ଦିଲ୍ ୱାଲେ ବକରିୟାଁ ଲେ ଜାୟେଙ୍ଗେ ! ଉତ୍ତରାଖଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି ଛେଳିମାନଙ୍କ ସ୍ୱୟଂମ୍ବର

39

ଏପର୍ଯ୍ୟନ୍ତ ଆପଣ ମଣିଷଙ୍କ ସ୍ୱୟଂମ୍ବର ହେଉଥିବା ସଂପର୍କରେ ଜାଣିଥିବେ । ମାତ୍ର ଉତ୍ତରାଖଣ୍ଡରେ ୨୪ ଫେବୃୟାରୀରେ ଅନୁଷ୍ଠିତ ହେବାକୁ ଯାଉଛି ଛେଳିମାନଙ୍କର ସ୍ୱୟଂମ୍ବର । ଏବେ ଆପଣ ଭାବୁଥିବେ ଏହା କିଭଳି ସମ୍ଭବ ! ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ କି ଏହି ଖବରଟି ଶତପ୍ରତିଶତ ସତ ଅଟେ ।

ଉତ୍ତରାଖଣ୍ଡର ଟିହଟି ଅଂଚଳର ପତବାଡି ଗାଁରେ ୫ଟି ଛେଳି ନିଜ ଜୀବନ ସାଥୀ ନିଜେ ଚୟନ କରିବେ । ଏଥିସହ ଏହି ବିବାହ ସମରୋହରେ ଯୋଗ ଦେବାକୁ ଆଖପାଖ ଅଂଚଳର ସମସ୍ତ ଗାଁଗୁଡିକୁ ଆମନ୍ତ୍ରଣ କରାଯାଇଛି । ତେବେ ଭଲ ତଥା ସୁସ୍ଥ ସବଳ ଛେଳିମାନଙ୍କୁ ଏହି ସ୍ୱୟଂମ୍ବରରେ ସାମିଲ ହେବାକୁ ସୁଯୋଗ ଦିଆଯିବ । ଏଥିସହ ସେମାନଙ୍କର ମଧ୍ୟ ବିବାହ କରାଇଦିଆଯିବ ।

ଖାଲି ଏତିକି ନୁହେଁ ବିବାହ ପୂର୍ବରୁ ମଧ୍ୟ ଏହି ଛେଳିମାନଙ୍କର ହଳଦୀ ଲଗା ପରଂପରା କରାଯିବ । ଦିଅଁ ମଙ୍ଗୁଳା କରାଯିବା ସହ ଛେଳିମାନଙ୍କର ମଧ୍ୟ କନ୍ୟାଦାନ କରାଯିବ । ମୋଟ ଉପରେ କହିବାକୁ ଗଲେ ସଂପୂର୍ଣ୍ଣ ପାରଂପରିକ ରୀତିନୀତିରେ ଏହି ସ୍ୱୟଂମ୍ବରରେ ଚୟନ ହୋଇଥିବା ଛେଳି ବୋଦାମାନଙ୍କର ବିବାହ କରାଯିବ । ଏହି ବିବାହରେ ମଧ୍ୟ ସେମାନଙ୍କୁ ପିନ୍ଧିବାକୁ ପୋଷାକ ଦିଆଯିବ । ତେବେ ଏହି ସମାରୋହର ସମସ୍ତ ଦାୟିତ୍ୱ ଗ୍ରୀନ ପିପୁଲ ନାମକ ଏକ ସଂସ୍ଥା ତରଫରୁ ଗ୍ରାମୀଣ କ୍ଷେତ୍ରରେ ପଶୁମାନଙ୍କ ସୁରକ୍ଷା ପାଇଁ ଆୟୋଜିତ କରାଯାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ନିଆରା ବିବାହ ଉତ୍ସବରେ ପଶୁପାଳନ ବିଭାଗର ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଆଉ ଏମାନଙ୍କ ତରଫରୁ ମଧ୍ୟ ଉତ୍ସବରେ ଉପହାର ଦିଆଯିବା ବ୍ୟବସ୍ଥା କରାଯାଇଛି । ଏଥିସହ ସ୍ଥାନୀୟ ଅଂଚଳର ଗ୍ରାମବାସୀ, ଛେଳିରଖୁଥିବା ମାଲିକମାନଙ୍କୁ ମଧ୍ୟ ଏହି ଉତ୍ସବରେ ସାମିଲ କରାଯିବ ।