ଆହୁରୀ ସ୍ମାର୍ଟ ହେଲା ହ୍ୱାଟସଆପ ! ଏଣିକି ଖାଲି ମେସେଜ କି ଫଟୋ ନୁହେଁ ବରଂ ଟଙ୍କା ବି ପଠାଇପାରିବେ ଏହି ଆପରେ, ଜାଣନ୍ତୁ କିପରି 

46

ଇଂନଷ୍ଟାଂଟ ମେସେଜିଂ ଆପ ହ୍ୱାଟସଆପ ବର୍ତ୍ତମାନ ବେଶ୍ ଲୋକପ୍ରିୟତା ହାସଲ କରିଛି । ଆଉ କଂପାନୀ ଏହାକୁ ଆହୁରୀ ସ୍ମାର୍ଟ କରିବା ପାଇଁ ପ୍ରତିଦନି କିଛି ନା କିଛି ନୂଆ ଫିଚର୍ସ ଭେଟି ଦେବାରେ ଲାଗିଛି । ଇତି ମଧ୍ୟରେ ହ୍ୱାଟସଆପ ଏକ ଦମଦାର ଫିଚର୍ସ ଲଂଚ କରିବାକୁ ଯାଉଛି । ଯାହାକି ପେମେଂଟ ଫିଚର । ଏହି ପେମେଂଟ ଫିଚର ଜରିଆରେ ଆପଣ ହ୍ୱାଟସଆପରେ ଟଙ୍କା ପଠାଇ ପାରିବେ ଏବଂ ଅନଲାଇନ ପେମେଂଟ ମଧ୍ୟ କରିପାରିବେ ।  ହ୍ୱାଟସଆପରେ ଏହି ଫିଚର ଚାଲୁ ହେବା ପରେ ଡିଜିଟାଲ ପେମେଂଟର ଚାହିଦା ଦ୍ରୁତବେଗରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

 

 

ତେବେ ଏହି ଫିଚରଟିକୁ ହ୍ୱାଟସଆପ ଫେବୃୟାରୀ ମାସର ଶେଷ ସପ୍ତାହ ବେଳକୁ ଲଂଚ କରିବାକୁ ଯାଉଛି । ଯେଉଁଥିପାଇଁ କଂପାନୀ ବର୍ତ୍ତମାନ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ସହିତ ୟୁନିଫାଇଡ୍ ପେମେଂଟ ଇଂଟରଫୋସ ୟୁପିଆଇ ବୋର୍ଡ ପେମେଂଟ ପ୍ଲାଟଫର୍ମ ଇଂଟିଗ୍ରେଟ କରିବା ପ୍ରକ୍ରିୟାରେ ରହିଛି ।

 

 

ହ୍ୱାଟସଆପର ଏହି ପ୍ଲାଟଫର୍ମ ଏହାର ପାର୍ଟନର ବ୍ୟାଙ୍କ ସହିତ ଆରମ୍ଭରୁ ହିଁ  ଟେଷ୍ଟିଂ ପର୍ଯ୍ୟାୟରେ ରହିଛି । ଫେସବୁକ ମାଲିକାନାରେ ଥିବା ମେସେଜିଂ କଂପାନୀକୁ ନିଜର ପ୍ଲାଟଫର୍ମକୁ ୟୁପିଆଇ ସହିତ ଇଂଟିଗ୍ରେଟ୍ କରିବାର ମଂଜୁରୀ ଗତବର୍ଷ ଜୁଲାଇ ମାସରେ ମିଳିସାରିଛି । ଯେଉଁଥିରେଫୋନପେ, ପେଟିଏମ, ଗୁଗଲ ତେଜ୍ ଏବଂ ଭୀମ ଆପ ଭଳି ଆପ ସାମିଲ ଅଛନ୍ତି ।