ସୁପ୍ରିମ କୋର୍ଟଙ୍କ କଡା ନିର୍ଦ୍ଦେଶ ! ଫୋନରେ କୌଣସି ଜାତିସୂଚକ ଶଦ୍ଦ ପ୍ରୟୋଗ କଲେ ହେବେ ଦଣ୍ଡିତ, ଯିବେ ପାଂଚ ବର୍ଷ ଜେଲ

46

ଏଣିକି ସର୍ବସାଧାରଣ ସ୍ଥାନରେ କୌଣସି ବ୍ୟକ୍ତି କୌଣସି ଜାତିଭିତ୍ତିକ ମନ୍ତବ୍ୟ ଦେଲେ ବନ୍ଧା ହେବେ । ତେବେ ସେ ଫୋନ ଯୋଗେ ହୋଇଥାଉନା କାହିଁ କି । ସୁପ୍ରିମ କୋର୍ଟ ନିଦ୍ଦେଶାନୁସାରେ, ଫୋନରେ ଅନୁସୂଚିତ ଜାତି ଓ ଜନଜାତି (ଏସସି/ଏସଟି)ର କୌଣସି ବି ବ୍ୟକ୍ତିଙ୍କୁ ତାଙ୍କର ଜାତିଗତ ତଥା ଜାତିକୁ ନେଇ କିଛି ବି କହିବା ଦଣ୍ଡନୀୟ ଅପରାଧ ହେବ । ଆଉ ଯଦି ଏଥିରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ସର୍ବାଧିକ ପାଂଚ ବର୍ଷ ପର୍ଯ୍ୟନ୍ତ ଜେଲର ଅନ୍ଧାର କୋଠରୀରେ ସଢିବାକୁ ପଡିବ ।

ସୂଚନା ମୁତାବକ, ସର୍ବୋଚ୍ଚ ଅଦାଲତ ଏଭଳି ଏକ ମାମଲାରେ ଅପରାଧୀକ ରହିତାଦେଶ ଜାରି କରିବା ସହିତ ଜଣେ ଅଭିଯୁକ୍ତଙ୍କ ଜାମିନୀକୁ ଖାରଜ କରିଛନ୍ତି । ତେବେ ଅଭିଯୁକ୍ତ ବ୍ୟକ୍ତି ଜଣେ ନିମ୍ନବର୍ଗର ମହିଳାଙ୍କୁ ଜାତିସୂଚକ ଏବଂ ଅଶାଳୀନ ଭାଷା ଫୋନ ଯୋଗେ କହିଥିଲା । ଜଷ୍ଟିସ୍ ଜେ.ଚେଲମେଶ୍ୱର ଏବଂ ଏସ.ଅବଦୁଲ ନଜୀର ଆହ୍ଲାବାଦ ହାଇକୋର୍ଟର ୧୭ ଅଗଷ୍ଟର ଏକ ନିର୍ଦ୍ଦେଶନାମାରେ ଦଖଲ କରିବାକୁ ଅସ୍ୱୀକାର କରିବା ସହ ୟୁପିରେ ବାସ କରୁଥିବା ଉକ୍ତ ବ୍ୟକ୍ତିବିଶେଷଙ୍କ ଉପରେ ମହିଳାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏଫଆଇଆରକୁ ଖାରଜ କରିବାକୁ ଅପିଲ କରିଥିଲେ । ଯାହାକୁ କୋର୍ଟ ମହିଳା କରିଥିବା ଅଭିଯୋଗ ମିଥ୍ୟା ପ୍ରମାଣିତ କରିବା ସହିତ ସେ ଉକ୍ତ ମହିଳାଙ୍କୁ ସାର୍ବଜନୀନ ସ୍ଥାନରେ କୌଣସି ଜାତିଭିର୍ତ୍ତିକ ଶଦ୍ଦ ଫୋନରେ କହିନାହାଁନ୍ତି ବୋଲି ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଅଭିଯୁକ୍ତର ଓକିଲ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଉକ୍ତ ମହିଳା ଜଣକ ତାଙ୍କର କ୍ଲାଇଂଟଙ୍କ ସହିତ ଫୋନରେ ଦୁଇଟି ଅଲଗା ଅଲଗା ସହରରୁ କଥା ହେଉଥିଲେ, ଯେଉଁଥିପାଇଁ ଏହାକୁ ସାର୍ବଜନୀକ କରାଯାଇପାରିବ ନାହିଁ ବୋଲି ରିପୋର୍ଟରେ ଦର୍ଶାଇଛନ୍ତି ।
ସୌଜନ୍ୟ: ଦୈନିକ ଜାଗରଣ