ଆମ୍ବୁଲାନ୍ସର କାମ କରିବ ଅଟୋ ! ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ପହଂଚାଇବ ହସପିଟାଲ, ନେବନାହିଁ ଟଙ୍କା

51

ଦୁର୍ଘଟଣା ସମୟରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଏଣିକି ଡାକ୍ତରଖାନାରେ ପହଂଚାଇବ ଅଟୋ ରିକ୍ସା । ଯାହାଦ୍ୱାରା ଆହତ ବ୍ୟକ୍ତିଙ୍କର ଚିକିତ୍ସା ଉପଯୁକ୍ତ ସମୟରେ ହୋଇପାରିବ । ତେବେ ଏଭଳି ଏକ ନିଆରା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ରାଜସ୍ଥାନର କୋଟା ଜିଲ୍ଲାରେ ।

ସୂଚନା ମୁତାବକ, ରାଜସ୍ଥାନର କୋଟା ଜିଲ୍ଲାରେ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଏଠାରେ ଅଟୋ ୟୁନିୟନ ୫ଟି ସଂସ୍ଥା ସହିତ ଏକ ଚୁକ୍ତିନାମା କରିଛନ୍ତି । ଯେଉଁଥିରେ ପାଖାପାଖି ୧ ହଜାର ଅଟୋ ଆମ୍ବୁଲାନ୍ସର କାମ ତୁଲାଇବେ । ତେବେ ଏଥିପାଇଁ ଅଟୋ ଚାଳକମାନେ ଆହତ ବ୍ୟକ୍ତିଙ୍କଠାରୁ କୌଣସି ପାରଶ୍ରମିକ ମଧ୍ୟ ନେବେ ନାହିଁ ।

ଖାଲି ସେତିକି ନୁହେଁ, ଏଭଳି ଅଟୋ ରିକ୍ସାଗୁଡିକ ପଛରେ ନିଶୁଳ୍କ ଆମ୍ବୁଲାନ୍ସ ମଧ୍ୟ ଲେଖାଯାଇଛି । ଯାହାଦ୍ୱାରା କି ଏହାର ସୂଚନା ଲୋକଙ୍କୁ ମିଳିପାରିବ । ଏଥିସହିତ ତୁରନ୍ତ ସହାୟତା ପାଇଁ ହ୍ୱାଟସଆପ ନମ୍ବର ବି ଜାରି କରାଯାଇଛି । ଆମ୍ବୁଲାନ୍ସ ଭଳି କାମ କରୁଥିବା ଏହି ଅଟୋଗୁଡିକ ମଧ୍ୟରେ ଔଷଧ ମଧ୍ୟ ଉପଲବ୍ଧ ରହିଛି ।