ପିଅନଙ୍କଠାରୁ ପାଣି ପିଉଛନ୍ତି କି? ତେବେ ପଢନ୍ତୁ ଏହି ଖବର, ନଚେତ୍ ଆପଣଙ୍କୁ ବି ପିଇବାକୁ ପଡିପାରେ ଛେପ ମିଶ୍ରିତ ପାଣି

55

ଆଜ୍ଞା ହଁ ! ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ସଂପର୍କରେ ଜଣାଇବାକୁ ଯାଉଛି, ଯାହାକୁ ପଢିଲେ ଆପଣ କେବେ ବିଶ୍ୱାସ ବି କରିପାରିବେ ନାହିଁ । କିଛି ଦିନ ତଳେ ଜଣେ ଚପରାଷି ତାର ମାଲିକକୁ ପରିଶ୍ରା ମିଶା ପାଣି ପିଇବାକୁ ଦେଉଥିବା ଖବର ଲୋକଙ୍କ ମନରୁ ନ ଲିଭୁଣୁ ଏବେ ପୁଣି ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହା ଆପଣଙ୍କର ହୋସ୍ ଉଡାଇ ଦେଇପାରେ । କାରଣ ଘଟଣାଟି ଜାଣିବା ପରେ ଆପଣଙ୍କର ବି କାହା ହାତରୁ ପାଣି ପିଇବାକୁ ଇଚ୍ଛା ହେବ ନାହିଁ ।

ସୂଚନା ମୁତାବକ, ଅଲିଗଡରେ ଏକ ପିଅନର ଘୃଣ୍ୟ କାମ ସାମ୍ନାକୁ ଆସିଛି । ପିଅନ ଜଣକ ତାର ଅଫିସରଙ୍କୁ ପ୍ରତି ଦିନ ନିଜର ଛେପ ମିଶାଇ ପାଣି ପିଇବାକୁ ଦେଉଥିଲା । ଆଉ ଯେତେବେଳେ ଅଫିସର ଜଣଙ୍କର ଉକ୍ତ ପିଅନ ଉପରେ ସନ୍ଦେହ ଆସିଥିଲା ସେତେବେଳେ ସେ ଉକ୍ତ ପିଅନକୁ ପଚାରି ଥିଲେ ହେଲେ ପିଅନ ଜଣକ କାନ୍ଦି ବୋବାଇ ପାର ହୋଇଯାଉଥିଲା । ହେଲେ ଅଫିସରଙ୍କ ମନ କିନ୍ତୁ ମାନି ନଥିଲା ସେଥିପାଇଁ ସେ ପିଅନଟିକୁ ଧରିବା ପାଇଁ ତାର ଅଜ୍ଞାତରେ ରୁମରେ ଏକ କ୍ୟାମେରେ ଖଂଜି ଦେଇଥିଲେ । ଆଉ ଯେତେବେଳେ ସେ ପିଅନର ଅସଲି ମୁଖା ଦେଖିଥିଲେ ସେତେବେଳେ ତାଙ୍କ ଗୋଡ ତଳୁ ମାଟି ଖସି ଯାଇଥିଲା ।

ଅଫିସର ଜଣଙ୍କ ଲଗାଇଥିବା କ୍ୟାମେରାରେ ଦେଖିବାକୁ ପାଇଥିଲେ କି, ପିଅନଟି ତାଙ୍କୁ ଦେଉଥିବା ପାଣିରେ ସବୁବେଳେ ଛେପ ପକାଉଥିଲା ଆଉ ସେହି ପାଣିକୁ ହିଁ ଆଣି ତାଙ୍କୁ ପିଇବାକୁ ଦେଉଥିଲା । ତେବେ ଘଟଣାଟି ପ୍ରଘଟ ହେବା ପରେ ଅଫିସର ଜଣକ ଉକ୍ତ ପିଅନ ଜଣକୁ ଚାକିରି ବାହାର କରିଦେଇଥିଲେ ।