ଫିଟିଲା ଜିଓ ମାଲିକଙ୍କ ଗୁମର ! ଜାଣନ୍ତୁ ଘରର ଆବର୍ଜନାକୁ କଣ କରନ୍ତି ଅମ୍ବାନୀ ପରିବାର

53

ସାଧାରଣତଃ ସୋସିଆଲ ମିଡିଆରେ ଯେଉଁ ଖବର ଗୁଡିକ ଲୋକଙ୍କୁ ଅଧିକ ଆଶ୍ଚର୍ଯ୍ୟ ଚକିତ କରିଦେଇଥାଏ ସେହି ଖବର ହିଁ ଭାଇରାଲ ହୋଇଥାଏ । ଏଭଳି ଏକ ଖବର ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଛି ଆଉ ସେ ହେଲା ଦେଶର କୋଟିପତି ଶିଳ୍ପ ଉଦ୍ୟେଗୀ ତଥା ଜିଓ ମାଲିକ ମୁକେଶ ଅମ୍ବାନୀଙ୍କ ସଂପର୍କରେ । ୟୁଟ୍ୟୁବରୁ ଆରମ୍ଭ କରି ଫେସବୁକ୍ ପର୍ଯ୍ୟନ୍ତ ଚାରିଆଡେ ଚାଲିଛି ଖାଲି ମୁକେଶଙ୍କ ଏହି କଥା ନେଇ ଚର୍ଚ୍ଚା । ତେବେ ଖବରଟି ହେଲା ମୁକେଶଙ୍କ ଆଲିଶାନ ବଙ୍ଗଳା ତଥା କୋଠା ସଂପର୍କରେ । ପୂର୍ବରୁ ବି ମୁକେଶଙ୍କ ଡ୍ରାଇବରମାନଙ୍କ ଦରମାକୁ ନେଇ ଅନେକ ଖବର ବିଭିନ୍ନ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ହେଲେ ଏଥରକ ମୁକେଶ ଅମ୍ବାନୀଙ୍କ ଘର ଆଂଟିଲିଆର ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ତାଙ୍କ ଘରର ଅଳିଆକୁ ନେଇ ଆଲୋଚନା କରାଯାଇଛି ।

ସୂଚନା ମୁତାବକ, ମୁକେଶ ଅମ୍ବାନୀଙ୍କ ଏହି ବଙ୍ଗଳାର ନାଁ ଭାରତର ସବୁଠୁ ବଡ ବଡ ଘରମାନଙ୍କରେ ସ୍ଥାନ ପାଇଛି । ୨୭ ମହଲା ବିଶିଷ୍ଟ ମୁକେଶଙ୍କ ଏହି ଘରେ କାମ କରନ୍ତି ପ।।ଖାପାଖି ୬୦୦ ଜଣ ଚାକର । ଯେଉଁମାନଙ୍କ କାମ ହେଲା କେବଳ ଘରର ଦେଖାରଖା କରିବା । ଘରର ପ୍ରତ୍ୟେକଟି ଛୋଟ ଛୋଟ କଥା ଉପରେ ଅଧିକ ଧ୍ୟାନ ଦିଆଯାଇଥାଏ । ପ୍ରତ୍ୟେକ ଜିନିଷକୁ ସିଷ୍ଟୋମେଟିକ କରିବା ଦାୟିତ୍ୱ ଏହି ଚାକରଙ୍କୁ ଦିଆଯାଇଛି । ସୋସିଆଲ ମିଡିଆରେ ମୁକେଶଙ୍କ ଏହି ଆଲିଶାନ ବଙ୍ଗଳାରୁ ବାହାରୁ ଥିବା ଅଳିଆ ଆବର୍ଜନା ସଂପର୍କରେ ଚର୍ଚ୍ଚା ଚାଲିଛି । କୁହାଯାଏ କି, ମୁକେଶଙ୍କ ଘରର ଅଳିଆଗୁଡିକର ବ୍ୟବହାର କେଉଁ କାର୍ଯ୍ୟରେ କରାଯାଉଛି । ଆପଣ ଜାଣିଲେ ଚକିତ ହେବେ କି ମୁକେଶଙ୍କ ଘରର ଅଳିଆରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଉଛି, ଯାହାକି ମୁକେଶଙ୍କ ଘରେ ବ୍ୟବହାର ହୁଏ ।

ଏଠାରେ ଆମେ କହି ରଖୁଛୁ କି, ମୁକେଶ ଅମ୍ବାନୀଙ୍କ ଘରର ଅଳିଆ ଆବର୍ଜନା କେଉଁଠି ଫିଙ୍ଗା ଯାଇନଥାଏ ବରଂ ତାର ବ୍ୟବହାର ବିଜୁଳି ଉତ୍ପାଦନରେ ବ୍ୟବହୃତ କରାଯାଇଥାଏ । ତାଙ୍କ ଘରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥାରେ ବିଦ୍ୟୁତ ଉତ୍ପାଦନ କରାଯାଇଥାଏ । ତେଣୁ ସର୍ବ ପ୍ରଥମେ ଶୁଖିଲା ଏବଂ ଓଦା ଅଳିଆକୁ ଅଲଗା କରାଯାଇଥାଏ ଏବଂ ପରେ ଏଥିରୁ ବିଦ୍ୟୁତ ଉତ୍ପନ୍ନ କରାଯାଏ । ତେବେ ଏତେବଡ ଘରେ ସବୁଠାରୁ ଅଧିକ ବିଜୁଳିର ହିଁ ଆବଶ୍ୟକତା ପଡିଥାଏ, ଯେଉଁଥି ପାଇଁ କି ଅଳିଆକୁ ବିଦ୍ୟୁତ୍ ଉତ୍ପାଦନ ଲାଗି ବ୍ୟବହାର କରାଯାଏ ।

ସୌଜନ୍ୟ : ଏନଡିଟିଭି ନ୍ୟୁଜ୍