୍ନବାନ୍ ଥାନ୍ତି ।

ନିକଟରେ ଏକ ସାକ୍ଷାତକାରରେ ବିରାଟ କହିଥିଲେ କି, ସେ ନିଜର କୌଣସି ସାଥୀ ଖେଳାଳିଙ୍କଠାରୁ ଏଭଳି କିଛି ଜିନିଷ ଦାବି କରି ନଥାନ୍ତି, ଯାହାକୁ ସେ ନିଜେ କରି ହିଁ କରି ନପାରିବେ । ବିରାଟ କୁହନ୍ତି କି, ‘ମୁଁ ତାକୁ ପ୍ରଥମେ ଭଲଭାବେ ଅନୁଧ୍ୟାନ କରେକି, ମୁଁ ଏହାକୁ କରିପାରିବି କି ନାହିଁ ଆଉ ତାପରେ ଯାଇ ମୋର ସାଥୀ ଖୋଳାଳିଙ୍କୁ ତାକୁ କରିବାକୁ କହିଥାଏ’ ।

ଖାଲି ବିରାଟ କୋହଲି ନୁହଁନ୍ତି ୨ ଦଶକ ପୂର୍ବେ ବ୍ୟାଡମିଂଟନ ଖେଳାଳି ତଥା ମୁଖ୍ୟ ରାଷ୍ଟ୍ରୀୟ ବ୍ୟାଡମିଂଟନ କୋଚ୍ ପୁଲ୍ଲେଲା ଗୋପିଚାନ୍ଦ ମଧ୍ୟ ଏଭଳି ଏକ ଅଫରକୁ ମନା କରିଦେଇଥିଲେ । ସେ କହିଥିଲେ ଯେ, ମୁଁ ଯୋଗ, ଧ୍ୟାନ ଏବଂ ଏକ ସୁସ୍ଥ ଡାଇଟ୍ ଫଲୋ କରେ ଆଉ ଏହିସବୁ ସଫ୍ଟ ଡ୍ରିଙ୍କ୍ ନପିଇବାକୁ ମୁଁ ଶପଥ ନେଇଛି ।

ଗୋପିଚାନ୍ଦ ଆହୁରୀ ମଧ୍ୟ କୁହନ୍ତି, ‘ମୁଁ କେବେ ସଫ୍ଟ ଡ୍ରିଙ୍କ୍ ପିଏନି ହେଲେ ଲୋଭରେ ମୁଁ କାହାର ଜୀବନକୁ ବାଜି ଲଗାଇବାକୁ ଚାହୁଁନାହିିଁ ’ । ତେବେ ଯଦିଓ ଗୋପିଚାନ୍ଦ ସ୍ୱୀକାର କରିଥିଲେ କି ପିଲାବେଳେ ତାଙ୍କୁ ସଫ୍ଟ ଡ୍ରିଙ୍କସ ଖୁବ୍ ପସନ୍ଦ ଥିଲା ବୋଲି ହେଲେ ପ୍ରଫେସନାଲ୍ ଖେଳାଳିମାନଙ୍କ ପାଇଁ ଏହା କୌଣସି କାମକୁ ନୁହେଁ ବୋଲି ସେ କହିଥିଲେ । ଗୋପିଚାନ୍ଦ କୁହନ୍ତି କି, ‘ମୋ ଏକାଡେମୀରେ ଥିବା କ୍ୟାଂଟିନରେ ଆପଣଙ୍କୁ ସଫ୍ଟ ଡ୍ରିଙ୍କ୍ସ ବ୍ୟତୀତ ବାକି ସବୁ ସାମଗ୍ରୀ ଦେଖିବାକୁ ପାଇବେ’ । ଖାଲି ସେତିକି ନୁହେଁ, ଗୋପିଚାନ୍ଦ ନିଜର ଶିଷ୍ୟ ତଥା ସାଇନା ନେହୱାଲ, ପିବି ସିନ୍ଧୁ ଏବଂ ପି.କଶ୍ୟପଙ୍କୁ ବି ସଫ୍ଟ ଡ୍ରିଙ୍କ୍ସ ପିଇବାକୁ ବାରଣ କରନ୍ତି ।

ଏଠାରେ ଆମ କହି ରଖୁଛୁ କି, ଦେଶରେ ଖେଳ ଭଳି ପ୍ରଥାକୁ ପ୍ରୋତ୍ସାହନ ଦେବା ଏବଂ ନୂଆ ଖେଳାଳିଙ୍କୁ ପରିଚୟ ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ପୁଲ୍ଲେଲା ଗୋପିଚାନ୍ଦ ହାତ ମିଳାଇଛନ୍ତି ।