ବିରୋଧୀଙ୍କୁ ଶାନ୍ତ କରିବାକୁ ଭେଙ୍କେୟା ଗାଇଥିଲେ ଗୀତ ! ଲୋକସଭାରେ ଗାଇବାକୁ ପଡିଥିଲା ତାଙ୍କୁ ‘ଚନ୍ଦାମାମା . . ଚନ୍ଦାମାମା’

27

ବିଜେପିର ବରିଷ୍ଠ ନେତା ଭେଙ୍କେୟା ନାଇଡୁ ଏବେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ । ଗତକାଲି ବସିଥିବା ବିଜେପି ସଂସଦୀୟ ବୋର୍ଡ ବୈଠକରେ ତାଙ୍କ ନାଁ ନେଇ ଘୋଷଣା ହୋଇଥିଲା । ଏହି ନିଷ୍ପତି ପରେ ଭେଙ୍କେୟା ଏବେ ସୋସିଆଲ୍ ମିଡିଆରୁ ଆରମ୍ଭ କରି ସର୍ଚ୍ଚ ଇଂଜିନ୍ ଗୁଗୁଲ୍ ପର୍ଯ୍ୟନ୍ତ ସବୁଆଡେ ଚର୍ଚ୍ଚିତ ହେବାରେ ଲାଗିଛନ୍ତି ।

ଲୋକେ ତାଙ୍କ ସଂପର୍କରେ ଅଧିକରୁ ଅଧିକ ତଥ୍ୟ ଜାଣୀବାକୁ ଚେଷ୍ଟା ଜାରି ରଖିଛନ୍ତି । ଭେଙ୍କେୟାଙ୍କ ରାଜନୈତିକ ଜୀବନ ସଂପର୍କରେ ଲୋକଙ୍କୁ ଅଧିକାଂଶ ସୂଚନା ତ ପୂର୍ବରୁ ଜଣାଥିବ, କିନ୍ତୁ ତାଙ୍କ ଜୀବନ ସହ ଜଡିତ କିଛି ଅଭୁଲା ସ୍ମୃତି ସଂପର୍କରେ ଲୋକେ ଏବେବି ଜାଣିବାକୁ ଚାହୁଁଛନ୍ତି । ବିଜେପିକୁ ବଡ ବଡ ବିପତ୍ତି ତଥା ବିରୋଧୀଙ୍କ ଆକ୍ରମଣରୁ ବଂଚାଇ ରଖିବା ପାଇଁ ସର୍ବଦା ରକ୍ଷା କବଚ ଭଳି ଠିଆ ହୋଇଥିବା ଏହି ୬୮ ବର୍ଷୀୟ ନେତାଙ୍କୁ ଥରେ ଲୋକସଭାରେ ‘ଗୀତ ଗାଇ’ ବିରୋଧୀଙ୍କୁ ଶାନ୍ତ କରିବାକୁ ପଡିଥିଲା ।

ମାମଲାଟି ଥିଲା କିଛି ଏଭଳି

କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ, ଲୋକସଭାରେ କୌଣସି ଏକ ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ଚାଲିଥାଏ । ଯେଉଁଥିରେ ବିରୋଧୀମାନେ ଲଗାତର ଭାବେ ହଟ୍ଟଗୋଳ କରି ଗୃହକୁ ଚଳାଇ ଦେଉନଥିଲେ । ଏଥିରେ ଭେଙ୍କେୟା ନାଇଡୁ ଉତକ୍ଷିପ୍ତ ହୋଇ ପଡିଥିଲେ । ସେ ନିଜ ସିଟରୁ ହଠାତ୍ ଠିଆ ହୋଇ ପଡିଥିଲେ ଏବଂ ବିରୋଧୀ ନେତା ମଲ୍ଲିକାର୍ଜୁନ ଖାଡଗେଙ୍କୁ କରିଥିଲେ ଟାର୍ଗେଟ । ନାଇଡୁ କହିଥିଲେ, ‘ଆପଣଙ୍କ ସଂଖ୍ୟା କେତେ ରହିଛି ଯେ ଯେଉଁଥି ପାଇଁ ଆପଣ କେବଳ ଆପଣଙ୍କର କଥା କହିବାକୁ ଚାହୁଁଛନ୍ତି , ବୋଧହୁଏ ଆପଣମାନେ ପିଲାଦିନର ଏକ ଘଟଣାରୁ କିଛି ଶିଖି ପାରିନାହାଁନ୍ତି । ଆମେ ଗ୍ରାମାଫୋନ୍ରେ ଶୁଣୁଥିଲୁ, ଯେତେବେଳେ ତାର ପିନ୍ ଅଟକି ଯାଏ ତେବେ ତାହା କିଛି ଏଭଳି ଶୁଭିଥାଏ ଚନ୍ଦାମାମା . . .ଚନ୍ଦାମାମା . . , ଆପଣମାନେ ଠିକ୍ ସେହିପରି ହିଁ ଗୋଟିଏ କଥାରେ ଅଟକି ଯାଇଛନ୍ତି ଏବଂ ଗ୍ରାମାଫୋନ୍ ଭଳି ‘ଚନ୍ଦାମାମା’ କରୁଛନ୍ତି’ ।

ନାଇଡୁଙ୍କ ଏତିକି କଥାରେ ସଂପୂର୍ଣ୍ଣ ଗୃହରେ ହସ ଖେଳିଯାଇଥିଲା ଏବଂ କିଛି କ୍ଷଣ ପାଇଁ ଗୃହ ଶାନ୍ତ ପଡିଯାଇଥିଲା । ଯାହାଦ୍ୱାରା ଗୃହକାର୍ଯ୍ୟ ସୁରୁଖୁରରେ ଚାଲିଥିଲା ।

ଦେଖନ୍ତୁ ଏହି ଭିଡିଓ-