ବିରାଟଙ୍କ ନିକଟରେ ରହିଛି ବିଶ୍ୱର ସବୁଠୁ ମହଙ୍ଗା ୱାଲେଟ୍ ! ଯାହାର ଦାମ ଜାଣିଲେ ଆପଣଙ୍କର ଉଡିଯିବ ହୋସ୍

56

ଭାରତୀୟ ଦଳର ଅଧିନାୟକ ତଥା ବିରାଟ କୋହଲୀ ଯେପରି କ୍ରିକେଟ୍ ମୈଦାନରେ ଜଣେ ଦକ୍ଷ ଖେଳାଳି ଠିକ୍ ସେହିପରି ଫ୍ୟାସନ ଦୁନିଆରେ ବି ଜଣେ ବ୍ରାଣ୍ଡେଡ୍ ଆଇକନ । ବିରାଟ୍ ସବୁବେଳେ ନିଜର ଷ୍ଟାଇନକୁ ନେଇ ଚର୍ଚ୍ଚାରେ ଥାନ୍ତି । ତେବେ କୋହଲି କେତେବଳେ କ୍ରିକେଟ୍ ପଡିଆରେ ନିଜର ଦମଦାର ପ୍ରଦର୍ଶନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ତ ପୁଣି କେତେବେଳେ ନିଜର ଷ୍ଟାଇଲିଷ୍ଟ ଲୁକ୍ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଥାନ୍ତି । ଠିକ୍ ଏଭଳି ଏକ ଜିନିଷକୁ ନେଇ କୋହଲି ଏବେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଆଉ କୋହଲୀଙ୍କର ଏହି ଜିନିଷଟି ହେଉଛି ସେ ଧରୁଥିବା ବଟିଆ ବା ମୁଣି ବା ୱାଲେଟ୍ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ମୁତାବକ, ଗତ ବର୍ଷ ୧୪୪ ମିଲିୟନ ଆମେରିକୀ ଡଲାରର ବ୍ରାଣ୍ଡ ଭେନ୍ୟୁ ସହିତ ବିରାଟ ଭାତରର ସବୁଠାରୁ ଧନୀ ସେଲିବ୍ରେଟି ବ୍ରାଣ୍ଡ ହୋଇଥିଲେ । କ୍ରିକେଟ୍ ଜଗତଠାରୁ ବହୁ ଉପରେ ତଥା ଟଙ୍କାରେ ତୋଳା ଯାଉଥିବା ବିରାଟଙ୍କର ଗଣତି ଦୁନିଆର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରେ ବି ହୋଇଥାଏ । ଏଭଳି ପରିସ୍ଥିତିରେ ତାଙ୍କର କୌଣସି ଦାମୀ ତଥା ମହଙ୍ଗା ଜିନିଷ ପ୍ରତି ଶଉକ୍ ରହିବା କୌଣସି ବଡ କଥା ନୁହେଁ ମାତ୍ର ଯେତେବେଳେ ଆପଣ ବିରାଟ ଧରୁଥିବା ୱାଲେଟ୍ ତଥା ମୁଣିର ଦାମ ବିଷୟରେ ଜାଣିବେ ତେବେ ଆପଣ କେବେ ବିଶ୍ୱାସ ବି କରିପାରିବେ ନାହିଁ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଭାରତୀୟ ଦଳର ଅଧିନାୟକ ବିରାଟ୍ କୋହଲୀଙ୍କ ନିକଟରେ ରହିଛି ବିଶ୍ୱର ସବୁଠାରୁ ମହଙ୍ଗା ତଥା ଦାମୀ ବଟୁଆ ବା ମୁଣି । ଯାହାକି ଖକ୍ଟଙ୍କସଗ୍ଦ ଠଙ୍କସଗ୍ଧଗ୍ଧକ୍ଟଦ୍ଭ ତସକ୍ଟ୍ରକ୍ଟ୍ରଚ୍ଚ ଢକ୍ଷବ୍ରାଣ୍ଡର । ନିକଟରେ ବିରାଟଙ୍କୁ ଏକ କଳା ରଙ୍ଗର ୱାଲେଟ ଧରି ଥିବାର ନଜର ଆସିଥିଲେ, ଯାହାକି ବିଶ୍ୱର ସବୁଠାରୁ ଦାମୀ ୱାଲେଟ୍ ବୋଲି କୁହାଯାଉଛି । ତେବେ ବିରାଟ ଧରୁଥିବା ଏହି ୱାଲେଟଟିର ଦାମ ହେଉଛି ୮୧,୧୪୪ ଟଙ୍କା ।

ଏଠାରେ ଆମେ କହି ରଖୁଛୁ କି, ବିରାଟ୍ ହେଉଛନ୍ତି ଭାରତୀୟ ଯୁବପୀଢି ପାଇଁ ଜଣେ ଷ୍ଟାଇଲିଷ୍ଟ ଆଇକନ । ଷ୍ଟାଇଲ ମାମଲାରେ ବିରାଟଙ୍କୁ ସମସ୍ତେ ଫଲୋ କରିଥାନ୍ତି । ତେବେ ସେ ଟାଟୁକୁ ନେଇ ହେଉ କିମ୍ବା ହେୟାରଷ୍ଟାଇଲକୁ ନେଇ କିମ୍ବା କୌଣସି ଦାମୀ ଜିନିଷକୁ ନେଇ । ଜାଣିବା ପାଇଁ କହି ରଖୁଛୁ କି, ଏସବୁ ବ୍ୟତୀତ ବିରାଟଙ୍କର ମହଙ୍ଗା ଗାଡିର ମଧ୍ୟ ସଉକିନି ରହିଛି । ତାଙ୍କ ନିକଟରେ ଅନେକ ନାମୀଦାମୀ କାର ରହିଥିବା ବେଳେ ବିଏମଡବ୍ଲୁ ଏକ୍ସ ୬ ଏବଂ ଅଡି ଆର-୮ ମଧ୍ୟ ରହିଛି ।
ସେହିପରି ମ୍ୟାଚ୍ ଫିସ୍ ବ୍ୟତୀତ ବିରାଟ୍ ବିଭିନ୍ନ ବ୍ରାଣ୍ଡର ବିଜ୍ଞାପନ ମଧ୍ୟ କରୁଛନ୍ତି, ଯେଉଁଥିରେ ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ।